ଅକ୍ସିଜେନ୍‌ ନାହିଁ, ରୋଗୀଙ୍କୁ ଫେରାଇ ନିଅ: ହସ୍ପିଟାଲର ଅଡ଼ିଓ ଭାଇରାଲ…

ଲକ୍ଷ୍ନୌ,୨୨।୪: କରୋନା ସଂକ୍ରମଣ ନେଇ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ ଅକ୍ସିଜେନ୍‌ ଅଭାବ ଯୋଗୁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ହସ୍ପିଟାଲ ଆସୁଥିବା ରୋଗୀଙ୍କୁ ଏବେ ଫେରିବାକୁ ପଡୁଛି। ହସ୍ପିଟାଲରେ ଅକ୍ସିଜେନ୍‌ ଷ୍ଟକ୍‌ ନ ଥିବା କହି ଫେରାଇ ଦିଆଯାଉଛି। ଏଭଳି ଏକ ଅଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶରେ ଜଣେ ରୋଗୀଙ୍କ ପରିଜନଙ୍କୁ ହସ୍ପିଟାଲ କର୍ମଚାରୀ ଫୋନ୍‌ କରି ଅକ୍ସିଜେନ ନ ଥିବା କହିଛନ୍ତି। ଏହା ସହିତ ତାଙ୍କ ରୋଗୀଙ୍କୁ ଶୀଘ୍ର ହସ୍ପିଟାଲରୁ ନେଇ ଯିବାକୁ ମଧ୍ୟ କର୍ମଚାରୀ ଜଣକ କହିଛନ୍ତି। ଏବେ ଏହି ଅଡ଼ିଓ କ୍ଲିପ୍‌କୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏହି ଅଡ଼ିଓ କ୍ଲିପ୍‌ ଲକ୍ଷ୍ନୌ‌ର ଚରକ ହସ୍ପିଟାଲର ବୋଲି କୁହାଯାଉଛି।

Share