ହାତୀ ଆକ୍ରମଣରୁ ମିଳୁନି ନିସ୍ତାର

ଜଳେଶ୍ୱର,୨୩|୧(ଡି.ଏନ.ଏ) ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ରାଇବଣିଆ ଅଞ୍ଚଳରେ ଗତ କିଛିବର୍ଷ ହେଲା ହାତୀ ଉପଦ୍ରବ ଚଳାଇ ଆସୁଛନ୍ତି। କେତେବେଳେ ପଶ୍ଚିମବଙ୍ଗର ଦଲମା ଜଙ୍ଗଲରୁ ତ ପୁଣି କେତେବେଳେ ଝାଡ଼ଖଣ୍ଡୀ କିମ୍ବା ଶିମିଳିପାଳ ହାତୀ ପଶି ଆସି ବ୍ୟପକ କ୍ଷୟକ୍ଷତି କରୁଛନ୍ତି। ଗତ ୩ ବର୍ଷ ମଧ୍ୟରେ ହାତୀ ଆକ୍ରମଣରେ ୩ ଜଣଙ୍କ ପ୍ରାଣହାନି ଘଟିଲାଣି। ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ଉଜୁଡ଼ି ଯାଇଥିବା ଦେଖିବାକୁ ମିଳିଛି। ଗୃହପାଳିତ ପ୍ରାଣୀ ମଧ୍ୟ ନିସ୍ତାର ପାଉ ନାହାନ୍ତି।
ପଯର୍‌ୟାୟକ୍ରମେ ୪ଥର ହାତୀପଲ ଆସି ରାଇବଣିଆର ଜଙ୍ଗଲ ଧ୍ୱଂସ କରିବା ସହିତ ଗାଁରେ ପଶି ଆତଙ୍କ ଖେଳାଇ ଚାଲିଛନ୍ତି। ଏକାଧିକ୍ରମେ ୬୮ଟି ହାତୀ କିଛିଦିନ କଳମା, ବରଡିହା ଓ ଖୁଆଡ ପଞ୍ଚାୟତର ବିଭିନ୍ନ ଜଙ୍ଗଲ ନିକଟ ଗ୍ରାମମାନଙ୍କରେ ତାଣ୍ଡବ ରଚିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୩ଟି, ୨ୟ ପର୍ଯ୍ୟାୟରେ ୩ଟି, ୩ୟ ପର୍ଯ୍ୟାୟରେ ୨ଟି ଓ ଗତରାତିରେ ଅନ୍ୟ ୩ଟି ଘର ଭାଙ୍ଗିିଥିବା ଜଣାଯାଇଛି। ଧାନ ଚାଉଳ, ପନିପରିବା ନଷ୍ଟ କରୁଥିବା ବେଳେ ଲୋକେ ହଇରାଣ ହରକତ ହେଉଛନ୍ତି ା ବିଶେଷ କରି ରଙ୍ଗାମାଟିଆ, ପଥରଶୋଳ, ଭାଡାରାପଦା, ଦୁଧ଼ତ୍ଆଶୋଳ, ଆମ୍ବତୁମ୍ବା, ବାଗବୁଡା ଗ୍ରାମଗୁଡିକରେ ହାତୀପଲ କ୍ଷୟକ୍ଷତି କରିଛନ୍ତି। ଶୁକ୍ରବାର ରାତିରେ ଦଶରଥ ହାଁସଦା, ଦୁଲି ହାଁସଦା, ବୁଧିଆ ମୁର୍ମୁଙ୍କ ଘର ଭାଙ୍ଗିିଛନ୍ତି ା ସହାୟତା ସହ ସ୍ଥାୟୀ ପ୍ରତିକାର ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି। କେତେକ ସ୍ଥାନରେ ଟ୍ରେଞ୍ଚ ଖୋଳାଯାଇଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ ଓ ପ୍ରଭାବ ଶୂନ୍ୟ ହୋଇଛି। ଜଳେଶ୍ୱର, ରାସଗୋବିନ୍ଦପୁର ଓ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଞ୍ଚଳରେ ହାତୀ ଯାତାୟାତ କରୁଥିବା ବାଟରେ ଦୀର୍ଘ ଟ୍ରେଞ୍ଚ ଖୋଳାଯିବାକୁ ଦିଲ୍ଲୀପ ସାମଲ, ଗିରିଜା ସାସମଲ, ସୁକୁମାର ଘୋଷ, ମନୋଜ ସାସମଲ, ପ୍ରଫୁଲ୍ଲ ସୁର, ଅଜୟ ମହାନ୍ତି, ଅଞ୍ଜନ ସିଂ, ହେମନ୍ତ ଗିରି, ସନ୍ଦିପ ଘୋଷ, ଶ୍ରୀକାନ୍ତ ସିଂ, ଗଂଗାଧର ଦାସ, ସାମଲ ମୁର୍ମୁ, ତପନ ଦାସ, ଅଶ୍ୱିନୀ ଦାସ ପ୍ରମୁଖ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?