ପଦ୍ମପୁର,୧୯।୧୧(ଡି.ଏନ.ଏ.): ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ସତ୍ୟପାଠକୁ ସାର୍ବଜନୀନ କରିଛନ୍ତି ନିର୍ବାଚନ ଅଧିକାରୀ। ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ, ବିଜେଡି ପ୍ରାର୍ଥତ୍ନୀ ବର୍ଷା ସିଂ ବରିହା ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଖରେ କୌଣସି ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନ ନ ଥିବାବେଳେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଖରେ ଇନୋଭା କାର୍ ରହିଛି। ଭାଜପା ପ୍ରାର୍ଥୀ ପୁରୋହିତଙ୍କ ନାମରେ ମୋଟ୍ ୫୫ଲକ୍ଷ ୬୭ ହଜାର ଟଙ୍କାର ସମ୍ପତ୍ତି ଥିବାବେଳେ ତାଙ୍କ ସ୍ତ୍ରୀ ପ୍ରତିମାଙ୍କ ନାମରେ ୩୮ଲକ୍ଷ ୫୧ ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ଓ ୪୪ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ସେହିପରି ବିଜେଡି ପ୍ରାର୍ଥତ୍ନୀ ବର୍ଷା ସିଂ ବରିହାଙ୍କ ପାଖରେ ୧୦ ଲକ୍ଷ ୯୪ ହଜାର ଟଙ୍କାର ଗହଣା ରହିଛି । ବର୍ଷାଙ୍କ ମୋଟ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧୨ ଲକ୍ଷ ୩୬ ହଜାର ଟଙ୍କା ଏବଂ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୯୦ ଲକ୍ଷ ଟଙ୍କା ହେବ। ବର୍ଷାଙ୍କ ସ୍ବାମୀ ସ୍ମୃତିସୌରଭ ବଳିୟାର ସିଂଙ୍କର ମୋଟ୍ ୪୨ ଲକ୍ଷ ୫୦ ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ଥିବା ତାଙ୍କ ନାମରେ କୌଣସି ଅସ୍ଥାବର ସମ୍ପତ୍ତି ନାହିଁ। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ଅସ୍ଥାବର ସମ୍ପତ୍ତି ଅନ୍ୟ ଦୁଇ ପ୍ରାର୍ଥୀଙ୍କଠାରୁ ଅଧିକ। ସତ୍ୟଭୂଷଣଙ୍କ ନାମରେ ୪କୋଟି ୩୦ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ଏବଂ ୨ଲକ୍ଷ ୫୦ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ସେହିପରି ତାଙ୍କ ସ୍ତ୍ରୀଙ୍କ ନାମରେ ୪ ଲକ୍ଷ ୧୦ ହଜାର ଟଙ୍କା ରହିଥିବା ବେଳେ ସତ୍ୟଭୂଷଣଙ୍କର ଭୁବନେଶ୍ୱରରେ ଏକ କୋଠାଘର ରହିଛି। ଭାଜପା ପ୍ରାର୍ଥୀଙ୍କ ନାମରେ ବିଭିନ୍ନ ଥାନାରେ ୧୦ଟି ଫୌଜଦାରୀ ମାମଲା ଓ କଂଗ୍ରେସ ପ୍ରାର୍ଥୀଙ୍କ ନାମରେ ୨ଟି ଫୌଜଦାରୀ ମାମଲା ରହିଛି । ମାତ୍ର ବିଜେଡି ପ୍ରାର୍ଥୀଙ୍କ ନାମରେ କୌଣସି ମାମଲା ନାହିଁ। ସେହିପରି ସତ୍ୟଭୂଷଣ ବିଜ୍ଞାନରେ ସ୍ନାତକୋତ୍ତର, ବର୍ଷା ଆଇନ ଡିଗ୍ରୀ ହାସଲ କରିଥିବା ବେଳେ ପ୍ରଦୀପ ମାଟ୍ରିକ ପାଶ୍ କରିଥିବା ସତ୍ୟପାଠରେ ଦର୍ଶାଯାଇଛି।
Posted inHome, Home Left, ଆମ ଜିଲା ଖବର, ବରଗଡ଼ View All
ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା
ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…
ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?
ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…
ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…
ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…
ଗିଲ୍ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ
ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍ରେ ବଡ଼ ବିଜୟ ହାସଲ…
ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…
କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…
ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….
ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…
ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ
ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…
ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!
ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

