କାମ କରି ମିଳିନି ମଜୁରି

କଣ୍ଟାବାଞ୍ଜି, ୧୪ା୬(ଗୁରୁଦୟାଲ ହଂସ): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କମେଇମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରହେନଭଟା ଗାଁର ଗଭରାମୁଣ୍ଡା ବନ୍ଧର ମାଟି ଉନ୍ନତୀକରଣ ଏମ୍‌ଜିଏନଆରଜିଏସ ଯୋଜନାରେ କରାଯାଇଛି। ୨୦୨୨ ଡିସେମ୍ବର ମାସରେ କାମ ଆରମ୍ଭ କରାଯାଇଥିଲା। କାମସ୍ଥାନରେ କୌଣସି ସୂଚନା ଫଳକ ଲଗାଯାଇନାହିଁ। ଫଳରେ କେତେ ଟଙ୍କାର କାମ, କର୍ମ ଦିବସ ଓ କେତେ ସଂଖ୍ୟକ ଶ୍ରମିକ କାମ କରିଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ମିଳି ପାରୁନାହିଁ। ଅପରପକ୍ଷରେ ଏଠାରେ କାମ କରିଥିବା ଜବ୍‌କାର୍ଡଧାରୀ ଶ୍ରମିକ ଏ ଯାଏ ମଜୁରି ପାଇ ନ ଥିବା ଅଭିଯୋଗ କରିଛନ୍ତି। ଅପରପକ୍ଷରେ କାମ କରି ନ ଥିବା ବ୍ୟକ୍ତିଙ୍କ ବ୍ୟାଙ୍କଖାତାରେ ଟଙ୍କା ଜମା କରାଯାଇଥିବା ଅଭିଯୋଗ କରିଛନ୍ତି ପ୍ରକୃତ ଶ୍ରମିକ। ପ୍ରକଳ୍ପ ଅଟକଳ ୧୦ଲକ୍ଷ ଟଙ୍କା ଥିବା ବେଳେ ଅଳ୍ପକିଛି କାମ କରି କାଗଜକଲମରେ କାମ ହୋଇଥିବା ଦେଖାଇ ଦିଆଯାଇଥିବା କହିଛନ୍ତି ରହେନଭଟା ଗ୍ରାମର ସୁନ୍ଦର ଭୋଇ, ମକରଧ୍ୱଜ ଭୋଇ, କପିଲ ଭୋଇ,ସିନ୍ଧୁ ଭୋଇ, ମାଧବ ଭୋଇ ଏବଂ ପଞ୍ଚାନନ ଭୋଇ ପ୍ରମୁଖ। ଏ ନେଇ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ବିନୋଦିନୀ ବାଗଙ୍କୁ ତାଙ୍କ ମୋବାଇଲ ଫୋନ ନଂ. ୭୮୫୪୯୬୭୪୭୧ରେ ଯୋଗାଯୋଗ କରାଯାଇଥିଲା। ଫୋନ ତାଙ୍କ ସ୍ବାମୀ ତଥା ସରପଞ୍ଚ ପ୍ରତିନିଧି ଭରତ ବାଗ ରିସିଭ କରିଥିଲେ। ଅଭିଯୋଗ ସମ୍ପର୍କରେ ତାଙ୍କୁ ପଚାରିବାରୁ ୫ମାସ ହେଲା ଶ୍ରମିକଙ୍କ ମଜୁରି ପ୍ରଦାନ କରା ନ ଯିବା ପରିତାପର ବିଷୟ ବୋଲି କହିଥିଲେ। କାମ ସହ ପ୍ରତ୍ୟକ୍ଷଭବେ ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ୍‌, ଗ୍ରାମସାଥୀ ମଷ୍ଟରରୋଲ ବାହାର କରି ଜବକାର୍ଡ ଧାରୀ ଶ୍ରମିକଙ୍କୁ ମଜୁରି ପଇଠ କରିବାକଥା। ଆଜିକାଲି ଅନଲାଇନ ମାଧ୍ୟମରେ ସବୁ କାର୍ଯ୍ୟ ହେଉଥିବାରୁ ସବୁକଥା ସରପଞ୍ଚଙ୍କ ନଜରକୁ ଆସିପାରୁ ନାହିଁ ା ଯଦି ଏପରି ହୋଇଥାଏ ତେବେ ଅନୁସନ୍ଧାନ କରି ପ୍ରାପ୍ୟ ପ୍ରଦାନର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ। ଏ ନେଇ ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲଙ୍କୁ ପଚାରିବାରୁ ଶ୍ରମିକମାନଙ୍କ କୌଣସି ଅଭିଯୋଗ ମୋ ପାଖକୁ ଆସିନାହିଁ। ନିର୍ଦ୍ଧିଷ୍ଟଭାବେ ମଜୁରି ମିଳି ନ ଥିବା ନେଇ ଅଭିଯୋଗ ଆସିଲେ ଅନୁସନ୍ଧାନ କରିକି ପଦକ୍ଷେପ ନେବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୂଚନାଦାତା ସନ୍ଦେହରେ ଯୁବକଙ୍କୁ ମାଓବାଦୀଙ୍କ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁରରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ ଆହତ ବ୍ୟକ୍ତିଙ୍କୁ ସୁରକ୍ଷା କର୍ମୀମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।...

ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି, ୮ା୫(ଦୁଯେର୍ର୍‌ୟାଧନ ପାତ୍ର):  ଛତିଶଗଡ଼ ଦାନ୍ତେୱାଡା ଜିଲା ପୋଲିସ ନିକଟରେ ୩ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ହିଂସାର ବାଟ ଛାଡି ସମାଜର ମୁଖ୍ୟ...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟରେ ବୁଧବାର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭାଜପା କର୍ମୀମାନେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମୁଦୁଲିପଡ଼ା...

୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା।...

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼,୮ା୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍। ବୁଧବାର ଦେବଗଡ ଜିଲାର ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର...

ରାଜନୀତି ସରଗରମ: ଆଉ ୫ ଦିନ ପରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା କ୍ଷେତ୍ରର କେସିଙ୍ଗା ବ୍ଳକରେ ରାଜନୈତିକ ଉଷ୍ମତା ବଢ଼ିଚାଲିଛି। ଆସନ୍ତା ୧୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ...

ପୋଖରୀରୁ ଅଚିହ୍ନା ମୃତଦେହ ଜବତ: ହୁଡ଼ାରେ ରହିଛି ବ୍ୟାଗ୍‌, ଆଶାବାଡ଼ି

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତର ପଣ୍ଡିତ ଗାଁ ଚଟିବନ୍ଧରୁ ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି...

ଭଉଣୀ ବାହାଘରରେ ଲକ୍ଷାଧିକ ଟଙ୍କା ଋଣ କରିଥିଲେ ଭାଇ, ଶୁଝିବା ପାଇଁ ଦାଦନ ସାଜି ବିଦେଶରେ ଗଲା ଜୀବନ

ଗଞ୍ଜାମ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ତେନ୍ତୁଳିଆପଲ୍ଲୀ ପଞ୍ଚାୟତ ବାଗଲପୁର ଗ୍ରାମର କାର୍ତ୍ତିକ ପ୍ରଧାନ ଓ ତାଙ୍କ ପୁଅ ସାଗର ପ୍ରଧାନ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri