ନୋବେଲ ବିଜେତାଙ୍କୁ ୧୦ ବର୍ଷ ଜେଲ

ମସ୍କୋ,୪ା୩: ବେଲାରୁଷର ଏକ କୋର୍ଟ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ମାନବାଧିକାର କର୍ମୀ ଆଲେସ୍‌ ବିଆଲିଆତ୍‌ସ୍କିଙ୍କୁ ଶୁକ୍ରବାର ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ବିକ୍ଷୋଭ ପାଇଁ ପାଣ୍ଠି ଯୋଗାଣ ସମେତ ଅନ୍ୟ କେତେକ ଆପରାଧିକ ମାମଲାରେ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। ତେବେ ଅଧିକାର ଗୋଷ୍ଠୀଗୁଡ଼ିକ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ରାୟ ଦର୍ଶାଇ ନିନ୍ଦା କରିଛନ୍ତି।
ବର୍ଷୀୟ ଆଲେସ୍‌ ହେଉଛନ୍ତି ମାନବ ଅଧିକାର ଗୋଷ୍ଠୀ ‘ଭିଆସ୍‌ନା’ର ସହପ୍ରତିଷ୍ଠାତା। ମାନବାଧିକାର ଓ ଗଣତନ୍ତ୍ର ପ୍ରତି ଆଲେସ୍‌ଙ୍କ ଅବଦାନକୁ ନେଇ ଗତବର୍ଷ ଅକ୍ଟୋବରରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ରୁଷୀୟ ମାନବାଧିକାର ଗୋଷ୍ଠୀ ‘ମେମୋରିଆଲ୍‌’ ଏବଂ ୟୁକ୍ରେନ୍‌ର ‘ସେଣ୍ଟର ଫର୍‌ ସିଭିଲ ଲିବର୍ଟିଜ୍‌’ ସହ ଆଲେସ୍‌ ମିଳିତ ଭାବେ ଏହାକୁ ଗ୍ରହଣ କରିଥିଲେ। ୨୦୨୦ରେ ଆଲେକ୍‌ଜାଣ୍ଡାର ଲୋକୋଶେଙ୍କୁ ବେଲାରୁଷ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ବର୍ଷାଧିକ କାଳ ଧରି ଚାଲିଥିବା ସରକାର ବିରୋଧୀ ବିକ୍ଷୋଭର ସେ ଜଣେ ପ୍ରମୁଖ ଚେହେରା। ଜେଲରେ ଥିବା ଆନ୍ଦୋଳନକାରୀମାନଙ୍କୁ ତାଙ୍କ ସଂସ୍ଥା ଆଇନଗତ ଓ ଆର୍ଥିକ ସହାୟତା ଦେଇଥିଲା। ଆଲେସ୍‌ ଓ ତାଙ୍କ ଦୁଇଜଣ ସହଯୋଗୀଙ୍କୁ ୨୦୨୧ରେ ଗିରଫ କରାଯାଇଥିଲା। ଅଭିଯୋଜନକାରୀ ପକ୍ଷମାନେ ଆଲେସ୍‌ଙ୍କୁ ୧୨ ବର୍ଷ ଜେଲଦଣ୍ଡ ଦିଆଯାଉ ବୋଲି ମିନ୍‌ସ୍କ କୋର୍ଟଙ୍କୁ ନିବେଦନ କରିଥିଲେ। ନିର୍ବାସିତ ବେଲାରୁଷୀୟ ବିରୋଧୀ ନେତା ସିଆଟଲାନା ତିଖାନୋଉସକାୟା ଟୁଇଟର୍‌ରେ କହିଛନ୍ତି, ଆଲେସ୍‌ ଏବଂ ଅନ୍ୟ ଆକ୍ଟିଭିଷ୍ଟମାନଙ୍କୁ ଉପଯୁକ୍ତ ଶୁଣାଣି ନ କରି ଦଣ୍ଡିତ କରାଯାଇଛି। ଏହାକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରାଯିବା ଉଚିତ। ଏହି ଲଜ୍ଜାକର ଅନ୍ୟାୟ ବିରୋଧରେ ଆମେ ଲଢ଼େଇ କରି ସେମାନଙ୍କୁ ମୁକ୍ତ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?