Categories: ଜାତୀୟ

ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍‌ ପାଇଁ ଓଡ଼ିଶାରୁ ପ୍ରସ୍ତାବ ମିଳିନି: କେନ୍ଦ୍ର

ନୂଆଦିଲ୍ଲୀ, ୨୪ା୩:ଭୁବନେଶ୍ୱରରେ ମେଟ୍ରୋ ରେଲ୍‌ ପ୍ରକଳ୍ପ ଲାଗି ଓଡ଼ିଶା ସରକାରଙ୍କ ତରଫରୁ କୌଣସି ପ୍ରସ୍ତାବ ମିଳି ନ ଥିବା କେନ୍ଦ୍ର ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗୁରୁବାର ଲୋକ ସଭାରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ କୌଶଲ କିଶୋର ଏହି ସୂଚନା ଦେଇଛନ୍ତି। ମେଟ୍ରୋ ରେଲ୍‌ ପଲିସି,୨୦୧୭ ଅନୁଯାୟୀ ମେଟ୍ରୋ ରେଲ୍‌ ପ୍ରୋଜେକ୍ଟ ଆରମ୍ଭ ଲାଗି ପ୍ରସ୍ତାବ ଆଣିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। କେନ୍ଦ୍ର ସରକାର ପ୍ରସ୍ତାବର ବ୍ୟବହାର୍ଯ୍ୟତା ଏବଂ ସମ୍ବଳର ଉପଲବ୍ଧତା ଆଧାରରେ ଏହି ପ୍ରକଳ୍ପ ଲାଗି ଆର୍ଥତ୍କ ସହାୟତା କଥା ବିଚାର କରିଥାନ୍ତି। ଓଡ଼ିଶା ସରକାରଙ୍କ ତରଫଳରୁ ଭୁବନେଶ୍ୱର ମେଟ୍ରୋ ରେଲ୍‌ ପ୍ରୋଜେକ୍ଟ ସମ୍ପର୍କିତ ପ୍ରସ୍ତାବ କେନ୍ଦ୍ର ପାଇ ନ ଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ବିଜେଡି ଏମ୍‌ପି ଅଚ୍ୟୁତ ସାମନ୍ତଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କୌଶଲ ଏହା କହିଛନ୍ତି। ଭୁବନେଶ୍ୱର ମେଟ୍ରୋ ରେଲ୍‌ ପ୍ରୋଜେକ୍ଟ ଲାଗି କେନ୍ଦ୍ର ସରକାର ଆର୍ଥତ୍କ ସହାୟତା ଯୋଗାଇଦେବାର ପ୍ରସ୍ତାବ ଅଛି କି ବୋଲି ଅଚ୍ୟୁତ ପ୍ରଶ୍ନ କରିଥିଲେ।

Share