Categories: ଜାତୀୟ

ଡ୍ୟୁଟିରେ ଫୋନ ବ୍ୟବହାର କରିପାରିବେ ନାହିଁ ପୋଲିସ ଅଧିକାରୀ

ପାଟଣା, ୨।୬: ଡ୍ୟୁଟିରେ ଥିବାବେଳେ ପୋଲିସ କର୍ମୀ ମୋବାଇଲ ଫୋନ କିମ୍ବା କୌଣସି ପ୍ରକାର ବୈଦ୍ୟୁତିକ ଉପକରଣ ବ୍ୟବହାର କରିପାରିବେ ନାହିଁ। ବିହାର ପୋଲିସ ଅଧିକାରୀଙ୍କ ପାଇଁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ଡିଜିପି ଏସ୍‌କେ ସିଙ୍ଘାଲ। ଏହି ଆଦେଶ ଉଲ୍ଲଂଘନ କଲେ, ଅଧିକାରୀ କିମ୍ବା କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ପୋଲିସ ଅଧିକାରୀ ଡ୍ୟୁଟିରେ ଥିବାବେଳେ ସ୍ମାର୍ଟଫୋନରେ ବ୍ୟସ୍ତ ରହୁଥିବା ବାରମ୍ବାର ଅଭିଯୋଗ ଓ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଏଭଳି କଡ଼ା ଆଦେଶ ଜାରି କରିଛନ୍ତି ଡିଜିପି। ଉକ୍ତ ଆଦେଶରେ ପୋଲିସ କର୍ମୀଙ୍କୁ ଡ୍ୟୁଟିରେ ସର୍ବଦା ରହିବାକୁ ପରାମର୍ଶ ଦିଆଯାଇଛି।

Share