ଏମ୍‌ପିସିରେ ୩ ସଦସ୍ୟ ନିଯୁକ୍ତ; ଶକ୍ତିକାନ୍ତଙ୍କ ଟିମ୍‌ରେ ଅସୀମା ଗୋୟଲ, ଜୟନ୍ତ ଆର୍‌ ବର୍ମା ଏବଂ ଶଶାଙ୍କ ଭିଡେ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି(ଏମ୍‌ପିସି)ରେ ୩ ମନୋନୀତ ସଦସ୍ୟଙ୍କୁ ସରକାର ମଙ୍ଗଳବାର ନିଯୁକ୍ତ କରିଛନ୍ତି। ସେପ୍ଟେମ୍ବରରେ ପୂର୍ବରୁ କାର୍ଯ୍ୟ କରୁଥିବା ୩ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପଦବୀଗୁଡିକ ଖାଲି ପଡିଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ସରକାର ଏହି ସ୍ଥାନ ପୂରଣ କରିବାକୁ ସକ୍ଷମ ନ ହେବାରୁ ମୁଦ୍ରାନୀତି କମିଟି ବୈଠକ ହୋଇପାରି ନ ଥିଲା। ନିଯୁକ୍ତି ଲାଭ କରିଥିବା ୩ ସଦସ୍ୟଙ୍କ ମଧ୍ୟରେ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଡେଭଲପମେଣ୍ଟ ରିସର୍ଚ୍ଚର ପ୍ରଫେସର ଅସୀମା ଗୋୟଲ, ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ, ଅହମ୍ମଦାବଦାର ପ୍ରଫେସର ଜୟନ୍ତ ଆର୍‌ ବର୍ମା ଏବଂ ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଆପ୍ଲାଏଡ ଇକୋନୋମିକ୍ସ ରିସର୍ଚ୍ଚର ବରିଷ୍ଠ ପରାମର୍ଶଦାତା ଶଶାଙ୍କ ଭିଡେ ରହିଛନ୍ତି। ବର୍ତ୍ତମାନ ମୁଦ୍ରାନୀତି କମିଟିରେ ଗଭର୍ନର ଶକ୍ତିକାନ୍ତ ଦାସ, ଡେପୁଟି ଗଭର୍ନର ମାଇକେଲ ପାତ୍ର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମ୍ରିଦୁଲ ସାଗର କାର୍ଯ୍ୟ କରୁଥିବା ବେଳେ ନୂତନ ଭାବେ ନିଯୁକ୍ତ ୩ ସଦସ୍ୟ ସରକାରଙ୍କ ନୋମିନି ଭାବେ କାର୍ଯ୍ୟ କରିବେ। ପୂର୍ବରୁ ସରକାରଙ୍କ ମନୋନୀତ ୩ ସଦସ୍ୟ ରବୀନ୍ଦ୍ର ଢୋଲାକିଆ, ପମି ଦୁଆ ଏବଂ ଚେତନ ଘାଟେଙ୍କ କାର୍ଯ୍ୟକାଳ ସେପ୍ଟେମ୍ବରେ ଶେଷରେ ସମ୍ପୂର୍ଣ୍ଣ ହୋଇଛି।
ଅସୀମା ଗୋୟଲ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ଅଛନ୍ତି। ନୂଆ ନିଯୁକ୍ତି ପରେ ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ସେ ଆର୍‌ବିଆଇର ମୁଦ୍ରାନୀତି ପରାମର୍ଶଦାତା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଆସିଛନ୍ତି। ବର୍ତ୍ତମାନ ସେ ଏଡେଲଓ୍ବିସ ଫାଇନାନ୍ସିଆଲ ସର୍ଭିସ, ଆଇଡିବିଆଇ ବ୍ୟାଙ୍କ ଏବଂ ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସରେ ସ୍ବାଧୀନ ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି। ସେହିଭଳି ବର୍ମା ଜଣେ ଫାଇନାନ୍ସିଆଲ ମାର୍କେଟର ଜଣେ ବିଶେଷଜ୍ଞ। ଆର୍ଥତ୍କ କ୍ଷେତ୍ର ସଂସ୍କାର, ବ୍ୟାଙ୍କଗୁଡିକର କାର୍ଯ୍ୟଧାରା, ବିଦେଶୀ ମୁଦ୍ରା ପରିଚାଳନା ଏବଂ ସମସ୍ୟା ଭଳି କ୍ଷେତ୍ର ଗବେଷଣା କ୍ଷେତ୍ରରେ ତାଙ୍କର ବିଶେଷ ଯୋଗଦାନ ରହିଛି। ଏହାବାଦ କୃଷି ଏବଂ ମୁଦ୍ରାସ୍ଫୀତି କ୍ଷେତ୍ରରେ ସେ ଜଣେ ବିଶେଷଜ୍ଞ ଭାବେ ବେଶ୍‌ ଜଣାଶୁଣା। ଆର୍‌ବିଆଇ ଆଇନ ଅନୁସାରେ ଅର୍ଥନୀତି, ବ୍ୟାଙ୍କିଙ୍ଗ୍‌, ଫାଇନାନ୍ସ ଏବଂ ମୁଦ୍ରାନୀତି କ୍ଷେତ୍ରରେ ବିଶେଷ ଯୋଗଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଏମ୍‌ପିସି ସଦସ୍ୟ ଭାବେ ନିଯୁକ୍ତ କରାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri