ନୋବେଲ ବିଜେତାଙ୍କୁ ୧୦ ବର୍ଷ ଜେଲ

ମସ୍କୋ,୪ା୩: ବେଲାରୁଷର ଏକ କୋର୍ଟ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ମାନବାଧିକାର କର୍ମୀ ଆଲେସ୍‌ ବିଆଲିଆତ୍‌ସ୍କିଙ୍କୁ ଶୁକ୍ରବାର ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ବିକ୍ଷୋଭ ପାଇଁ ପାଣ୍ଠି ଯୋଗାଣ ସମେତ ଅନ୍ୟ କେତେକ ଆପରାଧିକ ମାମଲାରେ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। ତେବେ ଅଧିକାର ଗୋଷ୍ଠୀଗୁଡ଼ିକ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ରାୟ ଦର୍ଶାଇ ନିନ୍ଦା କରିଛନ୍ତି।
ବର୍ଷୀୟ ଆଲେସ୍‌ ହେଉଛନ୍ତି ମାନବ ଅଧିକାର ଗୋଷ୍ଠୀ ‘ଭିଆସ୍‌ନା’ର ସହପ୍ରତିଷ୍ଠାତା। ମାନବାଧିକାର ଓ ଗଣତନ୍ତ୍ର ପ୍ରତି ଆଲେସ୍‌ଙ୍କ ଅବଦାନକୁ ନେଇ ଗତବର୍ଷ ଅକ୍ଟୋବରରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ରୁଷୀୟ ମାନବାଧିକାର ଗୋଷ୍ଠୀ ‘ମେମୋରିଆଲ୍‌’ ଏବଂ ୟୁକ୍ରେନ୍‌ର ‘ସେଣ୍ଟର ଫର୍‌ ସିଭିଲ ଲିବର୍ଟିଜ୍‌’ ସହ ଆଲେସ୍‌ ମିଳିତ ଭାବେ ଏହାକୁ ଗ୍ରହଣ କରିଥିଲେ। ୨୦୨୦ରେ ଆଲେକ୍‌ଜାଣ୍ଡାର ଲୋକୋଶେଙ୍କୁ ବେଲାରୁଷ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ବର୍ଷାଧିକ କାଳ ଧରି ଚାଲିଥିବା ସରକାର ବିରୋଧୀ ବିକ୍ଷୋଭର ସେ ଜଣେ ପ୍ରମୁଖ ଚେହେରା। ଜେଲରେ ଥିବା ଆନ୍ଦୋଳନକାରୀମାନଙ୍କୁ ତାଙ୍କ ସଂସ୍ଥା ଆଇନଗତ ଓ ଆର୍ଥିକ ସହାୟତା ଦେଇଥିଲା। ଆଲେସ୍‌ ଓ ତାଙ୍କ ଦୁଇଜଣ ସହଯୋଗୀଙ୍କୁ ୨୦୨୧ରେ ଗିରଫ କରାଯାଇଥିଲା। ଅଭିଯୋଜନକାରୀ ପକ୍ଷମାନେ ଆଲେସ୍‌ଙ୍କୁ ୧୨ ବର୍ଷ ଜେଲଦଣ୍ଡ ଦିଆଯାଉ ବୋଲି ମିନ୍‌ସ୍କ କୋର୍ଟଙ୍କୁ ନିବେଦନ କରିଥିଲେ। ନିର୍ବାସିତ ବେଲାରୁଷୀୟ ବିରୋଧୀ ନେତା ସିଆଟଲାନା ତିଖାନୋଉସକାୟା ଟୁଇଟର୍‌ରେ କହିଛନ୍ତି, ଆଲେସ୍‌ ଏବଂ ଅନ୍ୟ ଆକ୍ଟିଭିଷ୍ଟମାନଙ୍କୁ ଉପଯୁକ୍ତ ଶୁଣାଣି ନ କରି ଦଣ୍ଡିତ କରାଯାଇଛି। ଏହାକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରାଯିବା ଉଚିତ। ଏହି ଲଜ୍ଜାକର ଅନ୍ୟାୟ ବିରୋଧରେ ଆମେ ଲଢ଼େଇ କରି ସେମାନଙ୍କୁ ମୁକ୍ତ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋନେସିଆରେ ଘଣ୍ଟାଏ ମଧ୍ୟରେ ୫ ଥର ଭୂକମ୍ପ, ଲୋକେ ଆତଙ୍କିତ, ରାସ୍ତାରେ ବିତିଲା ରାତି…

ଜାକର୍ତ୍ତା,୨୭।୨ : ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ ହୋଇଛି। ସୋମବାର ମାତ୍ର ୧ ଘଣ୍ଟା ମଧ୍ୟରେ ଗୋଟିଏ ପରେ ଗୋଟିଏ ୫ ଥ ଭୂକମ୍ପ ହୋଇଥିଲା। ଏସବୁର...

ତୃତୀୟ ଲହର ସଂକ୍ରମଣରେ ପିଲାଙ୍କୁ ଯନ୍ତ୍ରଣା ହେବ ଅଧିକ, ମୃତ୍ୟୁ ହାର କମ୍ ରହିବ!

ଲଣ୍ଡନ,୧୦ ।୭: କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ତୃତୀୟ ଲହରକୁ ନେଇ ଭୟଭିତ ଅଛନ୍ତି...

ସରକାରଙ୍କୁ ସର୍ତ୍ତମୂଳକ ସମର୍ଥନ ଦେବ ମୁଖ୍ୟ ବିରୋଧୀ ଦଳ

କଲମ୍ବୋ,୧୭।୫: ଶ୍ରୀଲଙ୍କାରେ ଦୀର୍ଘଦିନ ହେଲା ଲାଗିରହିଥିବା ଅର୍ଥନୈତିକ ଓ ରାଜନୈତିକ ସଙ୍କଟର ସମାଧାନ ନିମନ୍ତେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେଙ୍କ ନେତୃତ୍ୱରେ ଗଠିତ ଅନ୍ତରୀଣ ସରକାରଙ୍କୁ ସର୍ତ୍ତମୂଳକ...

ଘରେ ନିଆଁ ଲଗାଇ ବାହାରେ ଚେୟାରରେ ବସି ଦୃଶ୍ୟ ଉପଭୋଗ କରୁଥିଲେ ମହିଳା, ଜାଣିଲେ…

କଥାରେ ଅଛି, ଘର ଫୁଙ୍କି ତାମସା ଦେଖୁଛ। ଏହି କଥାର ଯଥାର୍ଥତା ଦେଖିବାକୁ ମିଳିଛି ଜଣେ ମହିଳାଙ୍କ କ୍ଷେତ୍ରରେ। ସେ ନିଜ ଘରେ ନିଆଁ ଲଗାଇଦେଇ...

ନାଇଜେରିଆରେ ଅବୈଧ ଅଏଲ ରିଫାଇନାରୀରେ ବିସ୍ଫୋରଣ ୧୨ ମୃତ

ଅବୁଜା,୪ ।୩: ନାଇଜେରିଆର ନାଇଜର ଡେଲଟା ଅଞ୍ଚଳରେ ଏକ ଅବୈଧ ରିଫାଇନାରୀରେ ବିସ୍ଫୋରଣ ପରେ ନିଆଁ ଲାଗିଯିବାରୁ ଅତିକମରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି...

ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧର ୬ଷ୍ଠ ଦିନରେ ବି ଭୟଙ୍କର ଗୁଳିଗୋଳା ଜାରି ରହିଛି। ଇତିମଧ୍ୟରେ ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା...

ଚାଇନାରେ ଥିବା ନେପାଳ ନାଗରିକଙ୍କୁ ଫେରାଇ ଆଣିବାକୁ ଗଲା ସ୍ବତନ୍ତ୍ର ବିମାନ

କାଠମାଣ୍ଡୁ,୧୬।୨: ଚାଇନାରେ କରୋନା ଭାଇରସର ଭାୟାବହତାକୁ ଦେଖି କେବଳ ଚାଇନା କାହିଁକି ବିଶ୍ୱବାସୀ ଭୟଭୀତ ହୋଇ ପଡିଛନ୍ତି। ଅଧିକାଂଶ ଦେଶ ସେମାନଙ୍କ ନାଗରିକଙ୍କୁ ଚାଇନାରୁ ଫେରାଇ...

‘ଜାଲିଆନଓ୍ବାଲା ବାଗ’ ପ୍ରତିଶୋଧ ନେବାକୁ ଆସିଛି

ସ୍କଟଲାଣ୍ଡ ୟାର୍ଡ,୨୭।୧୨: ବ୍ରିଟେନର ରାଣୀ କୁଇନ ଏଲିଜାବେଥ ପରିବାର ସହ ଖ୍ରୀଷ୍ଟମାସ ପାଳନ କରୁଥିବା ବେଳେ ଓ୍ବିଣ୍ଡସର ଦୁର୍ଗରେ ପ୍ରବେଶ କରିବାରୁ ଜଣେ ଯୁବକ ଗିରଫ...

Advertisement
Archives

Model This Week