Categories: ଜାତୀୟ

‘ସୁପାରିସରେ ଦିଆଯିବ ନାହିଁ ଚାକିରି’

ମୋହାଲି,୨୦।୩: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ରବିବାର ଆମ ଆଦମି ପାର୍ଟି (ଏଏପି)ର ବିଧାୟକଙ୍କୁ ଲୋକଙ୍କ କଲ୍ୟାଣ ପାଇଁ ସଚ୍ଚୋଟତା ସହ କାର୍ଯ୍ୟ କରିବାକୁ କହିଛନ୍ତି। ଫାଙ୍କା ପଡ଼ିଥିବା ୨୫ ହଜାର ପଦବୀ ପାଇଁ କୌଣସି ସୁପାରିସ ନ କରିବାକୁ ସେ ବିଧାୟକଙ୍କୁ ଚେତାବନୀ ଦେଇଛନ୍ତି।

“ଅନେକ ତୁମ ପାଖକୁ ଚାକିରି ପାଇଁ ଆସିବେ। କିନ୍ତୁ ସମସ୍ତ ପ୍ରକାର ସୁପାରିସଠୁ ଦୂରେଇ ରୁହନ୍ତି। ଆମ ଆଦମି ପାର୍ଟିରେ ଦୁର୍ନୀତି ଲାଗି କୌଣସି ଯାଗା ନାହିଁ” ବୋଲି ମାନ କହିଛନ୍ତି।

ଦଳୀୟ ବିଧାୟକଙ୍କୁ ସମ୍ବୋଧନ ଦେଇ ଏଏପିର ଜାତୀୟ କନଭେନର ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି କହିଛନ୍ତି, ମାତ୍ର ୩ ଦିନ ମଧ୍ୟରେ ମାନ ଅନେକ କିଛି ଶେଷ କରି ଦେଇଛନ୍ତି। ଏଏପି ବିଧାୟକଙ୍କ ବୈଠକ ମୋହାଲିରେ ବସିଥିଲା। କେଜରିଓ୍ବାଲ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ।

Share