ବର୍ଷାରୁ ମିଳିବ ନାହିଁ ତ୍ରାହି: ୩୦ରୁ ୪୦ କିମି ବେଗରେ ବୋହିବ ପବନ

ଭୁବନେଶ୍ୱର,୭।୧୦: ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଆଗାମୀ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ଏଭଳି ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅଧିକାଂଶ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଜୁଳି ଘଡ଼ଘଡ଼ି ବର୍ଷା ସହ ଘଣ୍ଟାକୁ ୩୦ରୁ ୪୦ କିମି ପବନ ନେଇ ପୂର୍ବାନୁମାନ କରାଯାଇଛି।
ସେହିପରି ମଙ୍ଗଳବାର ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଆଦି ୨୦ଟି ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ସମୟରେ ଏହି ଜିଲାଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ଏବଂ ୩୦-୪୦ କି.ମି. ବେଗରେ ଝଟ୍‌କା ପବନ ବହିବା ନେଇ ସୂଚନା ଦିଆଯାଇଛି। ବୁଧବାର ପର୍ଯ୍ୟନ୍ତ ସମ୍ପୃକ୍ତ ଜିଲାଗୁଡିକରେ ଏଭଳି ହାଲୁକାରୁ ମଧ୍ୟମ ଧରଣର ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସେହିପରି ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ବିଜୁଳି ହେବା ନେଇ ପୁର୍ବାନୁମାନ କରାଯାଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟର ୩ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ପୁରୀଠାରେ ସର୍ବାଧିକ ବର୍ଷା ୭୭.୨ ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ, ଭଦ୍ରକ ଚାନ୍ଦବାଲିରେ ୫୬.୪ ମି.ମି ଏବଂ ସୋନପୁରଠାରେ ୩୨.୨ ମି.ମି. ବର୍ଷା ହୋଇଛି। ଏଥିସହ ଏବେ ରାଜ୍ୟରେ ସେଭଳି କିଛି ଗୁରୁତ୍ୱପୂର୍ଣ୍ଣ ପାଣିପାଗ ସ୍ଥିତି ନଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

 

Dharitri is Odisha’s No.1 most trusted Odia daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତିବା ପରେ ଟିମ ଇଣ୍ଡିଆକୁ ମିଳିଥିଲା କି ପୁରସ୍କାର ରାଶି? ଜାଣନ୍ତୁ ICC ନିୟମ ବିଷୟରେ

ନୂଆଦିଲ୍ଲୀ,୮।୧୧: ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପ୍ରତି ୨୦୨୫ ODI ବିଶ୍ୱକପ ଜିତିଛି। ଏଥିପାଇଁ, ସେମାନେ ପ୍ରାୟ ୪୦ କୋଟି ଟଙ୍କା ପୁରସ୍କାର ରାଶି ପାଇଛନ୍ତି।...

ଭାରତର ସ୍ଥାନ ନିଶ୍ଚିତ! କିନ୍ତୁ ପାକିସ୍ତାନ ଅଲିମ୍ପିକ୍ସରେ ଖେଳିପାରିବ ନାହିଁ, ICC ବୈଠକରୁ ଆସିଲା ଆଶ୍ଚର୍ଯ୍ୟଜନକ ଅପଡେଟ

ନୂଆଦିଲ୍ଲୀ,୮।୧୧: ଭାରତ ବନାମ ପାକିସ୍ତାନ। କ୍ରିକେଟର ସବୁଠାରୁ ବଡ଼ ଏବଂ ଚର୍ଚ୍ଚିତ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରୁ ଗୋଟିଏ, କିନ୍ତୁ ଏହି ଦୁଇ ଦଳ ଏବେ କେବଳ ICC...

ଚନ୍ଦ୍ର ମେରୁର ରାଡାର ଫଟୋ ପଠାଇଲା ଚନ୍ଦ୍ରାୟନ-୨

ନୂଆଦିଲ୍ଲୀ,୮ା୧୧: ଚନ୍ଦ୍ରୟାନ-୨ର ଅର୍ବିଟର ଚନ୍ଦ୍ରପୃଷ୍ଠର ଉଭୟ ମେରୁ ଅଞ୍ଚଳରୁ କେତେକ ରାଡାର ଫଟୋ ପଠାଇଛି। ୨୦୧୯ରୁ ଅର୍ବିଟର ପ୍ରାୟ ୧୪୦୦ ରାଡାର ଡେଟାସେଟ୍‌ ପଠାଇଲାଣି। ମିଶନର...

ଅଷ୍ଟ୍ରେଲିଆ ମାଟିରେ ଟିମ୍‌ ଇଣ୍ଡିଆର ସିରିଜ୍‌ ବିଜୟ

ବ୍ରିସ୍‌ବେନ,୮ା୧୧- ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ ବର୍ଷାରେ ଧୋଇଯାଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ କେବଳ ୪.୫ ଓଭର...

ମୁନିରଙ୍କୁ ବଡ଼ ଦାୟିତ୍ୱ! ଜାଣନ୍ତୁ ତାଙ୍କ କ୍ଷମତା ସମ୍ପର୍କରେ

ଇସଲାମାବାଦ,୮।୧୧: ଭାରତ ସହିତ ସାମ୍ପ୍ରତିକ ଉତ୍ତେଜନାରୁ ‘ଅନେକ ଶିକ୍ଷା’ ପାଇଥିବା ଦାବି କରି, ପାକିସ୍ତାନ ସାମ୍ବିଧାନିକ ଭାବରେ ଏହାର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବା...

RBIର ନୂଆ ଉପହାର! ଏବେ ପିଲାମାନେ ବି କରିପାରିବେ ଡିଜିଟାଲ ପେମେଣ୍ଟ, ଲଞ୍ଚ ହେବ Junio UPI Wallet  

ନୂଆଦିଲ୍ଲୀ,୮।୧୧: ଡିଜିଟାଲାଇଜେସନର ଏହି ଯୁଗରେ, ସବୁକିଛି ଡିଜିଟାଲ ହୋଇଯାଇଛି। ଖାଦ୍ୟ ଅର୍ଡର କରିବାଠାରୁ ଆରମ୍ଭ କରି ବିଦ୍ୟୁତ ବିଲ ପୈଠ କରିବା ପର୍ଯ୍ୟନ୍ତ ସବୁକିଛିରେ ଡିଜିଟାଲ...

‘ନ୍ୟାୟର ଭାଷା ଏପରି ହେବା ଉଚିତ ଯାହା ନ୍ୟାୟ ଚାହୁଁଥିବା ବ୍ୟକ୍ତି ବୁଝିପାରିବେ’: ମୋଦି

ନୂଆଦିଲ୍ଲୀ,୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ ନ୍ୟାୟ ଖୋଜୁଥିବା ବ୍ୟକ୍ତି ନ୍ୟାୟର ଭାଷା ବୁଝିବା ଉଚିତ। ସେ କହିଛନ୍ତି ଯେ ଆଇନ ପ୍ରସ୍ତୁତ...

ପୁଅ-ବୋହୂଙ୍କ ମାଡ଼ରେ ମା’ ଗୁରୁତର

ଆସିକା, ୮ା୧୧ (ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ କରାତଳି ଗ୍ରାମରେ ଶୁକ୍ରବାର ପୁଅ ବୋହୂଙ୍କ ମାଡ଼ରେ ଜଣେ ମା’ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri