Categories: ଜାତୀୟ

ଅର୍ଥନୀତିରେ ନୋବେଲ

ନୂଆଦିଲ୍ଲୀ,୧୧।୧୦: ଅର୍ଥନୀତିରେ ୨୦୨୧ବର୍ଷ ନୋବେଲ ପୁରସ୍କାର ପାଇଁ ୩ଜଣଙ୍କ ନାମ ଘୋଷଣା କରାଯାଇଛି। ଆମେରିକାର ଏହି ୩ଜଣ ଅର୍ଥନୀତିଜ୍ଞ ହେଲେ ଡେଭିଡ କାର୍ଡ, ଜୋଶୁଆ ଡି ଆଙ୍ଗ୍ରିଷ୍ଟ ଓ ଗୁଇଡୋ ଡବ୍ଲ୍ୟୁ ଇମ୍ବେନ୍ସ। ପ୍ରାକୃତିକ ପରୀକ୍ଷଣ ଓ ଶ୍ରମ ଅର୍ଥନୀତି ପାଇଁ ଏମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।
ଡେଭିଡ କାର୍ଡ ବରେଲିର କାଲିଫର୍ନ୍ନିଆ ବିଶ୍ୱବିଦ୍ୟାଳୟ, ଜୋଶୁଆ ଆଙ୍ଗ୍ରିଷ୍ଟ ମାସାଚୁସେଟ୍ସ ଅନଷ୍ଟିଚ୍ୟୁଟ ଓ ଗୁଇଡୋ ଇମ୍ବେନ୍ସ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ଅଛନ୍ତି। ଏହି ୩ଜଣ ଅର୍ଥନୈତିକ ବିଜ୍ଞାନରେ ପରୀକ୍ଷାମୂଳକ କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ରୂପାନ୍ତରିତ କରିଛନ୍ତି। ତାଙ୍କ ଅନୁସନ୍ଧାନ ପରୀକ୍ଷାମୂଳକ କ୍ଷେତ୍ରରେ ବଡ଼ ବିପ୍ଳବ ଆଣିଥିବା ସ୍ବିଡେନ ଏକାଡେମୀ ଏକ ବିବୃତ୍ତିରେ ପ୍ରକାଶ କରିଛି।

Share