ମିଳୁନି ମୁନ୍ଦାଏ ପାଣି

ଭୁବନ, ୧୩।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଏନ୍‌ଏସିର ପୁରାତନ ବ୍ୟବସାୟିକ ପେଣ୍ଠସ୍ଥଳୀ ନୂଆବଜାରରେ ସୃଷ୍ଟି ହୋଇଛି ଜଳସଙ୍କଟ। ଦୀର୍ଘ ୧୦ବର୍ଷ ତଳେ ଏଠାରେ ସ୍ଥାପିତ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଏବଂ ଏକମାତ୍ର ନଳକୂପ ଅଚଳ ହୋଇପଡ଼ିବା ପରେ ପାଣି ମୁନ୍ଦାଏ ପାଇଁ ଦହଗଞ୍ଜ ହେଉଛନ୍ତି ବ୍ୟବସାୟୀ, ଗ୍ରାହକ ଏବଂ ବସ୍‌ଯାତ୍ରୀ। ଏହାକୁ ନେଇ ପୁଞ୍ଜିଭୂତ ଅସନ୍ତୋଷ ଉଗ୍ର ହେଉଥିବାବେଳେ ଆନ୍ଦୋଳନ ଏକମାତ୍ର ବିକଳ୍ପ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି ବ୍ୟବସାୟୀ।
ଅଭିଯୋଗ ଅନୁଯାୟୀ, ନୂଆବଜାର ଉପରେ ନିର୍ଭର କରନ୍ତି ଭୁବନ ବ୍ଲକ ସମେତ ପଡ଼ୋଶୀ କେନ୍ଦୁଝର ଏବଂ ଯାଜପୁର ଜିଲାର ବ୍ୟବସାୟୀ। ରାତି ପାହିଲେ ଏଠାରେ ଦୋକାନ ଖୋଲନ୍ତି ୭୦୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ। ନିକଟରେ ବସ୍‌ଷ୍ଟାଣ୍ଡ ରହିଛି। ଦୈନିକ ୪୦ରୁ ଊର୍ଦ୍ଧ୍ୱ ବସ୍‌ ଯାତାୟତ କରୁଥିବାବେଳେ ବିଭିନ୍ନ କାର୍ଯ୍ୟରେ ଆସନ୍ତି ସହସ୍ରାଧିକ ଯାତ୍ରୀ। ଏହାକୁ ଦୃଷ୍ଟିରେ ରଖି ୧୦ ବର୍ଷ ତଳେ ସ୍ଥାପନ କରାଯାଇଥିଲା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ। ତେବେ ପୁରୁଣା ହୋଇଯାଇଥିବାରୁ ଏହା ବାରମ୍ବାର ଅକାମୀ ହୋଇପଡୁଛି। ୩ଦିନ ହେଲା ଏକମାତ୍ର ନଳକୂପ ଅଚଳ ହୋଇପଡ଼ିବା ପରେ ସମସ୍ୟା ଆହୁରି ବଢ଼ିଯାଇଛି। ଏନ୍‌ଏସି ପକ୍ଷରୁ ଜଳଛତ୍ର ବ୍ୟବସ୍ଥାର ଠିକ୍‌ ପରିଚାଳନା ହେଉନାହିଁ। ଆଗକୁ ରଜ ମହୋତ୍ସବ ଥିବାରୁ ବଜାରରେ ଅସମ୍ଭାଳ ଭିଡ଼ ହେଉଛି। ହେଲେ ଏଭଳି ଏକ ବୃହତ୍‌ ବ୍ୟବସାୟିକ ପେଣ୍ଠସ୍ଥଳୀରେ ପାଣି ମୁନ୍ଦାଏ ନ ମିଳିବା ଚିନ୍ତାର ବିଷୟ ହୋଇଛି।
ସେହିପରି ନବନିର୍ମିତ ଶୌଚାଳୟ ତାଲା ଖୋଲୁ ନ ଥିବାରୁ ଯାତ୍ରୀମାନେ ଅସ୍ବାଭାବିକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ସେମାନେ ଖୋଲାଜାଗାରେ ଶୌଚ କରୁଛନ୍ତି। ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମାଗାର ନ ଥିବାରୁ ଦୋକାନ ବାରଣ୍ଡାରେ ମୁଣ୍ଡ ଗୁଞ୍ଜୁଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏନ୍‌ଏସି କର୍ତ୍ତୃପକ୍ଷ କିମ୍ବା ଜିଲା ପ୍ରଶାସନ ଏହାର ସମାଧାନ ପ୍ରତି ଗୁରୁତ୍ୱ ଦେଉ ନ ଥିବା ବ୍ୟବସାୟୀମାନେ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି।
ଏ ସଂକ୍ରାନ୍ତରେ ଏନ୍‌ଏସି ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ କୁହନ୍ତି, କିଛିଦିନ ତଳେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ଫ୍ରିଜର ମରାମତି କରାଯାଇଥିଲା। ଏହା ପୁଣି ଅଚଳ ହୋଇଯାଇଥିବା ନେଇ ତାଙ୍କ ନିକଟରେ ଅଭିଯୋଗ ହୋଇନାହିଁ। ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ। ଶୌଚାଳୟ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆଯିବ। ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ସୋନାଲି ନାୟକ କୁହନ୍ତି, ନଳକୂପ ଅଚଳ ହୋଇଯାଇଥିବା ସମ୍ପର୍କରେ ତାଙ୍କ ନିକଟରେ ଅଭିଯୋଗ ହୋଇନାହିଁ। ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ତୁରନ୍ତ ମରାମତି କରାଯିବ।

 

ସବୁ କାଗଜ କଲମରେ ସୀମିତ
ନୂଆବଜାର ଉପରେ ବ୍ଲକର ହଜାର ହଜାର ବ୍ୟବସାୟୀ ଏବଂ ଗ୍ରାହକ ନିର୍ଭରଶୀଳ। ଏଠାରେ ପାନୀୟ ଜଳର ଅଭାବ ଲାଗି ରହିଛି। ଶୌଚାଳୟ ଥାଇ କାମରେ ଆସୁନାହିଁ। ଏନ୍‌ଏସି କର୍ତ୍ତୃପକ୍ଷ, ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ସେମାନେ ଦେଇଥିବା ସମାଧାନର ପ୍ରତିଶ୍ରୁତି କାଗଜକଲମରେ ସୀମିତ ହୋଇ ରହିଯାଇଛି।
-ଦୁଷ୍ମନ୍ତ ପୃଷ୍ଟି, ବଜାର କମିଟି ସଭାପତି

ଦୋକାନ ବାରଣ୍ଡା ପାଲଟିଛି ବିଶ୍ରାମସ୍ଥଳୀ
ବଜାରରେ ଯାତ୍ରୀ ଓ ବ୍ୟବସାୟୀଙ୍କ ସାମୟିକ ବିଶ୍ରାମ ଲାଗି କୌଣସି ବ୍ୟବସ୍ଥା ନାହିଁ। ଲୋକମାନେ ଦୟନୀୟ ଅବସ୍ଥାରେ ଦୋକାନ ବାରଣ୍ଡାରେ ବିଶ୍ରାମ ନେଉଛନ୍ତି। ସୁବିଧାରେ ପିଇବା ପାଣି ମିଳୁନାହିଁ। ଏନ୍‌ଏସି ପକ୍ଷରୁ କରାଯାଇଥିବା ଜଳଛତ୍ରର ଚିହ୍ନବର୍ଣ୍ଣ ନାହିଁ। ଏହାର ସମାଧାନ ନ ହେଲେ ଆନ୍ଦୋଳନ କରାଯିବ। -ଚନ୍ଦ୍ରମଣି ନାଥ, ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri