କରାଚିରେ କବର ସ୍ଥାନର ଅଭାବ, କବର ଉପରେ ଦିଆଯାଉଛି କବର

କରାଚି,୧୫ ।୪: ପାକିସ୍ତାନର ସବୁଠାରୁ ବଡ ସହର କରାଚିରେ ଏବେ କବର ସ୍ଥାନର ଅଭାବ ପଡିଛି । ମୃତକଙ୍କୁ କବର ଦେବାକୁ ଏବେ ଦେଖାଦେଇଥିବା ସ୍ଥାନାଭାବ ଲୋକଙ୍କୁ ଚିନ୍ତାରେ ପକାଇଛି । ଯେଉଁଠି କିଛି ଜାଗା ରହିଛି ତାହା ମାଫିଆଙ୍କ କବଜାରେ । ଏପଟେ କବର ଉପରେ କବର ଦିଆଯାଉଛି ଅର୍ଥାତ୍ ପୁରୁଣା କବରକୁ ଭାଙ୍ଗି ତାରି ଉପରେ ନୁଆ କବର ଦିଆଯାଉଥିବା କୁହାଯାଉଛି । ପାଖାପାଖି ୧୦ କୋଟି ଜନସଂଖ୍ୟା ବିଶିଷ୍ଟ ଉପକୂଳ ସହରରେ କବର ପାଇଁ ସ୍ଥାନାଭାବ ଯୋଗୁ ଲୋକଙ୍କ ଚିନ୍ତା ବଢିଯାଉଛି । ବାକି ଯେଉଁ ସ୍ଥାନ ରହିଛି ମାଫିଆଙ୍କ ଯୋଗୁ ବି ନାନା ଅସୁବିଧା ଉପୁଜୁଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା କବର ଦେବାପାଇଁ ସରକାରି ଶୁଳ୍କ ୭,୯୦୦ ଟଙ୍କା ଥିବା ବେଳେ ଗତବର୍ଷ ପିଇସିଏଚଏସ୍ କବର ସ୍ଥାନରେ ନିଜ ପ୍ରିୟଜନଙ୍କୁ କବର ଦେବା ଲାଗି ୫୫,୦୦୦ ଟଙ୍କାରୁ ୧,୭୫,୦୦୦ ପର୍ଯ୍ୟନ୍ତ ଟଙ୍କା ଦେବାକୁ ପଡିଛି । ଏହି ରାଶିକୁ ସେଠାରେ କାମ କରୁଥିବା ୪୦ଜଣଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥାଏ ।

Share