ପେଟକୁ ମିଳୁନି ଭାତ, ମୁଣ୍ଡରେ ନାହିଁ ଛାତ

ମହାକାଳପଡ଼ା,୬।୭ (ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତୃଣମୂଳ ସ୍ତରରେ ବସବାସ କରୁଥିବା ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଅନେକ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନା କାର୍ଯ୍ୟକାରୀ କରାଯାଉଛିି। ହେଲେ ସରକାରୀ ଯୋଜନା ଏହି ଅଭାବୀ ଶ୍ରେଣୀର ଲୋକମାନଙ୍କ ପାଖରେ ଅପହଞ୍ଚ ପାଲଟିଛି। ଏମିତି ଲୋକ ଅଛନ୍ତି ସେମାନଙ୍କୁ ଦୁଇ ଓଳି ପେଟକୁ ମୁଠେ ଭାତ ମିଳୁ ନ ଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବଉଳକଣି ପଞ୍ଚାୟତ ଅଧୀନ ୧୩ ନଂ. ୱାର୍ଡ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ସିଂପଡ଼ା ଗଁାରେ।
ଏହି ଗ୍ରାମର ପାର୍ବତୀ ସିଂ (୭୫)ଙ୍କ ପରିବାର। ଆଖିକୁ ଭଲ ଭାବେ ଦିଶୁନାହିଁ। ସ୍ବାମୀ ୧୯୯୮ରେ ଆରପାରିକୁ ଚାଲିଗଲେ। ହେଲେ ସବୁଦିନ ପାଇଁ ପାର୍ବତୀଙ୍କୁ ଜୀବନ ସାରା ଦୁଃଖ ଦେଇଗଲେ। ସ୍ବାମୀଙ୍କ ମୃତ୍ୟୁର ୨୪ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ପାର୍ବତୀଙ୍କୁ ବିଧବା ଭତ୍ତା ମିଳୁନି। ସେହିପରି ପାର୍ବତୀ ସିଂଙ୍କ ପାଖରେ ସାନ ଭଉଣୀ ଫୁଲ ସିଂ (୭୨) ରହୁଛନ୍ତି। ଫୁଲ ସିଂଙ୍କ ସ୍ବାମୀ ବୁଦ୍ଧିଆ ସିଂ ୩୦ ବର୍ଷ ପୂର୍ବେ ବାଲେଶ୍ୱରକୁ କାମ କରିବାକୁ ଯାଇ ଅଦ୍ୟାବଧି ଫେରି ନାହାନ୍ତି। ଏମାନେ ଓଳିଏ ଖାଇଲେ ଆର ଓଳିକୁ ଉପବାସ ରହିଥାନ୍ତି। ଏମାନଙ୍କ ଲାଗି ଆବାସ ଯୋଜନାରେ ଗୃହ ମିଳି ନ ଥିବା ବେଳେ ରାଶନ କାର୍ଡ ମଧ୍ୟ ମିଳିନାହିଁ। ଫଳରେ ନୁଆଁଣିଆ ଚାଳଘରେ ଏମାନେ ଦିନ କାଟୁଛନ୍ତି। ଘରକୁ ବିଦ୍ୟୁତ୍‌ ସଂଯୋଗ, ଶୌଚାଳୟ, ବିଧବା ଭତ୍ତା କିଛି ମିଳିନାହିଁ। ପର ଘରେ ମୂଲ ମଜୁରି ଲାଗି ପରିବାର ବହୁ କଷ୍ଟରେ ପ୍ରତିପୋଷଣ କରିଥାନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅପରପକ୍ଷରେ ଏହି ପରିବାରରେ ସା ହେଲେ ଖାଇଥାନ୍ତି। ଡିବିରି ଆଲୁଅ ପାଇଁ କିରୋସିନ କେଉଁଠୁ ପାଇବେ ବୋଲି ଦୁଇ ଭଉଣୀ ପ୍ରଶ୍ନ କରିଛନ୍ତି। ଏବେ ବର୍ଷାଦିନ ହୋଇଥିବାରୁ ନୁଆଁଣିଆ ଚାଳ ଘରେ କିଭଳି ରହିବେ ସେହି ଚିନ୍ତା ଘାରିଛି। ପାର୍ବତୀ ସିଂ କହିଛନ୍ତି, ବହୁବାର ଆବାସ ଓ ରାଶନ କାର୍ଡ ପାଇଁ ଆବେଦନ କରିଥିଲେ ହେଁ ଗୃହ କି ଖାଦ୍ୟ ସାମଗ୍ରୀ କିଛି ମିଳୁନାହିଁ। ସତେ ଯେମିତି ଯୋଜନାଗୁଡିକ କେବଳ ଥିଲା ବାଲାଙ୍କ ପାଇଁ ହୋଇଛି। ଆମ ଭଳି ଅଭାବୀ ଆଦିବାସୀ ପରିବାରକୁ କିଏ ପଚାରେ। ଯଦି ମୁଖ୍ୟମନ୍ତ୍ରୀ ଏବଂ ମହାକାଳପଡ଼ା ବିଧାୟକ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆମ ପ୍ରତି ଟିକେ ଦୟା କରିନ୍ତେ ଆମେ ଆବାସ, ରାଶନ କାର୍ଡ ପାଇ ପାରନ୍ତୁ ବୋଲି ଆକୁଳ ନିବେଦନ କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ପଚାରିବାରେ ଏଭଳି ଯଦି ପରିବାର ଅଛନ୍ତି, ତେବେ ସେମାନଙ୍କୁ ତୁରନ୍ତ ରାଶନ, ଭତ୍ତା ଓ ରେଡକ୍ରସ ପକ୍ଷରୁ ସହାୟତା ପ୍ରାଥମିକ ପର୍ଯ୍ୟାୟରେ ଯୋଗାଇ ଦିଆଯିବ। ସର୍ଭେ ପରେ ଯଦି ସେମାନେ ଆବାସ ପାଇ ନ ଥିବେ ଯୋଗାଇ ଦିଆଯିବ ବୋଲି ଜିଲାପାଳ ଋତୁରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri