ମିଳୁନି ମୁନ୍ଦାଏ ପାଣି

ଭୁବନ, ୧୩।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଏନ୍‌ଏସିର ପୁରାତନ ବ୍ୟବସାୟିକ ପେଣ୍ଠସ୍ଥଳୀ ନୂଆବଜାରରେ ସୃଷ୍ଟି ହୋଇଛି ଜଳସଙ୍କଟ। ଦୀର୍ଘ ୧୦ବର୍ଷ ତଳେ ଏଠାରେ ସ୍ଥାପିତ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଏବଂ ଏକମାତ୍ର ନଳକୂପ ଅଚଳ ହୋଇପଡ଼ିବା ପରେ ପାଣି ମୁନ୍ଦାଏ ପାଇଁ ଦହଗଞ୍ଜ ହେଉଛନ୍ତି ବ୍ୟବସାୟୀ, ଗ୍ରାହକ ଏବଂ ବସ୍‌ଯାତ୍ରୀ। ଏହାକୁ ନେଇ ପୁଞ୍ଜିଭୂତ ଅସନ୍ତୋଷ ଉଗ୍ର ହେଉଥିବାବେଳେ ଆନ୍ଦୋଳନ ଏକମାତ୍ର ବିକଳ୍ପ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି ବ୍ୟବସାୟୀ।
ଅଭିଯୋଗ ଅନୁଯାୟୀ, ନୂଆବଜାର ଉପରେ ନିର୍ଭର କରନ୍ତି ଭୁବନ ବ୍ଲକ ସମେତ ପଡ଼ୋଶୀ କେନ୍ଦୁଝର ଏବଂ ଯାଜପୁର ଜିଲାର ବ୍ୟବସାୟୀ। ରାତି ପାହିଲେ ଏଠାରେ ଦୋକାନ ଖୋଲନ୍ତି ୭୦୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ। ନିକଟରେ ବସ୍‌ଷ୍ଟାଣ୍ଡ ରହିଛି। ଦୈନିକ ୪୦ରୁ ଊର୍ଦ୍ଧ୍ୱ ବସ୍‌ ଯାତାୟତ କରୁଥିବାବେଳେ ବିଭିନ୍ନ କାର୍ଯ୍ୟରେ ଆସନ୍ତି ସହସ୍ରାଧିକ ଯାତ୍ରୀ। ଏହାକୁ ଦୃଷ୍ଟିରେ ରଖି ୧୦ ବର୍ଷ ତଳେ ସ୍ଥାପନ କରାଯାଇଥିଲା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ। ତେବେ ପୁରୁଣା ହୋଇଯାଇଥିବାରୁ ଏହା ବାରମ୍ବାର ଅକାମୀ ହୋଇପଡୁଛି। ୩ଦିନ ହେଲା ଏକମାତ୍ର ନଳକୂପ ଅଚଳ ହୋଇପଡ଼ିବା ପରେ ସମସ୍ୟା ଆହୁରି ବଢ଼ିଯାଇଛି। ଏନ୍‌ଏସି ପକ୍ଷରୁ ଜଳଛତ୍ର ବ୍ୟବସ୍ଥାର ଠିକ୍‌ ପରିଚାଳନା ହେଉନାହିଁ। ଆଗକୁ ରଜ ମହୋତ୍ସବ ଥିବାରୁ ବଜାରରେ ଅସମ୍ଭାଳ ଭିଡ଼ ହେଉଛି। ହେଲେ ଏଭଳି ଏକ ବୃହତ୍‌ ବ୍ୟବସାୟିକ ପେଣ୍ଠସ୍ଥଳୀରେ ପାଣି ମୁନ୍ଦାଏ ନ ମିଳିବା ଚିନ୍ତାର ବିଷୟ ହୋଇଛି।
ସେହିପରି ନବନିର୍ମିତ ଶୌଚାଳୟ ତାଲା ଖୋଲୁ ନ ଥିବାରୁ ଯାତ୍ରୀମାନେ ଅସ୍ବାଭାବିକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ସେମାନେ ଖୋଲାଜାଗାରେ ଶୌଚ କରୁଛନ୍ତି। ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମାଗାର ନ ଥିବାରୁ ଦୋକାନ ବାରଣ୍ଡାରେ ମୁଣ୍ଡ ଗୁଞ୍ଜୁଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏନ୍‌ଏସି କର୍ତ୍ତୃପକ୍ଷ କିମ୍ବା ଜିଲା ପ୍ରଶାସନ ଏହାର ସମାଧାନ ପ୍ରତି ଗୁରୁତ୍ୱ ଦେଉ ନ ଥିବା ବ୍ୟବସାୟୀମାନେ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି।
ଏ ସଂକ୍ରାନ୍ତରେ ଏନ୍‌ଏସି ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ କୁହନ୍ତି, କିଛିଦିନ ତଳେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ଫ୍ରିଜର ମରାମତି କରାଯାଇଥିଲା। ଏହା ପୁଣି ଅଚଳ ହୋଇଯାଇଥିବା ନେଇ ତାଙ୍କ ନିକଟରେ ଅଭିଯୋଗ ହୋଇନାହିଁ। ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ। ଶୌଚାଳୟ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆଯିବ। ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ସୋନାଲି ନାୟକ କୁହନ୍ତି, ନଳକୂପ ଅଚଳ ହୋଇଯାଇଥିବା ସମ୍ପର୍କରେ ତାଙ୍କ ନିକଟରେ ଅଭିଯୋଗ ହୋଇନାହିଁ। ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ତୁରନ୍ତ ମରାମତି କରାଯିବ।

 

ସବୁ କାଗଜ କଲମରେ ସୀମିତ
ନୂଆବଜାର ଉପରେ ବ୍ଲକର ହଜାର ହଜାର ବ୍ୟବସାୟୀ ଏବଂ ଗ୍ରାହକ ନିର୍ଭରଶୀଳ। ଏଠାରେ ପାନୀୟ ଜଳର ଅଭାବ ଲାଗି ରହିଛି। ଶୌଚାଳୟ ଥାଇ କାମରେ ଆସୁନାହିଁ। ଏନ୍‌ଏସି କର୍ତ୍ତୃପକ୍ଷ, ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ସେମାନେ ଦେଇଥିବା ସମାଧାନର ପ୍ରତିଶ୍ରୁତି କାଗଜକଲମରେ ସୀମିତ ହୋଇ ରହିଯାଇଛି।
-ଦୁଷ୍ମନ୍ତ ପୃଷ୍ଟି, ବଜାର କମିଟି ସଭାପତି

ଦୋକାନ ବାରଣ୍ଡା ପାଲଟିଛି ବିଶ୍ରାମସ୍ଥଳୀ
ବଜାରରେ ଯାତ୍ରୀ ଓ ବ୍ୟବସାୟୀଙ୍କ ସାମୟିକ ବିଶ୍ରାମ ଲାଗି କୌଣସି ବ୍ୟବସ୍ଥା ନାହିଁ। ଲୋକମାନେ ଦୟନୀୟ ଅବସ୍ଥାରେ ଦୋକାନ ବାରଣ୍ଡାରେ ବିଶ୍ରାମ ନେଉଛନ୍ତି। ସୁବିଧାରେ ପିଇବା ପାଣି ମିଳୁନାହିଁ। ଏନ୍‌ଏସି ପକ୍ଷରୁ କରାଯାଇଥିବା ଜଳଛତ୍ରର ଚିହ୍ନବର୍ଣ୍ଣ ନାହିଁ। ଏହାର ସମାଧାନ ନ ହେଲେ ଆନ୍ଦୋଳନ କରାଯିବ। -ଚନ୍ଦ୍ରମଣି ନାଥ, ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri