ନେହା କକ୍କରଙ୍କ ହଳଦୀ ସେରିମନି ଫଟୋ ଭାଇରାଲ

ଆଉ କିଛିଦିନ ମଧ୍ୟରେ ବିବାହ ବନ୍ଧରେ ବାନ୍ଧି ହେବେ ବଲିଉଡ ଗାୟିକା ନେହା କକ୍କର। ଏଥିପାଇଁ ପ୍ରାୟ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ପଞ୍ଜାବୀ ଗାୟକ ରୋହନପ୍ରୀତଙ୍କୁ ସେ ଦିଲ୍ଲୀରେ ବିବାହ କରିବେ। ଶୁକ୍ରବାର ନେହା ତାଙ୍କର ହଳଦୀ ସେରିମନିର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଏହି ଫଟୋ ବେଶ ଭାଇରାଲ ହେବାରେ ଲାଗିଛି। ଫଟୋରେ ନେହା ଏବଂ ରୋହନପ୍ରୀତ ହଳଦିଆ ରଙ୍ଗର ପୋଷାକ ପରିଧାନ କରିବା ଦେଖିବାକୁ ମିଳିଛି। ସେହିପରି ନେହା ହାତ ଓ ପାଦରେ ମେହେନ୍ଦୀ ଲଗାଇଛନ୍ତି। ଫଟୋରେ ଉଭୟେ ଏକାଠି ରୋମାଣ୍ଟିକ ପୋଜ ଦେଇଥିବା ଦେଖାଯାଇଛି।

ପ୍ରକାଶ ଯେ, ନେହା ୨୬ ଅକ୍ଟୋବରରେ ଦିଲ୍ଲୀରେ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ରହିଛି। ଆଜି ମେହେନ୍ଦୀ ଏବଂ ହଳଦୀ ସମାରୋହ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି।

Share