Posted inଜାତୀୟ

କରୋନା ମହାମାରୀ ମଧ୍ୟରେ ଆରମ୍ଭ ହେଲା ବିଘ୍ନବିନାଶକଙ୍କ ଆରାଧନା, ମୁମ୍ବାଇ ପେଣ୍ଡାଲରେ ଦର୍ଶନ ମନା

ମୁମ୍ବାଇ,୧୦ ।୯: କରୋନା ମହାମାରୀ ମଧ୍ୟରେ ସମସ୍ତ ବିଘ୍ନବିନାଶକାରୀ ବିନାୟକଙ୍କ ପୂଜା ଆରମ୍ଭ ହୋଇଛି । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣେଶଙ୍କ ପୂଜାକୁ ଲୋକେ ଏଥର ଗହଳି ନ କରି ସତର୍କତାର ସହ ପାଳନ କରିବାକୁ କୁହାଯାଇଛି । ତେବେ ଗଣେଶଙ୍କ ପୂଜା ପାଇଁ ପ୍ରସିଦ୍ଧ ମହାରାଷ୍ଟ୍ରରେ ଏଥର କିନ୍ତୁ ଏହା ଫିକା ଫିକା ଲାଗିବ । କାରଣ ମୁମ୍ବାଇରେ ପେଣ୍ଡାଲ ଦର୍ଶନକୁ ମନା କରି ଦିଆଯାଇଛି । ଏଠାରେ ୧୪୪ ଧାରା ଲାଗୁ କରାଯିବା ସହ ପ୍ରସେଶନ ବାହାର କରିବାକୁ ମଧ୍ୟ କଟକଣା ଜାରି କରାଯାଇଛି । ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି କି କରୋନା ମହାମାରୀ ପାଇଁ କେହି ପେଣ୍ଡାଲରେ ଦର୍ଶନ କରିପାରିବେ ନାହିଁ ସେଥିପାଇଁ ଅନ୍‌ଲାଇନ୍ ଦର୍ଶନର ବ୍ୟବସ୍ଥା କରାଯାଇଛି । ରାଜ୍ୟର ଗୃହ ବିଭାଗ ପକ୍ଷରୁ ପୂର୍ବରୁ କୁହାଯାଇଥିଲା କି ପେଣ୍ଡାଲରେ କେବଳ ଅନ୍‌ଲାଇନ ଦର୍ଶନ ହୋଇପାରିବ ଓ ଉତ୍ସବ ସମୟରେ ସାମାଜିକ ଦୂରତାକୁ କଡାକଡି ଭାବେ ପାଳନ କରିବାକୁ ପଡିବ । ସେହିପରି ସମସ୍ତ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ଜରୁରୀ । ବିସର୍ଜନ ସମୟରେ ୧୦ରୁ ଅଧିକ ଲୋକ ଯାଇ ପାରିବେ ନାହିଁ । ବିସର୍ଜନ ସମୟରେ ପ୍ରସେଶନରେ ଭାଗ ନେଇଥିବା ଲୋକେ ୧୫ ଦିନ ପୂର୍ବରୁ କରୋନାର ଦୁଇଟି ଯାକ ଟିକା ନେଇଥିବା ଜରୁରୀ ବୋଲି ସରକାର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

PEOଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ହାଟଡିହୀ/ବଞ୍ଚୋ,୩୦।୧୨(ଶୁଭକାନ୍ତ ନାୟକ/ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କ ବସନ୍ତିଆସ୍ଥିତ ଘର ଓ ପତ୍ନୀଙ୍କ ନାମରେ ଥିବା...

ବଡ଼ ଭବିଷ୍ୟବାଣୀ କଲେ ଶାହା: ‘୨୦୨୬ରେ ପଶ୍ଚିମବଙ୍ଗରେ ବିପୁଳ ବହୁମତ ସହିତ ସରକାର ଗଢିବ ଭାଜପା’

ନୂଆଦିଲ୍ଲୀ,୩୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଲକାତାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେସେ କହିଛନ୍ତି ଯେ ଏହି ଦିନଟି ସମସ୍ତ ଭାରତୀୟଙ୍କ...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ବ୍ୟାଗରେ ଆଣୁଥିଲେ ୪ କୋଟିର ଗଞ୍ଜେଇ, ଭୁବନେଶ୍ବର ବିମାନ ବନ୍ଦରରେ ଜବତ କଲା କଷ୍ଟମ୍ ବିଭାଗ

ଭୁବନେଶ୍ବର,୩୦।୧୨:  ଭୁବନେଶ୍ବରରୁ ବିମାନ ବନ୍ଦରରୁ ଜବତ ହେଲା ଗଞ୍ଜେଇ । ୪ କୋଟିର ଗଞ୍ଜେଇ ଜବତ । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହି ଗଞ୍ଜେଇ ଜବତ...

କେତେ ସମ୍ପତ୍ତି ଛାଡି ଦେଇ ଗଲେ ଖାଲେଦା ଜିଆ, ଜାଣନ୍ତୁ ତାଙ୍କର ନେଟ୍‌ ଓ୍ବର୍ଥ

ଢାକା,୩୦।୧୨: ବାଂଲାଦେଶୀ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷା ଖାଲେଦା ଜିଆଙ୍କ ମୃତ୍ୟୁ ପରେ, ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri