କାମ କରି ମିଳିନି ମଜୁରି

କଣ୍ଟାବାଞ୍ଜି, ୧୪ା୬(ଗୁରୁଦୟାଲ ହଂସ): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କମେଇମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରହେନଭଟା ଗାଁର ଗଭରାମୁଣ୍ଡା ବନ୍ଧର ମାଟି ଉନ୍ନତୀକରଣ ଏମ୍‌ଜିଏନଆରଜିଏସ ଯୋଜନାରେ କରାଯାଇଛି। ୨୦୨୨ ଡିସେମ୍ବର ମାସରେ କାମ ଆରମ୍ଭ କରାଯାଇଥିଲା। କାମସ୍ଥାନରେ କୌଣସି ସୂଚନା ଫଳକ ଲଗାଯାଇନାହିଁ। ଫଳରେ କେତେ ଟଙ୍କାର କାମ, କର୍ମ ଦିବସ ଓ କେତେ ସଂଖ୍ୟକ ଶ୍ରମିକ କାମ କରିଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ମିଳି ପାରୁନାହିଁ। ଅପରପକ୍ଷରେ ଏଠାରେ କାମ କରିଥିବା ଜବ୍‌କାର୍ଡଧାରୀ ଶ୍ରମିକ ଏ ଯାଏ ମଜୁରି ପାଇ ନ ଥିବା ଅଭିଯୋଗ କରିଛନ୍ତି। ଅପରପକ୍ଷରେ କାମ କରି ନ ଥିବା ବ୍ୟକ୍ତିଙ୍କ ବ୍ୟାଙ୍କଖାତାରେ ଟଙ୍କା ଜମା କରାଯାଇଥିବା ଅଭିଯୋଗ କରିଛନ୍ତି ପ୍ରକୃତ ଶ୍ରମିକ। ପ୍ରକଳ୍ପ ଅଟକଳ ୧୦ଲକ୍ଷ ଟଙ୍କା ଥିବା ବେଳେ ଅଳ୍ପକିଛି କାମ କରି କାଗଜକଲମରେ କାମ ହୋଇଥିବା ଦେଖାଇ ଦିଆଯାଇଥିବା କହିଛନ୍ତି ରହେନଭଟା ଗ୍ରାମର ସୁନ୍ଦର ଭୋଇ, ମକରଧ୍ୱଜ ଭୋଇ, କପିଲ ଭୋଇ,ସିନ୍ଧୁ ଭୋଇ, ମାଧବ ଭୋଇ ଏବଂ ପଞ୍ଚାନନ ଭୋଇ ପ୍ରମୁଖ। ଏ ନେଇ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ବିନୋଦିନୀ ବାଗଙ୍କୁ ତାଙ୍କ ମୋବାଇଲ ଫୋନ ନଂ. ୭୮୫୪୯୬୭୪୭୧ରେ ଯୋଗାଯୋଗ କରାଯାଇଥିଲା। ଫୋନ ତାଙ୍କ ସ୍ବାମୀ ତଥା ସରପଞ୍ଚ ପ୍ରତିନିଧି ଭରତ ବାଗ ରିସିଭ କରିଥିଲେ। ଅଭିଯୋଗ ସମ୍ପର୍କରେ ତାଙ୍କୁ ପଚାରିବାରୁ ୫ମାସ ହେଲା ଶ୍ରମିକଙ୍କ ମଜୁରି ପ୍ରଦାନ କରା ନ ଯିବା ପରିତାପର ବିଷୟ ବୋଲି କହିଥିଲେ। କାମ ସହ ପ୍ରତ୍ୟକ୍ଷଭବେ ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ୍‌, ଗ୍ରାମସାଥୀ ମଷ୍ଟରରୋଲ ବାହାର କରି ଜବକାର୍ଡ ଧାରୀ ଶ୍ରମିକଙ୍କୁ ମଜୁରି ପଇଠ କରିବାକଥା। ଆଜିକାଲି ଅନଲାଇନ ମାଧ୍ୟମରେ ସବୁ କାର୍ଯ୍ୟ ହେଉଥିବାରୁ ସବୁକଥା ସରପଞ୍ଚଙ୍କ ନଜରକୁ ଆସିପାରୁ ନାହିଁ ା ଯଦି ଏପରି ହୋଇଥାଏ ତେବେ ଅନୁସନ୍ଧାନ କରି ପ୍ରାପ୍ୟ ପ୍ରଦାନର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ। ଏ ନେଇ ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲଙ୍କୁ ପଚାରିବାରୁ ଶ୍ରମିକମାନଙ୍କ କୌଣସି ଅଭିଯୋଗ ମୋ ପାଖକୁ ଆସିନାହିଁ। ନିର୍ଦ୍ଧିଷ୍ଟଭାବେ ମଜୁରି ମିଳି ନ ଥିବା ନେଇ ଅଭିଯୋଗ ଆସିଲେ ଅନୁସନ୍ଧାନ କରିକି ପଦକ୍ଷେପ ନେବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?