ରସାୟନ ବିଜ୍ଞାନରେ ବେଞ୍ଜାମିନ୍‌-ମ୍ୟାକ୍‌ମିଲନଙ୍କୁ ନୋବେଲ…

ଓ୍ବାଶିଂଟନ,୬।୧୦: ରସାୟନ ବିଜ୍ଞାନରେ ୨୦୨୧ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲେ୍‌ଲଖନୀୟ ଅବଦାନ ଲାଗି ୨ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଏନେଇ ଜର୍ମାନୀର ବେଞ୍ଜାମିନ୍‌ ଲିଷ୍ଟ ଏବଂ ଆମେରିକାର ଡାଭିଡ୍‌ ଡବ୍ଲ୍ୟୁ.ସି. ମ୍ୟାକ୍‌ମିଲନଙ୍କ ନାମ ଘୋଷଣା କରାଯାଇଛି। ଆସିମେଟ୍ରିକ୍‌ ଅର୍ଗାନୋକାଟାଲିସିସ୍‌ କ୍ଷେତ୍ରରେ ନୂତନ ଗବେଷଣା ପାଇଁ ଦୁହିଁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ
ଫାର୍ମାସ୍ୟୁଟିକାଲ ବିକାଶ କ୍ଷେତ୍ରରେ ମ୍ୟାକ୍‌ମିଲନଙ୍କ ନୂତନ ଗବେଷଣା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ବିଚାରକ ମଣ୍ଡଳୀ କହିଛନ୍ତି।

Share