ଶିଳ୍ପକୁ ଅକ୍ସିଜେନ୍‌ ଯୋଗାଣ ମନା

ନୂଆଦିଲ୍ଲୀ, ୧୯।୪: କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ଅକ୍ସିଜେନ୍‌ ସଙ୍କଟ ଦେଖାଦେଇଥିବାରୁ ସରକାର ଶିଳ୍ପସଂସ୍ଥାଗୁଡ଼ିକର ବ୍ୟବହାର ନିମନ୍ତେ ଅକ୍ସିଜେନ୍‌ ଯୋଗାଣକୁ ବନ୍ଦ କରିଛନ୍ତି। ରବିବାର ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସି ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି ଶିଳ୍ପ ବ୍ୟବହାର ଲାଗି ଅକ୍ସିଜେନ୍‌ ଯୋଗାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଔଷଧ କମ୍ପାନୀ, ପେଟ୍ରୋଲିୟମ ରିଫାଇନାରୀ, ଆଣବିକ ଶକ୍ତି କେନ୍ଦ୍ର ଆଦି ୯ଟି ଶିଳ୍ପକୁ ଅକ୍ସିଜେନ୍‌ ଯୋଗାଣ ଅବ୍ୟାହତ ରହିବ। ମେଡିକାଲ ଅକ୍ସିଜେନ୍‌ ପରିବହନ ଲାଗି ରେଲଓ୍ବେ ‘ଅକ୍ସିଜେନ୍‌ ଏକ୍ସପ୍ରେସ୍‌’ ଚଳାଇବା ଆରମ୍ଭ କରିଛି। ଅକ୍ସିଜେନର ତ୍ୱରିତ୍‌ ପରିବହନ ନିମନ୍ତେ ଗ୍ରୀନ୍‌ କରିଡର ସୃଷ୍ଟି କରିବା ପାଇଁ ରେଲଓ୍ବେ କହିଛି।

Share