Categories: ଜାତୀୟ

ଗୁଜରାଟରେ ଦେଖାଦେଲାଣି ମର୍ଚରି ଭ୍ୟାନର ଅଭାବ

ଅହମ୍ମଦାବାଦ, ୧୩ା୪- କୋଭିଡ୍‌ର ଦ୍ୱିତୀୟ ଲହର ଯୋଗୁ ବିଭିନ୍ନ ରାଜ୍ୟର ସରକାରୀ ମେଡିକାଲରେ ଦେଖିବାକୁ ମିଳୁଛି ଗଦା ଗଦା ମୃତଦେହ। କେଉଁଠାରେ ମର୍ଚରିରେ ଯାଗା ନାହିଁ ତ, କେଉଁଠାରେ କରୋନା ଆକ୍ରାନ୍ତଙ୍କୁ ନେବା ପାଇଁ ମିଳୁନାହିଁ ଆମ୍ବୁଲାନ୍ସ। ଛତିଶଗଡ଼ ଓ ବିହାର ପରେ ଏବେ ଗୁଜରାଟରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ।

କରୋନା କାରଣରୁ ଏହି ରାଜ୍ୟରେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେଉଛି ଯେ, ଦେଖାଦେଲାଣି ମର୍ଚରି ଭ୍ୟାନର ଅଭାବ। ଏଭଳି ପରିସ୍ଥିତି ଯୋଗୁ ପରିବାର ବର୍ଗ ମୃତଦେହକୁ ଟେମ୍ପୋରେ ବୋହୁଛନ୍ତି। କେବଳ ଏତିକି ନୁହେଁ ଅହମ୍ମଦାବାଦ୍‌ର ସରକାରୀ ମେଡିକାଲରେ ପ୍ରବେଶ କରିବା ପାଇଁ ରୋଗୀ ଥିବା ଆମ୍ବୁଲାନ୍ସକୁ ଲାଇନରେ ଅପେକ୍ଷା କରିବାକୁ ପଡ଼ୁଛି। ଏହାର ଭିଡିଓ ସହ ଜଣେ ଜର୍ନାଲିଷ୍ଟ ଟୁଇଟ୍‌ କରି ଜଣାଇଛନ୍ତି।

Share