ବିଜେଡି, କଂଗ୍ରେସ ପ୍ରାର୍ଥୀଙ୍କ ଗାଡ଼ି ନାହିଁ, ଇନୋଭା ଚଢୁଛନ୍ତି ଭାଜପା ପ୍ରାର୍ଥୀ

ପଦ୍ମପୁର,୧୯।୧୧(ଡି.ଏନ.ଏ.): ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ସତ୍ୟପାଠକୁ ସାର୍ବଜନୀନ କରିଛନ୍ତି ନିର୍ବାଚନ ଅଧିକାରୀ। ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ, ବିଜେଡି ପ୍ରାର୍ଥତ୍ନୀ ବର୍ଷା ସିଂ ବରିହା ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଖରେ କୌଣସି ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନ ନ ଥିବାବେଳେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଖରେ ଇନୋଭା କାର୍‌ ରହିଛି। ଭାଜପା ପ୍ରାର୍ଥୀ ପୁରୋହିତଙ୍କ ନାମରେ ମୋଟ୍‌ ୫୫ଲକ୍ଷ ୬୭ ହଜାର ଟଙ୍କାର ସମ୍ପତ୍ତି ଥିବାବେଳେ ତାଙ୍କ ସ୍ତ୍ରୀ ପ୍ରତିମାଙ୍କ ନାମରେ ୩୮ଲକ୍ଷ ୫୧ ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ଓ ୪୪ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ସେହିପରି ବିଜେଡି ପ୍ରାର୍ଥତ୍ନୀ ବର୍ଷା ସିଂ ବରିହାଙ୍କ ପାଖରେ ୧୦ ଲକ୍ଷ ୯୪ ହଜାର ଟଙ୍କାର ଗହଣା ରହିଛି । ବର୍ଷାଙ୍କ ମୋଟ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧୨ ଲକ୍ଷ ୩୬ ହଜାର ଟଙ୍କା ଏବଂ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୯୦ ଲକ୍ଷ ଟଙ୍କା ହେବ। ବର୍ଷାଙ୍କ ସ୍ବାମୀ ସ୍ମୃତିସୌରଭ ବଳିୟାର ସିଂଙ୍କର ମୋଟ୍‌ ୪୨ ଲକ୍ଷ ୫୦ ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ଥିବା ତାଙ୍କ ନାମରେ କୌଣସି ଅସ୍ଥାବର ସମ୍ପତ୍ତି ନାହିଁ। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ଅସ୍ଥାବର ସମ୍ପତ୍ତି ଅନ୍ୟ ଦୁଇ ପ୍ରାର୍ଥୀଙ୍କଠାରୁ ଅଧିକ। ସତ୍ୟଭୂଷଣଙ୍କ ନାମରେ ୪କୋଟି ୩୦ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ଏବଂ ୨ଲକ୍ଷ ୫୦ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ସେହିପରି ତାଙ୍କ ସ୍ତ୍ରୀଙ୍କ ନାମରେ ୪ ଲକ୍ଷ ୧୦ ହଜାର ଟଙ୍କା ରହିଥିବା ବେଳେ ସତ୍ୟଭୂଷଣଙ୍କର ଭୁବନେଶ୍ୱରରେ ଏକ କୋଠାଘର ରହିଛି। ଭାଜପା ପ୍ରାର୍ଥୀଙ୍କ ନାମରେ ବିଭିନ୍ନ ଥାନାରେ ୧୦ଟି ଫୌଜଦାରୀ ମାମଲା ଓ କଂଗ୍ରେସ ପ୍ରାର୍ଥୀଙ୍କ ନାମରେ ୨ଟି ଫୌଜଦାରୀ ମାମଲା ରହିଛି । ମାତ୍ର ବିଜେଡି ପ୍ରାର୍ଥୀଙ୍କ ନାମରେ କୌଣସି ମାମଲା ନାହିଁ। ସେହିପରି ସତ୍ୟଭୂଷଣ ବିଜ୍ଞାନରେ ସ୍ନାତକୋତ୍ତର, ବର୍ଷା ଆଇନ ଡିଗ୍ରୀ ହାସଲ କରିଥିବା ବେଳେ ପ୍ରଦୀପ ମାଟ୍ରିକ ପାଶ୍‌ କରିଥିବା ସତ୍ୟପାଠରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri