ଏମ୍‌ପିସିରେ ୩ ସଦସ୍ୟ ନିଯୁକ୍ତ; ଶକ୍ତିକାନ୍ତଙ୍କ ଟିମ୍‌ରେ ଅସୀମା ଗୋୟଲ, ଜୟନ୍ତ ଆର୍‌ ବର୍ମା ଏବଂ ଶଶାଙ୍କ ଭିଡେ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି(ଏମ୍‌ପିସି)ରେ ୩ ମନୋନୀତ ସଦସ୍ୟଙ୍କୁ ସରକାର ମଙ୍ଗଳବାର ନିଯୁକ୍ତ କରିଛନ୍ତି। ସେପ୍ଟେମ୍ବରରେ ପୂର୍ବରୁ କାର୍ଯ୍ୟ କରୁଥିବା ୩ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପଦବୀଗୁଡିକ ଖାଲି ପଡିଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ସରକାର ଏହି ସ୍ଥାନ ପୂରଣ କରିବାକୁ ସକ୍ଷମ ନ ହେବାରୁ ମୁଦ୍ରାନୀତି କମିଟି ବୈଠକ ହୋଇପାରି ନ ଥିଲା। ନିଯୁକ୍ତି ଲାଭ କରିଥିବା ୩ ସଦସ୍ୟଙ୍କ ମଧ୍ୟରେ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଡେଭଲପମେଣ୍ଟ ରିସର୍ଚ୍ଚର ପ୍ରଫେସର ଅସୀମା ଗୋୟଲ, ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ, ଅହମ୍ମଦାବଦାର ପ୍ରଫେସର ଜୟନ୍ତ ଆର୍‌ ବର୍ମା ଏବଂ ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଆପ୍ଲାଏଡ ଇକୋନୋମିକ୍ସ ରିସର୍ଚ୍ଚର ବରିଷ୍ଠ ପରାମର୍ଶଦାତା ଶଶାଙ୍କ ଭିଡେ ରହିଛନ୍ତି। ବର୍ତ୍ତମାନ ମୁଦ୍ରାନୀତି କମିଟିରେ ଗଭର୍ନର ଶକ୍ତିକାନ୍ତ ଦାସ, ଡେପୁଟି ଗଭର୍ନର ମାଇକେଲ ପାତ୍ର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମ୍ରିଦୁଲ ସାଗର କାର୍ଯ୍ୟ କରୁଥିବା ବେଳେ ନୂତନ ଭାବେ ନିଯୁକ୍ତ ୩ ସଦସ୍ୟ ସରକାରଙ୍କ ନୋମିନି ଭାବେ କାର୍ଯ୍ୟ କରିବେ। ପୂର୍ବରୁ ସରକାରଙ୍କ ମନୋନୀତ ୩ ସଦସ୍ୟ ରବୀନ୍ଦ୍ର ଢୋଲାକିଆ, ପମି ଦୁଆ ଏବଂ ଚେତନ ଘାଟେଙ୍କ କାର୍ଯ୍ୟକାଳ ସେପ୍ଟେମ୍ବରେ ଶେଷରେ ସମ୍ପୂର୍ଣ୍ଣ ହୋଇଛି।
ଅସୀମା ଗୋୟଲ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ଅଛନ୍ତି। ନୂଆ ନିଯୁକ୍ତି ପରେ ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ସେ ଆର୍‌ବିଆଇର ମୁଦ୍ରାନୀତି ପରାମର୍ଶଦାତା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଆସିଛନ୍ତି। ବର୍ତ୍ତମାନ ସେ ଏଡେଲଓ୍ବିସ ଫାଇନାନ୍ସିଆଲ ସର୍ଭିସ, ଆଇଡିବିଆଇ ବ୍ୟାଙ୍କ ଏବଂ ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସରେ ସ୍ବାଧୀନ ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି। ସେହିଭଳି ବର୍ମା ଜଣେ ଫାଇନାନ୍ସିଆଲ ମାର୍କେଟର ଜଣେ ବିଶେଷଜ୍ଞ। ଆର୍ଥତ୍କ କ୍ଷେତ୍ର ସଂସ୍କାର, ବ୍ୟାଙ୍କଗୁଡିକର କାର୍ଯ୍ୟଧାରା, ବିଦେଶୀ ମୁଦ୍ରା ପରିଚାଳନା ଏବଂ ସମସ୍ୟା ଭଳି କ୍ଷେତ୍ର ଗବେଷଣା କ୍ଷେତ୍ରରେ ତାଙ୍କର ବିଶେଷ ଯୋଗଦାନ ରହିଛି। ଏହାବାଦ କୃଷି ଏବଂ ମୁଦ୍ରାସ୍ଫୀତି କ୍ଷେତ୍ରରେ ସେ ଜଣେ ବିଶେଷଜ୍ଞ ଭାବେ ବେଶ୍‌ ଜଣାଶୁଣା। ଆର୍‌ବିଆଇ ଆଇନ ଅନୁସାରେ ଅର୍ଥନୀତି, ବ୍ୟାଙ୍କିଙ୍ଗ୍‌, ଫାଇନାନ୍ସ ଏବଂ ମୁଦ୍ରାନୀତି କ୍ଷେତ୍ରରେ ବିଶେଷ ଯୋଗଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଏମ୍‌ପିସି ସଦସ୍ୟ ଭାବେ ନିଯୁକ୍ତ କରାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଘୋର ଆର୍ଥିକ ସଙ୍କଟରେ ତୈଳ କମ୍ପାନୀ, ଦୈନିକ ୧୭୦୦ କୋଟିର କ୍ଷତି; ଶୀଘ୍ର ବଢ଼ିବ ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୦।୫: ଇରାନ ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର…

ସ୍ତ୍ରୀଙ୍କ ସହ ଖୋଲନ୍ତୁ ଏହି ଖାତା, ୧୦ବର୍ଷରେ ମିଳିବ ୪୧ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ନିବେଶ…

ସଞ୍ଚୟ ଆରମ୍ଭ କରିବା ପାଇଁ କେବେବି “ଆସନ୍ତାକାଲି” ପାଇଁ ଅପେକ୍ଷା କରିବା ଉଚିତ ନୁହେଁ। ଲୋକମାନେ ପ୍ରାୟତଃ ଭାବନ୍ତି ଯେ ସେମାନେ କେବଳ ସେତେବେଳେ ନିବେଶ କରିବେ…

LPG ବୁକ୍‌ କରିବା ହେଲା ଆହୁରି ସହଜ, ଏହି ଆପ୍‌ ଜରିଆରେ କେଇ ସେକେଣ୍ଡରେ ହୋଇଯିବ ବୁକିଂଠାରୁ ନେଇ ପେମେଣ୍ଟ…

ନୂଆଦିଲ୍ଲୀ,୭।୫: ଆଜିର ଅତ୍ୟାଧୁନିକ ଯୁଗରେ ଟେକ୍ନୋଲୋଜି ଆମ ଜୀବନଶୈଳୀକୁ ଅନେକ ସହଜ କରିଦେଇଛି। ପୂର୍ବରୁ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଗ୍ରାହକଙ୍କୁ ଗ୍ୟାସ ଏଜେନ୍ସିକୁ ଦୌଡ଼ିବାକୁ ପଡ଼ୁଥିଲା…

ଏହି ଦିନ ସାରା ଦେଶରେ ବନ୍ଦ ରହିବ ଔଷଧ ଦୋକାନ! ଭାରତ ବନ୍ଦ ଡାକରା ଦେବେ…

ନୂଆଦିଲ୍ଲୀ,୭।୫: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ ନିୟମିତ ଭାବରେ କୌଣସି ରୋଗ ପାଇଁ ଔଷଧ ଖାଆନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

୮,୦୦୦ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ଯୋଗାଣରେ ଉନ୍ନତୀକରଣ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଟିପି ସେଣ୍ଟ୍ର୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ) ପକ୍ଷରୁ ବିସିଡିଡି-୨ ଡିଭିଜନ ଅନ୍ତର୍ଗତ ଭରତପୁର ପିଏସ୍‌ଏସ୍‌ଠାରେ ଏକ ୨୫ ଏମ୍‌ଭିଏ ପାୱାର ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ…

Trisha Krishnan ଙ୍କ ୧୦ କୋଟି ଟଙ୍କାର ଘର, ବିଳାସପୂର୍ଣ୍ଣ ମର୍ସିଡିଜ, ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୫।୫: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ Trisha Krishnan ପୁନର୍ୱାର ଚର୍ଚ୍ଚାରେ ଆସିଛନ୍ତି, ତାଙ୍କର ଲକ୍ସୁରିଅସ ଲାଇଫ୍‌ ଷ୍ଟାଇଲ ଓ କୋଟିକୋଟି ସମ୍ପତ୍ତିକୁ ନେଇ। ଏହି…

ବ୍ୟାଙ୍କରେ ୨୧୩ କୋଟି ୧୯ ଲକ୍ଷର ସେୟାର, ବିଜୟ ଥାଲାପଥିଙ୍କ ସମ୍ପତ୍ତି ଜାଣିଲେ କାବା ହୋଇଯିବେ…

ନୂଆଦିଲ୍‌ଲୀ,୫।୫: ୨୦୨୬ ତାମିଲନାଡୁ ବିଧାନସଭା ନିର୍ୱାଚନରେ ଟିଭିକେ ଏକକ ବୃହତ୍ତମ ଦଳ ଭାବରେ ଉଭା ହେବା ସହିତ, ସମସ୍ତଙ୍କ ନଜର ଏହାର ପ୍ରତିଷ୍ଠାତା ଏବଂ ମୁଖ୍ୟ ସି.…

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଝଟକା ଦେଲା Jio, ବନ୍ଦ କରିଦେଲା ଏହି ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ,୫।୫: ରିଲାଏନ୍ସ ଜିଓ ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। କମ୍ପାନୀ ଏହାର ଏକ ଲୋକପ୍ରିୟ ଏବଂ ସୁଲଭ ପ୍ରିପେଡ ଯୋଜନା ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri