ହାତୀ ଆକ୍ରମଣରୁ ମିଳୁନି ନିସ୍ତାର

ଜଳେଶ୍ୱର,୨୩|୧(ଡି.ଏନ.ଏ) ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ରାଇବଣିଆ ଅଞ୍ଚଳରେ ଗତ କିଛିବର୍ଷ ହେଲା ହାତୀ ଉପଦ୍ରବ ଚଳାଇ ଆସୁଛନ୍ତି। କେତେବେଳେ ପଶ୍ଚିମବଙ୍ଗର ଦଲମା ଜଙ୍ଗଲରୁ ତ ପୁଣି କେତେବେଳେ ଝାଡ଼ଖଣ୍ଡୀ କିମ୍ବା ଶିମିଳିପାଳ ହାତୀ ପଶି ଆସି ବ୍ୟପକ କ୍ଷୟକ୍ଷତି କରୁଛନ୍ତି। ଗତ ୩ ବର୍ଷ ମଧ୍ୟରେ ହାତୀ ଆକ୍ରମଣରେ ୩ ଜଣଙ୍କ ପ୍ରାଣହାନି ଘଟିଲାଣି। ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ଉଜୁଡ଼ି ଯାଇଥିବା ଦେଖିବାକୁ ମିଳିଛି। ଗୃହପାଳିତ ପ୍ରାଣୀ ମଧ୍ୟ ନିସ୍ତାର ପାଉ ନାହାନ୍ତି।
ପଯର୍‌ୟାୟକ୍ରମେ ୪ଥର ହାତୀପଲ ଆସି ରାଇବଣିଆର ଜଙ୍ଗଲ ଧ୍ୱଂସ କରିବା ସହିତ ଗାଁରେ ପଶି ଆତଙ୍କ ଖେଳାଇ ଚାଲିଛନ୍ତି। ଏକାଧିକ୍ରମେ ୬୮ଟି ହାତୀ କିଛିଦିନ କଳମା, ବରଡିହା ଓ ଖୁଆଡ ପଞ୍ଚାୟତର ବିଭିନ୍ନ ଜଙ୍ଗଲ ନିକଟ ଗ୍ରାମମାନଙ୍କରେ ତାଣ୍ଡବ ରଚିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୩ଟି, ୨ୟ ପର୍ଯ୍ୟାୟରେ ୩ଟି, ୩ୟ ପର୍ଯ୍ୟାୟରେ ୨ଟି ଓ ଗତରାତିରେ ଅନ୍ୟ ୩ଟି ଘର ଭାଙ୍ଗିିଥିବା ଜଣାଯାଇଛି। ଧାନ ଚାଉଳ, ପନିପରିବା ନଷ୍ଟ କରୁଥିବା ବେଳେ ଲୋକେ ହଇରାଣ ହରକତ ହେଉଛନ୍ତି ା ବିଶେଷ କରି ରଙ୍ଗାମାଟିଆ, ପଥରଶୋଳ, ଭାଡାରାପଦା, ଦୁଧ଼ତ୍ଆଶୋଳ, ଆମ୍ବତୁମ୍ବା, ବାଗବୁଡା ଗ୍ରାମଗୁଡିକରେ ହାତୀପଲ କ୍ଷୟକ୍ଷତି କରିଛନ୍ତି। ଶୁକ୍ରବାର ରାତିରେ ଦଶରଥ ହାଁସଦା, ଦୁଲି ହାଁସଦା, ବୁଧିଆ ମୁର୍ମୁଙ୍କ ଘର ଭାଙ୍ଗିିଛନ୍ତି ା ସହାୟତା ସହ ସ୍ଥାୟୀ ପ୍ରତିକାର ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି। କେତେକ ସ୍ଥାନରେ ଟ୍ରେଞ୍ଚ ଖୋଳାଯାଇଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ ଓ ପ୍ରଭାବ ଶୂନ୍ୟ ହୋଇଛି। ଜଳେଶ୍ୱର, ରାସଗୋବିନ୍ଦପୁର ଓ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଞ୍ଚଳରେ ହାତୀ ଯାତାୟାତ କରୁଥିବା ବାଟରେ ଦୀର୍ଘ ଟ୍ରେଞ୍ଚ ଖୋଳାଯିବାକୁ ଦିଲ୍ଲୀପ ସାମଲ, ଗିରିଜା ସାସମଲ, ସୁକୁମାର ଘୋଷ, ମନୋଜ ସାସମଲ, ପ୍ରଫୁଲ୍ଲ ସୁର, ଅଜୟ ମହାନ୍ତି, ଅଞ୍ଜନ ସିଂ, ହେମନ୍ତ ଗିରି, ସନ୍ଦିପ ଘୋଷ, ଶ୍ରୀକାନ୍ତ ସିଂ, ଗଂଗାଧର ଦାସ, ସାମଲ ମୁର୍ମୁ, ତପନ ଦାସ, ଅଶ୍ୱିନୀ ଦାସ ପ୍ରମୁଖ ଦାବି କରିଛନ୍ତି ା