ଏମ୍‌ଏସ୍‌ପି ଜାରି ରହିବ: ସୀତାରାମନ

ଚେନ୍ନାଇ: କୃଷକଙ୍କ ଉତ୍ପାଦିତ ବିଭିନ୍ନ ଖାଦ୍ୟଶସ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଜାରି ରହିବ। ଏହା ବର୍ତ୍ତମାନ ପ୍ରଦାନ କରାଯାଉଥିବା ବେଳେ ଆଗକୁ ମଧ୍ୟ ପ୍ରଦାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ନୂଆ କରି ଆସିଥିବା କୃଷି ବିଲ୍‌କୁ ନେଇ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଧାନ ଏବଂ ଗହମ ବ୍ୟତୀତ ଯେଉଁମାନେ ଅନ୍ୟ କୌଣସି ବର୍ଗରେ ଏମ୍‌ଏସ୍‌ପି ଦେଉ ନ ଥିଲେ ସେମାନେ ଆଜି ଅଯଥା ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି। କେନ୍ଦ୍ର ସରକାର ଆଣିଥିବା ନୂଆ ଆଇନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବିଚାର କରାଯାଇଛି। ଏହା ମଧ୍ୟରେ ଆନ୍ତଃ ରାଜ୍ୟ କୃଷି ବାଣିଜ୍ୟ ଉପରେ ମଧ୍ୟ ଧ୍ୟାନ ରଖାଯାଇଛି ବୋଲି ସେ ମତ ଦେଇଛନ୍ତି।
ସରକାର ଏମ୍‌ଏସ୍‌ପିକୁ ଉଚ୍ଛେଦ କରିନେବେ ବୋଲି କୃଷକଙ୍କ ମନରେ ଆଶଙ୍କା ଉପୁଜିଛି। ଏହାକୁ ନେଇ କୃଷକଙ୍କ ପକ୍ଷରୁ ପ୍ରତିବାଦ ଦେଖାଯାଉଛି। ବିରୋଧୀ ଦଳଗୁଡିକ ମଧ୍ୟ ଏ ନେଇ ସରକାରଙ୍କୁ ଘେରିଥିବା ଦେଖାଯାଉଛି। ଏହାର ଉତ୍ତର ରଖି ସୀତାରାମନ କହିଛନ୍ତି, ବିରୋଧୀମାନେ ଯେଉଁଭଳି ଭାବେ ମିଥ୍ୟା ପ୍ରଚାର କରୁଛନ୍ତି ସେ ନେଇ କୌଣସି ବିଭ୍ରାନ୍ତ ହେବା ଆବଶ୍ୟକତା ନାହିଁ। ଏମ୍‌ଏସ୍‌ପି ଆଗକୁ ମଧ୍ୟ ଜାରି ରହିବ। ବର୍ତ୍ତମାନ ଏମ୍‌ଏସ୍‌ପି ପରିସରରେ ୨୦-୨୩ ଶସ୍ୟ ଆସୁଛି। ଯେଉଁମାନେ କେବଳ ଧାନ ଏବଂ ଗହମ ଉପରେ ଏମ୍‌ଏସ୍‌ପି ଦେଉଥିଲେ ସେମାନେ କୁମ୍ଭୀର କାନ୍ଦଣା କାନ୍ଦିବା ସହ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ସୀତାରାମନ ଟାର୍ଗେଟରେ ଉତ୍ତର ରଖିଛନ୍ତି। ଦେଶ ମଧ୍ୟରେ ୨୩ରୁ ୨୪ ଲକ୍ଷ ଟନ୍‌ ଡାଲି ଜାତୀୟ ସାମଗ୍ରୀ ଆବଶ୍ୟକ ପଡୁଛି। ୧୬ ଲକ୍ଷ ଟନ୍‌ ଉତ୍ପାଦନ ହେଉଥିବା ବେଳେ ବଳକା ଆମଦାନୀରୁ ପୂରଣ କରାଯାଉଛି। ଏଭଳି ସ୍ଥିତିକୁ ବିଚାରକରି ସରକାର ଅନ୍ୟ ଖାଦ୍ୟଶସ୍ୟକୁ ମଧ୍ୟ ଏମ୍‌ଏସ୍‌ପି ପରିସରଭୁକ୍ତ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri