ସାମାଜିକ ବାସନ୍ଦରୁ ମୃତଦେହକୁ ଛୁଇଁଲେନି କେହି! ୮ ଘଣ୍ଟା ପରେ ୩ ଯୁବତୀଙ୍କ କାନ୍ଧରେ ବୁହାହେଲା ଶବ

ଲାଞ୍ଜିଗଡ,୩୦।୧୦(ରମେଶ ଚନ୍ଦ୍ର ନାୟକ): ସାମାଜିକ ବାସନ୍ଦ କାରଣରୁ ମୃତଦେହକୁ ବି ଅନାଇଲେନି। ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସହରରେ । ମୃତ୍ୟୁର ୮ ଘଣ୍ଟା ପରେ ତିନି ଯୁବତୀଙ୍କ କାନ୍ଧରେ ବୁହାହୋଇ ଶ୍ମଶାନକୁ ଗଲା ମୃତଦେହ। ଆଧୁନିକ ଯୁଗରେ ଆଧୁନିକ ଶିକ୍ଷା ସତ୍ତ୍ୱେ ଆଜି ବି ଲୋକଙ୍କ ମନରେ ବସା ବାନ୍ଧିରହିଛି କୁସଂସ୍କାର ଭଳି ସାମାଜିକ କଟକଣା। ଏହି ଭେଦଭାବ, କଟକଣା ଏତେ ମଜବୁତ ଯେ ଆଜିର ଶିକ୍ଷା, ସଂସ୍କାର ବି ସେସବୁ ଆଗରେ ତୁଚ୍ଛ ହୋଇଯାଉଇଛି। ଏହି ସାମାଜିକ ଭେଦଭାବ, କଟକଣା ଓ ବାସନ୍ଦର ଶିକାର ହୋଇ ଯନ୍ତ୍ରଣା ଭୋଗୁଛି ମଣିଷ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ମଣିଷର ମୃତ୍ୟୁ ପରେ ମୃତଦେହ ବି ଏଥିରୁ ବାଦ୍‌ ପଡୁନାହିଁ। ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରେ। ଲାଞ୍ଜିଗଡ଼ରେ ମୃତ୍ୟୁର ଦୀର୍ଘ ୮ ଘଣ୍ଟା ପର୍ଯ୍ୟନ୍ତ ମୃତଦେହକୁ କାନ୍ଧ ଦେବାକୁ କେହି ନ ବାହାରିବା ଘଟଣା ସାମାଜିକ ବାସନ୍ଦର ଭୟାବହ ଚିତ୍ରକୁ ଦର୍ଶାଇଛି। ଏପରିକି ଜାତିଭାଇ ସମସ୍ତେ ମୁହଁ ଫେରାଇ ନେବା ପରେ ତିନିଜଣ ସମ୍ପର୍କୀୟ ଯୁବତୀ ଆଗେଇ ଆସି ମୃତଦେହକୁ କାନ୍ଧ ଦେଇଛନ୍ତି। ଯେଉଁଠି ମହିଳାଙ୍କୁ ଶ୍ମଶାନକୁ ଯିବା ମନା ହୋଇଥାଏ, ସେଇଠି ଏହି ତିନି ଭଉଣୀ ଉଦାହରଣ ସୃଷ୍ଟି କରିଛନ୍ତି। ମୃତଦେହକୁ ଉପଯୁକ୍ତ ସମ୍ମାନ ଦେଇ ନିଜକୁ ସଭ୍ୟ, ଶିକ୍ଷିତ ବୋଲାଉଥିବା ସେହି ସମାଜର ବଡବଡିଆମାନଙ୍କ ମୁହଁରେ ସତେ ଯେମିତି ଶକ୍ତ ଚାପୁଡା ବାଜିଛି ।

ସୂଚନାନୁସାରେ ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଲାଞ୍ଜିଗଡ଼ ପ୍ରଧାନୀପଡ଼ାର ଜଣେ ବ୍ୟକ୍ତି ମହେନ୍ଦ୍ର ଦଳେଇଙ୍କ(୪୨)ଙ୍କ ମୃତ୍ୟୁ ଘଟିଥିଲା। ମୃତ ମହେନ୍ଦ୍ର ଗତ ୬ ମାସ ପୂର୍ବେ ଦୁର୍ଘଟଣା ଘଟି ଅଣ୍ଟାରେ ଡାହାଣ ଖଞ୍ଜା ଖସିଯାଇ ଥିବାବେଳେ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା । ୧୫ ବର୍ଷ ପୂର୍ବେ ବାପା ଯୁଧେଷ୍ଟି ଦଳେଇଙ୍କ ମୃତ୍ୟୁ ଘଟିଥିଲା। କିଛି ବର୍ଷ ପୂର୍ବରୁ ସାନପୁଅ ସୁଦର୍ଶନ ଦଳେଇଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ବର୍ଷ ମାଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ସତ୍କାର ପାଇଁ ସମାଜ ଆଗେଇ ଆସିଥିଲା କୌଣସି ସମସ୍ୟା ଦେଖାଦେଇନଥିଲା। କିନ୍ତୁ ସବୁଠାରୁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ପରିବାରର ବଡ଼ପୁଅ ମହେନ୍ଦ୍ର ଦଳେଇଙ୍କ ମୃତ୍ୟୁ ପରେ। ବୁଧବାର ସକାଳ ୮ଟାରେ ମହେନ୍ଦ୍ରର ମୃତ୍ୟୁ ପରେ ତାଙ୍କ ବଡ଼ବାପା ଲିଙ୍ଗରାଜ ଦଳେଇ , ସମ୍ପର୍କୀୟ ବଡ ଭାଇ ପୂର୍ଣ ଚନ୍ଦ୍ର ଦଳେଇ ଓ ଅନ୍ୟମାନେ ଶବ ସତ୍କାର ପାଇଁ ଜାତିଭାଇଙ୍କୁ ନେହୁରା ହୋଇଥିଲେ। କିନ୍ତୁ ସାମାଜିକ କଟକଣା ଭୟରେ କେହିବାହାରି ନଥିଲେ । ଶେଷରେ ସମ୍ପର୍କୀୟ ବଡଭାଇ ପୂର୍ଣ୍ଣ ଚନ୍ଦ୍ର ଦଳେଇଙ୍କ ତିନି ଝିଅ ପ୍ରତିମା ଦଳେଇ (୨୫), ମନୋରମା ଦଳେଇ(୨୧) ଓ ବର୍ଷା ଦଳେଇ(୧୪)ଙ୍କ ସହିତ ସମ୍ପର୍କୀୟ ରମେଶ ଚନ୍ଦ୍ର ଦଳେଇ(୨୩) ସମେତ ଚାରିଜଣ ଶବକୁ କାନ୍ଧରେ ବୋହି ଶ୍ମଶାନକୁ ନେଇଥିବା ବେଳେ କିଛି ସମ୍ପର୍କୀୟ ସାଙ୍ଗରେ ଯାଇଥିଲେ I କିନ୍ତୁ ବାସନ୍ଦ ଯୋଗୁ ମୃତଦେହ ସତ୍କାର ଘଟଣାକୁ ଖଣ୍ଡନ କରିଛି ଲାଞ୍ଜିଗଡ କ୍ଷେତ୍ରୀୟ ପାଇକ ସମାଜ।

କଳାହାଣ୍ଡି କ୍ଷେତ୍ରୀୟ ପାଇକ ସମାଜ କୁଳାଧ୍ୟକ୍ଷ ଚନ୍ଦ୍ରଧ୍ୱଜ ପେଶନିଆଙ୍କୁ ପଚାରିବାରୁ ସେ କହିବା ଅନୁଯାୟୀ ମହେନ୍ଦ୍ର ମୃତ୍ୟୁର ଖବର ପାଇ ମୁଁ ଘଟଣାସ୍ଥଳରେ ଉପସ୍ଥିତ ଥିଲି। ଲାଞ୍ଜିଗଡ ଏକ ଶିଳ୍ପାଞ୍ଚଳ ଯୋଗୁ ଲୋକେ କମ୍ପାନୀକୁ କାମ କରିବା ପାଇଁ ଯାଇଥିଲେ ଏବଂ ଖବରପାଇ ଆସିବା ପାଇଁ ସମୟ ଲାଗିବ । ତେଣୁ ଆମେ ଟିକେ ଅପେକ୍ଷା କରିବାକୁ କହିଲୁ କିନ୍ତୁ ଆମ କଥା ଶୁଣିଲେ ନାହିଁ । ଝିଅମାନଙ୍କ କାନ୍ଧରେ ବୁହାଇ ଶବ ସତ୍କାର ପାଇଁ ନେଇଥିଲେ । ଏହା ପୂର୍ବରୁ ମଧ୍ୟ ସେହି ପରିବାର ୪ ଜଣଙ୍କ ଶବ ସତ୍କାରରେ ସମାଜ ସହଯୋଗ କରିଛି। ଆମ ମଧ୍ୟରେ ଯାହା କିଛି ଥାଉ କିନ୍ତୁ ଆମେ ସର୍ବଦା ଶବକୁ ସମ୍ମାନ ଦେଇଛୁ। ବର୍ତ୍ତମାନ ସମାଜକୁ ବଦନାମ କରିବା ପାଇଁ ମନା କରିବା ସତ୍ତ୍ୱେ ମଧ୍ୟ କିଛି କୁସଂସ୍କାର ଲୋକଙ୍କ କଥାରେ ପଡି ଝିଅମାନଙ୍କୁ ଶବ ସତ୍କାର ପାଇଁ କାନ୍ଧରେ ବୋହି ଶ୍ମଶାନକୁ ନେବା ଓ ଭିଡିଓ କରି ଆମ ପାଇକ ସମାଜ ଦୃଢ଼ ନିନ୍ଦା କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଜଙ୍ଗଲ ନିଆଁ ରୋକିବା ପାଇଁ ସାଇକେଲ ରାଲି: କଣ୍ଟେଇପଲ୍ଲୀ ଭିଏସଏସ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି

ଭଞ୍ଜନଗର,୧୯।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା। ଏହାକୁ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri