ମୋଦିଙ୍କୁ ନୋବେଲ ବିଜେତାଙ୍କ ସମାଲୋଚନା

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ବିଜେତା ଅର୍ଥନୀତିଜ୍ଞ ଜୋସେଫ୍‌ ଷ୍ଟିଗ୍‌ଲିଜ ସମାଲୋଚନା କରିଛନ୍ତି। କରୋନା ମହାମାରୀ ବିରୋଧରେ ଭାରତର ଲଢ଼େଇ ଅତି ନିକୃଷ୍ଟ ଧରଣର ବୋଲି ସେ ବିବେଚନା କରିଛନ୍ତି। ଫିକି ଇଷ୍ଟର୍ନ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ଏକ ଓ୍ବେବିନାରରେ ଷ୍ଟିଗ୍‌ଲିଜ କେନ୍ଦ୍ର ସରକାରଙ୍କ ଆର୍ଥତ୍କ ନୀତିକୁ ମଧ୍ୟ ସମାଲୋଚନା କରିଛନ୍ତି। ଧନୀଙ୍କ ଉପରେ ଟିକସ ଲାଗୁ କରିବା ସହ ନିମ୍ନ ସ୍ତରରେ ରହିଥିବା ଲୋକଙ୍କ ସହାୟତା ସପକ୍ଷରେ ସେ ଯୁକ୍ତି ବାଢ଼ିଛନ୍ତି। ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ଲାଗି କେଉଁଭଳି ଦିଗକୁ ଧ୍ୟାନଦେବାକୁ ପଡିବ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତର ରଖି ସେ କହିଛନ୍ତି ଯେ, ଭାରତରେ ଅତି ଧନୀଙ୍କ ସଂଖ୍ୟା ଉନ୍ନତ ରହିଛି। ଆଗାମୀ ୨ ବର୍ଷ ଯାଏ ସରକାର ସେମାନଙ୍କ ଉପରେ ଟିକସ ଲାଗୁ କରିପାରିବେ। ଅର୍ଥ ବ୍ୟବସ୍ଥାରେ ଚାହିଦା ବଢ଼ାଇବାରେ ସହାୟକ ହେଲା ଭଳି କ୍ଷେତ୍ରଗୁଡିକରେ ଏହି ଅର୍ଥକୁ ଖର୍ଚ୍ଚ କରାଯାଇପାରିବ।
ସମାଜରେ ବସବାସ କରୁଥିବା ନିମ୍ନ ଆୟକାରୀ ବର୍ଗଙ୍କ ନିକଟରେ ଖର୍ଚ୍ଚ କରିବାର ସମ୍ଭାବନା ଅଧିକ ରହିଥାଏ। ଏଣୁ ଏହି ବର୍ଗ ନିକଟକୁ ଅର୍ଥ ଆସିଲେ ଏହା ଅର୍ଥ ବ୍ୟବସ୍ଥାରେ ଚାହିଦା ବୃଦ୍ଧି ଦିଗରେ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି। ସେହିଭଳି ସେ ମୋଦିଙ୍କର ଆତ୍ମନିର୍ଭର ଭାରତ ସ୍ଲୋଗାନକୁ ମଧ୍ୟ ସମାଲୋଚନା କରିଛନ୍ତି। ସବୁ କ୍ଷେତ୍ରରେ କୌଣସି ଦେଶ ବର୍ତ୍ତମାନ ସ୍ବୟଂ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ବୋଲି ସେ ମତ ପ୍ରକାଶ କରିଛନ୍ତି। ବିକଶିତ ଗଣତନ୍ତ୍ର ଥିବା ରାଷ୍ଟ୍ର ଯଥା ସୁଇଜରଲାଣ୍ଡ, ଜର୍ମାନୀ ଏବଂ ଦକ୍ଷିଣ କୋରିଆ କରୋନା ବିରୋଧରେ ଉନ୍ନତ ପରିଚାଳନା ବ୍ୟବସ୍ଥା ହାତକୁ ନେଇଛନ୍ତି। ସେହିଭଳି ଭାରତ, ବ୍ରାଜିଲ ଏବଂ ଆମେରିକାରେ ଚାଲୁଥିବା ମନମୁଖି ସରକାର ଯୋଗୁ କରୋନା ପରିଚାଳନାରେ ଅବ୍ୟବସ୍ଥା ଦେଖାଗଲା । ଏକ ବିଭାଜିତ ଘର କେବେ ବି ଦୃଢ଼ ଭାବେ ଛିଡ଼ା ହୋଇପାରିବ ନାହିଁ। ଏଣୁ ଏକ ଅଭିବୃଦ୍ଧି ପରିପନ୍ଥୀ ସମାଜ ଗଠନ ଦିଗରେ ସରକାର କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri