ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ

ଭାରତ ଓ ଜି୨୦ ସମ୍ପର୍କରେ କ’ଣ ମନେଅଛି ବୋଲି ଯଦି ପ୍ରଶ୍ନ କରାଯାଏ, ତେବେ ହୁଏତ ମୋ ଭଳି ଅନେକ ପାଠକ ଉତ୍ତର ଦେବେ ଯେ, ଦୁଇ ବର୍ଷ ପୂର୍ବେ ଭାରତ ଜି୨୦ର ଅଧ୍ୟକ୍ଷତା କରୁଥିଲାବେଳେ ଏ ସମ୍ପର୍କରେ ପ୍ରଚାରପତ୍ର ଓ ହୋର୍ଡିଂ ଲଗାଇଥିଲା। ତେବେ ସେହି ଅଧ୍ୟକ୍ଷତାରୁ କି ସୁଫଳ ମିଳିଲା କିମ୍ବା ଆମେ ଯେଉଁ ଯୋଜନା ଆରମ୍ଭ କରିଥିଲୁ ପରେ ତାହା ରହିଛି କି ବୋଲି ଯଦି ପ୍ରଶ୍ନ କରାଯାଏ, ତେବେ ମୁଁ ତାହାର କୌଣସି ଉତ୍ତର ଦେଇପାରିବି ନାହିଁ। କାରଣ ତୁମ ଭଳି ମୁଁ ମଧ୍ୟ କିଛି ଜାଣିନାହିଁ। ଗୋଟିଏ ବିଷୟ ପାଇଁ ଜି୨୦ ଏକ ସୁଯୋଗ ଥିଲା ଏବଂ ତାହା ହାସଲ ହୋଇନାହିଁ। କିଛିଦିନ ପୂର୍ବରୁ ଭାରତ ଜାତିସଂଘକୁ ଯାଇ ତାହାର ବ୍ୟବସ୍ଥାଗତ ପୁନର୍ଗଠନ ପାଇଁ କହିଥିଲା। ଭାରତ ଯେତେବେଳେ ଜାତିସଂଘ ପୁନର୍ଗଠନ ବିଷୟରେ କହୁଛି ସେଥିରୁ ବୁଝିବାକୁ ହେବ ଯେ, ଭିଟୋ ସହ ଆମେ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ଚାହୁଁଛୁ। ଭାରତର ବୈଦେଶିକ ମନ୍ତ୍ରୀ କହିଥିଲେ, ଦକ୍ଷିଣ ଆଫ୍ରିକା ପ୍ରତି କରାଯାଇଥିବା ଅନ୍ୟାୟ ଦୂର ହେବା ଉଚିତ। ପରିଷଦର ଉଭୟ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟ ସଂଖ୍ୟା ବୃଦ୍ଧି କରାଯିବା ଆବଶ୍ୟକ। ପୁନର୍ଗଠିତ ପରିଷଦ ବାସ୍ତବରେ ପ୍ରତିନିଧିଭିତ୍ତିକ ହେବା ଉଚିତ ଏବଂ ଭାରତ ଅଧିକ ଉତ୍ତରଦାୟିତ୍ୱ ବହନ କରିବା ପାଇଁ ପ୍ରସ୍ତୁତ ବୋଲି ସେ କହିଥିଲେ। କୌଣସି ଦେଶର ଲକ୍ଷ୍ୟ ରହିବା ଭଲ କଥା, କିନ୍ତୁ ପ୍ରଶ୍ନ ହେଉଛି ଆମେ ତାହା ପାଇଁ କ’ଣ କରୁଛୁ। ଭାଜପାର ୨୦୨୪ ଇସ୍ତାହାରରେ ଏ ସମ୍ପର୍କରେ ଗୋଟିଏ ଧାଡ଼ି ରହିଛି। ତାହା ହେଉଛି-”ବୈଶ୍ୱିକ ନୀତି ନିର୍ଦ୍ଧାରଣରେ ଭାରତର ସ୍ଥିତି ମଜଭୁତ କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇବା ସକାଶେ ପ୍ରତିବଦ୍ଧ।“ ତେବେ ଏହା କେମିତି ହାସଲ କରିହେବ ସେ ସମ୍ପର୍କରେ ବିସ୍ତୃତ ଭାବେ କୁହାଯାଇ ନାହିଁ। ଭାରତକୁ ଅଧିକ କ୍ଷମତା ଦିଆଯିବା ଉଚିତ ବୋଲି ଭାରତ ଦାବି କରୁଛି। କିନ୍ତୁ ଏ ସମ୍ପର୍କରେ ୫ଟି ସ୍ଥାୟୀ ସଦସ୍ୟ ଏବଂ ସାଧାରଣ ସଭାର ଦୁଇ ତୃତୀୟାଂଶକୁ ଭାରତ କ’ଣ କହି ବୁଝେଇବ, ସେ ବିଷୟରେ କିଛି ସୂଚିତ କରିନାହିଁ। ବିଶ୍ୱରେ ଭାରତକୁ ଯେତିକି ମିଳିବା ଉଚିତ ଭାରତ ତାହାଠାରୁ ଅଧିକ ଯୋଗ୍ୟ ବୋଲି ଧାରଣା ରହିଛି। କିନ୍ତୁ ଏହି ବିଷୟରେ ବୈଦେଶିକ ନୀତିର କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥିବାଭଳି ମନେହେଉନାହିଁ। ଧରି ନିଆଯାଉ, ଆମେ ସେହି ଆସନ ପାଇଲେ। ହେଲେ ଏଥିରେ ଆମେ ଯାହା କରିବା କଥା ତାହା ବର୍ତ୍ତମାନ କରିପାରିବୁ କି ନାହିଁ ତାହା ଉପରେ କୌଣସି ସ୍ପଷ୍ଟତା ନାହିଁ। ବିଶ୍ୱରେ ଏବେ ଗାଜା ଓ ୟୁକ୍ରେନ୍‌ ବଡ଼ ସମସ୍ୟା ଭାବେ ଉଭା ହୋଇଛି। କିନ୍ତୁ ଏହା ଉପରେ ଜାତିସଂଘରେ ଭୋଟିଂରୁ ଭାରତ ବିରତ ରହିଛି। ବିଶ୍ୱକୁ ଜଣାଇବା ପାଇଁ ଜଣଙ୍କ ପାଖରେ କିଛି ନ ଥିବାବେଳେ, ଭିଟୋ ଥାଉ ବା ନ ଥାଉ, ତାହାର କୌଣସି ଫରକ ପଡ଼ିବ ନାହିଁ।
ଚାଇନା ୟୁଏନ୍‌ଏସ୍‌ସି ସଦସ୍ୟତାକୁ ଆଧାର କରି ସୁପର୍‌ପାଓ୍ବାର ହୋଇନାହିଁ, ବରଂ ୧୯୯୦ରୁ ଶିଳ୍ପନୀତି ଏବଂ ଆର୍ଥିକ ଅଭିବୃଦ୍ଧି ବଳରେ ଏହା ହାସଲ କରିଛି। ଭାଜପା ମଧ୍ୟ ୨୦୧୪ ଇସ୍ତାହାରରେ ଦର୍ଶାଇଥିଲା ଯେ, ପୂର୍ବର ୟୁପିଏ ସରକାରଙ୍କ ବୈଦେଶିକ ନୀତିରେ ସ୍ପଷ୍ଟତା ବଦଳରେ ଦ୍ୱନ୍ଦ୍ୱ ଦେଖିଛୁ ଏବଂ ନେତୃତ୍ୱର ଅଭାବରୁ ଭାରତ ସମସ୍ୟାରେ ଥିବା ଦେଖାଯାଇଛି; ଯେଉଁଥିପାଇଁ ଏହା ଆତ୍ମବିଶ୍ୱାସର ସହ ବିଶ୍ୱ ସହିତ ଜଡ଼ିତ ହେବାର ଥିଲା। ହେଲେ ମନମୋହନ ସିଂଙ୍କ ଶାସନ କାଳରେ ଭାରତ ପଡ଼ୋଶୀଦେଶଗୁଡ଼ିକ ସହିତ ସ୍ଥାୟୀ ବନ୍ଧୁତ୍ୱ ଓ ସହଯୋଗୀ ସମ୍ପର୍କ ରଖିବାରେ ବିଫଳ ହୋଇଥିଲା। ଫଳରେ ଭାରତ ଓ ଏହାର ପଡ଼ୋଶୀମାନେ ପରସ୍ପରଠାରୁ ଅଲଗା ହୋଇ ରହିଲେ। ଭାଜପା ଏହାକୁ ସୁଧାରିବା ସହ ସାର୍କକୁ ମଜଭୁତ କରିଛି ବୋଲି ଇସ୍ତାହାରରେ କୁହାଯାଇଥିଲା। କିନ୍ତୁ ବାସ୍ତବତା ହେଉଛି, ନଭେମ୍ବର ୨୦୧୪ରୁ ସାର୍କର ବୈଠକ ହୋଇନାହିଁ, କାରଣ ଏଥିରେ ଆମର କୌଣସି ଆଗ୍ରହ ନାହିଁ। ସେହି ସମ୍ମିଳନୀର ଶେଷ ବୈଠକ ପରଠାରୁ ଆଫଗାନିସ୍ତାନ, ବାଂଲାଦେଶ, ମାଳଦ୍ୱୀପ, ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କାର ନେତାମାନେ ପରିବର୍ତ୍ତନ ହୋଇଛନ୍ତି। ହେଲେ ଭାରତର ସେହି ସମାନ ବ୍ୟକ୍ତି ଶାସନରେ ଅଛନ୍ତି। ଆମେ ଆମ ପଡ଼ୋଶୀଙ୍କୁ ଏକାଠି କରି ରଖିପାରି ନାହଁୁ। କିନ୍ତୁ ବିଶ୍ୱାସ କରୁଛୁ ଯେ, ଯଦି ଜାତିସଂଘରେ ଅଧିକ କ୍ଷମତା ଦିଆଯାଏ ତେବେ ଆମେ ବିଶ୍ୱରେ ସୁଧାର ଆଣିପାରିବୁ। ଆସିଆନ ସହ ସମ୍ପର୍କ ରଖିବା ପାଇଁ ପାର୍ଟି ଅଧିକ କିଛି କରିବ ବୋଲି ଭାଜପା ଇସ୍ତାହାରରେ କୁହାଯାଇଥିଲା। କିନ୍ତୁ ୨୦୧୯ରେ ଆମେ ଆସିଆନ ନେତୃତ୍ୱରେ କରାଯାଇଥିବା ଆଞ୍ଚଳିକ ବ୍ୟାପକ ଆର୍ଥିକ ଭାଗୀଦାରି (ଆର୍‌ସିଇପି)ଭଳି ମୁକ୍ତ ବାଣିଜ୍ୟ ଚୁକ୍ତିରେ ଯୋଗଦେବାକୁ ଚାହଁିଲୁ ନାହିଁ।
ଇସ୍ତାହାରଗୁଡ଼ିକରେ ‘ବସୁଧୈବ କୁଟୁମ୍ବକମ୍‌’ ଦୁଇଟି ଶବ୍ଦ ରହିଛି। ଭାରତ ମାନବ ଜାତିକୁ ଗୋଟିଏ ପରିବାର ଭାବେ ଦେଖୁଛି, କିନ୍ତୁ ନାଗରିକ ସଂଶୋଧନ ଆଇନରୁ ବାଂଲାଦେଶୀ ଶରଣାର୍ଥୀଙ୍କ ସମେତ ଅନ୍ୟ ଯେଉଁମାନେ ବାଦ୍‌ ପଡ଼ିଛନ୍ତି ସେମାନଙ୍କୁ ଛାଡ଼ି ଚାଲିଯିବା ଲାଗି କହୁଛୁ। ତେବେ ଏହି ଦୁଇ ଶବ୍ଦର କୌଣସି ମୂଲ୍ୟ ନାହିଁ ଏବଂ ଏହା କେବଳ ନିରର୍ଥକ ମନ୍ତବ୍ୟ ବ୍ୟତୀତ ଅନ୍ୟ କିଛି ନୁହେଁ। ଯଦି ସେଠାରେ ପହଞ୍ଚତ୍ବା ପାଇଁ ଆମ ପାଖରେ କୌଣସି ବାଟ ନାହିଁ ଏବଂ ଭିଟୋକୁ ନେଇ ଆମେ କ’ଣ କରିବୁ ତାହା ଯଦି ଜାଣିନାହଁୁ, ତେବେ ଆମେ କାହିଁକି ବଡ଼ ଦାୟିତ୍ୱ ପାଇଁ ଚିଲୋଉଛୁ? ୟୁଏନ୍‌ଏସ୍‌ସିର ସ୍ଥାୟୀ ସଦସ୍ୟତା ଆମକୁ ଗର୍ବର ସହ ଚାଲିବାକୁ ଏକ ମଞ୍ଚ ଦେବ ଏବଂ ଆମେ ବିଶ୍ୱର ନେତା ବୋଲି ବାହାନା କରିବା ସହିତ ବିଶ୍ୱ ସମୁଦାୟର ଅଗ୍ରଣୀ ନେତୃତ୍ୱ ଭାବେ ଦର୍ଶାଇବାକୁ ସୁଯୋଗ ଦେବ। ଏହା ହେଉଛି ଆଉ ଏକ ଜାଗା, ଯେଉଁଠି ଆମେ ଭରସାଯୋଗ୍ୟ ବୋଲି ବାହାନା କରିପାରିବା। ଆମ ବ୍ୟକ୍ତିତ୍ୱ ଓ ନିଜସ୍ବ କୂଟନୀତିକୁ ପ୍ରଦର୍ଶନ କରିପାରିବା। ବିଶ୍ୱ ଏହା ଜାଣେ। ଏହା ଆମକୁ ଅନୁଧ୍ୟାନ କରିଛି, ଆମର ସବୁ କଥା ଶୁଣିଛି, କୌଣସି ଘଟଣାରେ ଆମ ନୀରବତା ଏବଂ ଦୂରେଇ ରହିବାର ସ୍ବଭାବକୁ ଦେଖିଛି। କୌଣସି ଏକ ଦେଶ ଅନ୍ୟମାନଙ୍କ ତୁଳନାରେ ଗୋଟିଏ ବିଷୟରେ ନିଜକୁ ଯୋଗ୍ୟ ମଣିବାର ବିଚାର ଠିକ୍‌ ଲାଗୁନାହିଁ। ଏହି କାରଣରୁ ସରକାର ୟୁଏନ୍‌ଏସ୍‌ସିରେ ଏକ ସ୍ଥାୟୀ ଆସନ ପାଇବା ପାଇଁ କୌଣସି ରାସ୍ତା ବାହାର କରିନାହାନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶୋଷ ମେଣ୍ଟାଇବା ପାଇଁ ରୋଗକୁ ଆମନ୍ତ୍ରଣ! ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ

ଧର୍ମଶାଳା ୧୪।୩(ଶିବ ପ୍ରସାଦ ମହାନ୍ତି): ଜଳ ହିଁ ଜୀବନ। ଶୋଷ ମେଣ୍ଟାଇବାକୁ ଆମେ ଜଳକୁ ପିଇଥାଉ। ତେବେ ବଜାରରେ ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଏବେ…

ଡ୍ରୋନ ସର୍ଭେ ଦ୍ୱାରା ଜଙ୍ଗଲ ନିଆଁ ଚିହ୍ନଟ, ରାତିସାରା ଅକ୍ଲାନ୍ତ ଉଦ୍ୟମ ପରେ ନିଆଁକୁ ଆୟତ୍ତ କଲା ବନବିଭାଗ

ପାଟଣା,୧୪।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ତଣ୍ଡ ବିଟ ଅଟେଈ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ରାତି ୨ଟାରେ ଲାଗିଥିବା ନିଆଁକୁ ବନବିଭାଗ କର୍ମଚାରୀ…

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ: ସଙ୍କଟରେ ବନ୍ୟଜନ୍ତୁ

ଉଦଳା,୧୪।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗିଛି ନିଆଁ। ୩ ରୁ ୪ ଘଣ୍ଟା ହେବ ଜଳି ଚାଲିଛି ନିଆଁ।…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

କାମ ସାରି ଫେରୁଥିବାବେଳେ ଦଳିଦେଲା ହାତୀ: ୧୨ ଘଣ୍ଟାରେ ୩ ଜଣଙ୍କ ଗଲା ଜୀବନ

ଜି.ଉଦୟଗିରି/ରାଇକିଆ,୧୪/୩(ଚିନ୍ମୟ କୁମାର ସେଠୀ/ପ୍ରଦୀପ ବେହେରା): କନ୍ଧମାଳ ଜିଲା ଜି.ଉଦୟଗିରି ଓ ରାଇକିଆ ବ୍ଲକରେ ହାତୀ ଉପଦ୍ରବକୁ ନେଇ ଆତଙ୍କ ଦେଖା ଦେଇଛି । ଗତ କାଲି ସନ୍ଧ୍ୟାରୁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ହତ୍ୟା କରି ପାଣିଟାଙ୍କି ଉପରେ ଲୁଚିଥିବା ଅଭିଯୁକ୍ତ ପିଇଦେଲେ ବିଷ, ତା’ପରେ…

ଦେବଗଡ଼,୧୪।୩(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାରେ ଚାଞ୍ଚଲ୍ୟ। ହତ୍ୟା କରି ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତ ଗାଁର ପାଣି ଟାଙ୍କି ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri