ହାତୀ ଆକ୍ରମଣରୁ ମିଳୁନି ନିସ୍ତାର

ଜଳେଶ୍ୱର,୨୩|୧(ଡି.ଏନ.ଏ) ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ରାଇବଣିଆ ଅଞ୍ଚଳରେ ଗତ କିଛିବର୍ଷ ହେଲା ହାତୀ ଉପଦ୍ରବ ଚଳାଇ ଆସୁଛନ୍ତି। କେତେବେଳେ ପଶ୍ଚିମବଙ୍ଗର ଦଲମା ଜଙ୍ଗଲରୁ ତ ପୁଣି କେତେବେଳେ ଝାଡ଼ଖଣ୍ଡୀ କିମ୍ବା ଶିମିଳିପାଳ ହାତୀ ପଶି ଆସି ବ୍ୟପକ କ୍ଷୟକ୍ଷତି କରୁଛନ୍ତି। ଗତ ୩ ବର୍ଷ ମଧ୍ୟରେ ହାତୀ ଆକ୍ରମଣରେ ୩ ଜଣଙ୍କ ପ୍ରାଣହାନି ଘଟିଲାଣି। ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ଉଜୁଡ଼ି ଯାଇଥିବା ଦେଖିବାକୁ ମିଳିଛି। ଗୃହପାଳିତ ପ୍ରାଣୀ ମଧ୍ୟ ନିସ୍ତାର ପାଉ ନାହାନ୍ତି।
ପଯର୍‌ୟାୟକ୍ରମେ ୪ଥର ହାତୀପଲ ଆସି ରାଇବଣିଆର ଜଙ୍ଗଲ ଧ୍ୱଂସ କରିବା ସହିତ ଗାଁରେ ପଶି ଆତଙ୍କ ଖେଳାଇ ଚାଲିଛନ୍ତି। ଏକାଧିକ୍ରମେ ୬୮ଟି ହାତୀ କିଛିଦିନ କଳମା, ବରଡିହା ଓ ଖୁଆଡ ପଞ୍ଚାୟତର ବିଭିନ୍ନ ଜଙ୍ଗଲ ନିକଟ ଗ୍ରାମମାନଙ୍କରେ ତାଣ୍ଡବ ରଚିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୩ଟି, ୨ୟ ପର୍ଯ୍ୟାୟରେ ୩ଟି, ୩ୟ ପର୍ଯ୍ୟାୟରେ ୨ଟି ଓ ଗତରାତିରେ ଅନ୍ୟ ୩ଟି ଘର ଭାଙ୍ଗିିଥିବା ଜଣାଯାଇଛି। ଧାନ ଚାଉଳ, ପନିପରିବା ନଷ୍ଟ କରୁଥିବା ବେଳେ ଲୋକେ ହଇରାଣ ହରକତ ହେଉଛନ୍ତି ା ବିଶେଷ କରି ରଙ୍ଗାମାଟିଆ, ପଥରଶୋଳ, ଭାଡାରାପଦା, ଦୁଧ଼ତ୍ଆଶୋଳ, ଆମ୍ବତୁମ୍ବା, ବାଗବୁଡା ଗ୍ରାମଗୁଡିକରେ ହାତୀପଲ କ୍ଷୟକ୍ଷତି କରିଛନ୍ତି। ଶୁକ୍ରବାର ରାତିରେ ଦଶରଥ ହାଁସଦା, ଦୁଲି ହାଁସଦା, ବୁଧିଆ ମୁର୍ମୁଙ୍କ ଘର ଭାଙ୍ଗିିଛନ୍ତି ା ସହାୟତା ସହ ସ୍ଥାୟୀ ପ୍ରତିକାର ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି। କେତେକ ସ୍ଥାନରେ ଟ୍ରେଞ୍ଚ ଖୋଳାଯାଇଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ ଓ ପ୍ରଭାବ ଶୂନ୍ୟ ହୋଇଛି। ଜଳେଶ୍ୱର, ରାସଗୋବିନ୍ଦପୁର ଓ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଞ୍ଚଳରେ ହାତୀ ଯାତାୟାତ କରୁଥିବା ବାଟରେ ଦୀର୍ଘ ଟ୍ରେଞ୍ଚ ଖୋଳାଯିବାକୁ ଦିଲ୍ଲୀପ ସାମଲ, ଗିରିଜା ସାସମଲ, ସୁକୁମାର ଘୋଷ, ମନୋଜ ସାସମଲ, ପ୍ରଫୁଲ୍ଲ ସୁର, ଅଜୟ ମହାନ୍ତି, ଅଞ୍ଜନ ସିଂ, ହେମନ୍ତ ଗିରି, ସନ୍ଦିପ ଘୋଷ, ଶ୍ରୀକାନ୍ତ ସିଂ, ଗଂଗାଧର ଦାସ, ସାମଲ ମୁର୍ମୁ, ତପନ ଦାସ, ଅଶ୍ୱିନୀ ଦାସ ପ୍ରମୁଖ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର: ପଶ୍ଚିମବଙ୍ଗ ଫେରନ୍ତାଙ୍କ ତଥ୍ୟ ଯାଞ୍ଚ ଉପରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ଜିଲାରେ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ବ...

ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ: ଗଣମାଧ୍ୟମର ସହାୟତା ନେଲେ ପରିବାର ଲୋକେ

ବାଲେଶ୍ୱର ଅଫିସ, ୨୨।୧୧-ବାଲେଶ୍ୱର ଜିଲା ସୋର ରଘୁନାଥପୁର ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାକେନ୍ଦ୍ରର ଛାତ୍ରୀନିବାସରେ ରହି ପାଠ ପଢୁଥିବା ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ...

ଗୁରୁଦିବସରେ ଗଲା ଗୁରୁଙ୍କ ଜୀବନ

ରୂପସା,୫।୯(ଡି.ଏନ୍‌.ଏ.): ଗୁରୁ ଦିବସରେ ସଡ଼କ ଦୁର୍ଘଟଣାରେ ଚାଲିିଯାଇଛି ଆଦର୍ଶ ଗୁରୁଙ୍କ ଜୀବନ। ସ୍କୁଲରୁ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ବାଲେଶ୍ୱର ଜିଲା ୬୦...

ଘର ଉପରକୁ ଢଳିପଡ଼ିଛି ୧୧ କେଭି ବିଦ୍ୟୁତତାର, ସ୍ଥାନାନ୍ତର ଦାବି

ଆନନ୍ଦପୁର,୬ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ ଅର୍ଜୁନବଣିଆ ଗ୍ରାମର ଗୋଟିଏ ପରିବାରର ୫ ପ୍ରାଣୀ କୁଟୁମ୍ବ ଏବେ ଭୟ ଆଶଙ୍କା ମଧ୍ୟରେ ଜୀବନ...

ସହାୟତା ଅପେକ୍ଷାରେ ବିତୁଛି ଦିନ

ବାହାନଗା, ୧୨ା୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଳକ ରୂପଖଣ୍ଡ ଗ୍ରାମରେ ପକ୍ଷାଘାତ େଋାଗୀ ଶୁକମଣି ମହାଳିକଙ୍କ ପରିବାର ଅସହାୟ ସ୍ଥିତିିରେ ଦିନ ବିତାଉଛନ୍ତି। ଶୁକମଣିଙ୍କ ସ୍ବାମୀ...

ଜମିରେ ଶଢୁଛି ପାଚିଲା ଧାନ

ବାଲେଶ୍ୱର ଅଫିସ, ୧୧।୧୦-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକରେ ଚାଷୀମାନେ ଖରିଫ ଚାଷ କରି ଚିନ୍ତାରେ ପଡ଼ିଛନ୍ତି। ନିମ୍ନମାନର ବିହନ ସେମାନଙ୍କ ପାଇଁ କାଳ ପାଲଟିଛି। ନିର୍ଦ୍ଧାରିତ...

୭ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର, ୧୮।୧୦-ଜଳେଶ୍ୱର ଅବକାରୀ ବିଭାଗ ଦ୍ୱାରା ବୁଧବାର ୩୦୫ ଗ୍ରାମ (୩୨ଲକ୍ଷ ଟଙ୍କା)ର ବ୍ରାଉନ୍‌ସୁଗାର ଧରାପଡ଼ିବା ପରେ ପୁଣି ଗୁରୁବାର ଜଳେଶ୍ୱର ପୋଲିସ ଦ୍ୱାରା ୭୦ଗ୍ରାମ୍‌ର...

୧୫୦ ଘର, ୭୫ ଏକର ପରିବା ଚାଷ ନଷ୍ଟ

ଜଳେଶ୍ୱର, ୨୭।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ସୁବର୍ଣ୍ଣରେଖା ନଦୀର ଉତ୍ତରପଟେ ହୋଇଥିବା ବେଳେ ଏହି ବ୍ଲକ ଅଧୀନ ଏକମାତ୍ର ଗଡସାହି ବାଲିଆପାଳ ପଞ୍ଚାୟତ ନଦୀର...

Advertisement
Archives

Model This Week