ସାମାଜିକ ବାସନ୍ଦରୁ ମୃତଦେହକୁ ଛୁଇଁଲେନି କେହି! ୮ ଘଣ୍ଟା ପରେ ୩ ଯୁବତୀଙ୍କ କାନ୍ଧରେ ବୁହାହେଲା ଶବ

ଲାଞ୍ଜିଗଡ,୩୦।୧୦(ରମେଶ ଚନ୍ଦ୍ର ନାୟକ): ସାମାଜିକ ବାସନ୍ଦ କାରଣରୁ ମୃତଦେହକୁ ବି ଅନାଇଲେନି। ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସହରରେ । ମୃତ୍ୟୁର ୮ ଘଣ୍ଟା ପରେ ତିନି ଯୁବତୀଙ୍କ କାନ୍ଧରେ ବୁହାହୋଇ ଶ୍ମଶାନକୁ ଗଲା ମୃତଦେହ। ଆଧୁନିକ ଯୁଗରେ ଆଧୁନିକ ଶିକ୍ଷା ସତ୍ତ୍ୱେ ଆଜି ବି ଲୋକଙ୍କ ମନରେ ବସା ବାନ୍ଧିରହିଛି କୁସଂସ୍କାର ଭଳି ସାମାଜିକ କଟକଣା। ଏହି ଭେଦଭାବ, କଟକଣା ଏତେ ମଜବୁତ ଯେ ଆଜିର ଶିକ୍ଷା, ସଂସ୍କାର ବି ସେସବୁ ଆଗରେ ତୁଚ୍ଛ ହୋଇଯାଉଇଛି। ଏହି ସାମାଜିକ ଭେଦଭାବ, କଟକଣା ଓ ବାସନ୍ଦର ଶିକାର ହୋଇ ଯନ୍ତ୍ରଣା ଭୋଗୁଛି ମଣିଷ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ମଣିଷର ମୃତ୍ୟୁ ପରେ ମୃତଦେହ ବି ଏଥିରୁ ବାଦ୍‌ ପଡୁନାହିଁ। ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରେ। ଲାଞ୍ଜିଗଡ଼ରେ ମୃତ୍ୟୁର ଦୀର୍ଘ ୮ ଘଣ୍ଟା ପର୍ଯ୍ୟନ୍ତ ମୃତଦେହକୁ କାନ୍ଧ ଦେବାକୁ କେହି ନ ବାହାରିବା ଘଟଣା ସାମାଜିକ ବାସନ୍ଦର ଭୟାବହ ଚିତ୍ରକୁ ଦର୍ଶାଇଛି। ଏପରିକି ଜାତିଭାଇ ସମସ୍ତେ ମୁହଁ ଫେରାଇ ନେବା ପରେ ତିନିଜଣ ସମ୍ପର୍କୀୟ ଯୁବତୀ ଆଗେଇ ଆସି ମୃତଦେହକୁ କାନ୍ଧ ଦେଇଛନ୍ତି। ଯେଉଁଠି ମହିଳାଙ୍କୁ ଶ୍ମଶାନକୁ ଯିବା ମନା ହୋଇଥାଏ, ସେଇଠି ଏହି ତିନି ଭଉଣୀ ଉଦାହରଣ ସୃଷ୍ଟି କରିଛନ୍ତି। ମୃତଦେହକୁ ଉପଯୁକ୍ତ ସମ୍ମାନ ଦେଇ ନିଜକୁ ସଭ୍ୟ, ଶିକ୍ଷିତ ବୋଲାଉଥିବା ସେହି ସମାଜର ବଡବଡିଆମାନଙ୍କ ମୁହଁରେ ସତେ ଯେମିତି ଶକ୍ତ ଚାପୁଡା ବାଜିଛି ।

ସୂଚନାନୁସାରେ ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଲାଞ୍ଜିଗଡ଼ ପ୍ରଧାନୀପଡ଼ାର ଜଣେ ବ୍ୟକ୍ତି ମହେନ୍ଦ୍ର ଦଳେଇଙ୍କ(୪୨)ଙ୍କ ମୃତ୍ୟୁ ଘଟିଥିଲା। ମୃତ ମହେନ୍ଦ୍ର ଗତ ୬ ମାସ ପୂର୍ବେ ଦୁର୍ଘଟଣା ଘଟି ଅଣ୍ଟାରେ ଡାହାଣ ଖଞ୍ଜା ଖସିଯାଇ ଥିବାବେଳେ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା । ୧୫ ବର୍ଷ ପୂର୍ବେ ବାପା ଯୁଧେଷ୍ଟି ଦଳେଇଙ୍କ ମୃତ୍ୟୁ ଘଟିଥିଲା। କିଛି ବର୍ଷ ପୂର୍ବରୁ ସାନପୁଅ ସୁଦର୍ଶନ ଦଳେଇଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ବର୍ଷ ମାଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ସତ୍କାର ପାଇଁ ସମାଜ ଆଗେଇ ଆସିଥିଲା କୌଣସି ସମସ୍ୟା ଦେଖାଦେଇନଥିଲା। କିନ୍ତୁ ସବୁଠାରୁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ପରିବାରର ବଡ଼ପୁଅ ମହେନ୍ଦ୍ର ଦଳେଇଙ୍କ ମୃତ୍ୟୁ ପରେ। ବୁଧବାର ସକାଳ ୮ଟାରେ ମହେନ୍ଦ୍ରର ମୃତ୍ୟୁ ପରେ ତାଙ୍କ ବଡ଼ବାପା ଲିଙ୍ଗରାଜ ଦଳେଇ , ସମ୍ପର୍କୀୟ ବଡ ଭାଇ ପୂର୍ଣ ଚନ୍ଦ୍ର ଦଳେଇ ଓ ଅନ୍ୟମାନେ ଶବ ସତ୍କାର ପାଇଁ ଜାତିଭାଇଙ୍କୁ ନେହୁରା ହୋଇଥିଲେ। କିନ୍ତୁ ସାମାଜିକ କଟକଣା ଭୟରେ କେହିବାହାରି ନଥିଲେ । ଶେଷରେ ସମ୍ପର୍କୀୟ ବଡଭାଇ ପୂର୍ଣ୍ଣ ଚନ୍ଦ୍ର ଦଳେଇଙ୍କ ତିନି ଝିଅ ପ୍ରତିମା ଦଳେଇ (୨୫), ମନୋରମା ଦଳେଇ(୨୧) ଓ ବର୍ଷା ଦଳେଇ(୧୪)ଙ୍କ ସହିତ ସମ୍ପର୍କୀୟ ରମେଶ ଚନ୍ଦ୍ର ଦଳେଇ(୨୩) ସମେତ ଚାରିଜଣ ଶବକୁ କାନ୍ଧରେ ବୋହି ଶ୍ମଶାନକୁ ନେଇଥିବା ବେଳେ କିଛି ସମ୍ପର୍କୀୟ ସାଙ୍ଗରେ ଯାଇଥିଲେ I କିନ୍ତୁ ବାସନ୍ଦ ଯୋଗୁ ମୃତଦେହ ସତ୍କାର ଘଟଣାକୁ ଖଣ୍ଡନ କରିଛି ଲାଞ୍ଜିଗଡ କ୍ଷେତ୍ରୀୟ ପାଇକ ସମାଜ।

କଳାହାଣ୍ଡି କ୍ଷେତ୍ରୀୟ ପାଇକ ସମାଜ କୁଳାଧ୍ୟକ୍ଷ ଚନ୍ଦ୍ରଧ୍ୱଜ ପେଶନିଆଙ୍କୁ ପଚାରିବାରୁ ସେ କହିବା ଅନୁଯାୟୀ ମହେନ୍ଦ୍ର ମୃତ୍ୟୁର ଖବର ପାଇ ମୁଁ ଘଟଣାସ୍ଥଳରେ ଉପସ୍ଥିତ ଥିଲି। ଲାଞ୍ଜିଗଡ ଏକ ଶିଳ୍ପାଞ୍ଚଳ ଯୋଗୁ ଲୋକେ କମ୍ପାନୀକୁ କାମ କରିବା ପାଇଁ ଯାଇଥିଲେ ଏବଂ ଖବରପାଇ ଆସିବା ପାଇଁ ସମୟ ଲାଗିବ । ତେଣୁ ଆମେ ଟିକେ ଅପେକ୍ଷା କରିବାକୁ କହିଲୁ କିନ୍ତୁ ଆମ କଥା ଶୁଣିଲେ ନାହିଁ । ଝିଅମାନଙ୍କ କାନ୍ଧରେ ବୁହାଇ ଶବ ସତ୍କାର ପାଇଁ ନେଇଥିଲେ । ଏହା ପୂର୍ବରୁ ମଧ୍ୟ ସେହି ପରିବାର ୪ ଜଣଙ୍କ ଶବ ସତ୍କାରରେ ସମାଜ ସହଯୋଗ କରିଛି। ଆମ ମଧ୍ୟରେ ଯାହା କିଛି ଥାଉ କିନ୍ତୁ ଆମେ ସର୍ବଦା ଶବକୁ ସମ୍ମାନ ଦେଇଛୁ। ବର୍ତ୍ତମାନ ସମାଜକୁ ବଦନାମ କରିବା ପାଇଁ ମନା କରିବା ସତ୍ତ୍ୱେ ମଧ୍ୟ କିଛି କୁସଂସ୍କାର ଲୋକଙ୍କ କଥାରେ ପଡି ଝିଅମାନଙ୍କୁ ଶବ ସତ୍କାର ପାଇଁ କାନ୍ଧରେ ବୋହି ଶ୍ମଶାନକୁ ନେବା ଓ ଭିଡିଓ କରି ଆମ ପାଇକ ସମାଜ ଦୃଢ଼ ନିନ୍ଦା କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ ଅତ୍ୟନ୍ତ…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

ଭୟଙ୍କର ଦୁର୍ଘଟଣା: ହଳଦିଆପଦର ଓଭରବ୍ରିଜରେ ଟ୍ରକ ଧକ୍କାରେ ୫ମୃତ, ଜଣେ ଗୁରୁତର 

ବ୍ରହ୍ମପୁର,୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ସଡ଼କ ଦୁର୍ଘଟଣା ହ୍ରାସ  ପାଇଁ ଅନେକ ଯୋଜନା କରାଯାଉଛି। ତାହାସତ୍ତ୍ବେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବାରେ ଲାଗିଛି। ଶନିବାର ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

ଗ୍ରୀନଫିଲ୍ଡ ଷ୍ଟାଡିୟମ ବାହାରେ ଲାଗିଲା MS Dhoniଙ୍କ ୫୦ ଫୁଟର ‘କଟ ଆଉଟ’, ଜାଣନ୍ତୁ କେତେବେଳେ ଆରମ୍ଭ ହେବ IND vs NZ ପଞ୍ଚମ T20

ନୂଆଦିଲ୍ଲୀ,୩୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ T20 ସିରିଜର ଶେଷ ମ୍ୟାଚ ଶନିବାର ତିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଚାରୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri