ଲକ୍‌ଡାଉନ୍‌ ଦ୍ୱାରା ମହାମାରୀର ହେବନି ସମାଧାନ: ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୨୭।୩: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଲକ୍‌ଡାଉନ୍‌ ଜାରି ହେବା ନେଇ ବହୁ ଗୁଜବ ମଧ୍ୟ ଉଠୁଛି। ଏନେଇ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, ଲକ୍‌ଡାଉନ୍‌ ଦ୍ୱାରା ଦେଖାଦେଇଥିବା କରୋନା ମହାମାରୀ ସଙ୍କଟର ସମାଧାନ ହେବନି । ଦିଲ୍ଲୀରେ ଲକ୍‌ଡାଉନ୍‌ ଘୋଷଣା କରାଯିବାର ଏବେ କୌଣସି  ଯୋଜନା ନାହିଁ। ପ୍ରଥମେ କରୋନା ଭୁତାଣୁର ଜୀବନଚକ୍ର ସମ୍ପର୍କରେ ବିଶେଷ ତଥ୍ୟ ଜଣା ନ ଥିଲା। ସେହିପରି ଭୁତାଣୁର ଜୀବନଦ ଚକ୍ର ୧୪ ଦିନମଧ୍ୟରେ ଶେଷ ହେଉଥିବା ବୈଜ୍ଞାନିକମାନେ କହିଥିଲେ। ଅପରପକ୍ଷରେ ୨୧ ଦିନ ଲକ୍‌ଡାଉନ୍‌ ଦ୍ୱାରା କରୋନା ଭୁତାଣୁ ସଂକ୍ରମଣକୁ ରୋକା ଯାଇପାରିବ ବୋଲି ବିଦେଶୀ ବୈଜ୍ଞାନିକମାନେ ମତପୋଷଣ କରିଥିଲେ। ତେଣୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ମାତ୍ର ସଂକ୍ରମଣ ରୋକା ଯାଇ ପାରି ନ ଥିଲା। ତେଣୁ ଲକ୍‌ଡାଉନ୍‌ ଘୋଷଣା କରାଯିବା ଏହାର ପ୍ରକୃତ ସମାଧାନ ନୁହେଁ ବୋଲି ସେ କହିଛନ୍ତି। ତେଣୁ କରୋନା ମାର୍ଗଦର୍ଶିକା ପାଳନ ସହିତ ସଚେତନ ରହିବାଲେ ଏଥିରୁ ଦୂରେଇ ରହିହେବାର ଆଶା ଥିବା ସେ ପ୍ରକାଶ କରିଛନ୍ତି।

Share