ଭୁବନେଶ୍ୱର,୧୦।୮:ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟଲ ମିଟ-୨୦୨୫’ ଗ୍ରାଣ୍ଡ ଫାଇନାଲ ଆରମ୍ଭ ହୋଇଯାଇଛି। ଗ୍ରାଣ୍ଡ ଫାଇନାଲ୍ସ ପାଇଁ ଉଭୟ ବର୍ଗରୁ ୮ଟି ଲେଖାଏ ଟିମ ମନୋନୀତ ହୋଇଛନ୍ତି। ତେବେ ଆଜି ଗ୍ରାଣ୍ଡ ଫାଇନାଲରେ କଡ଼ା ଟକ୍କର ପାଇଁ ଜୁନିୟରଟିମ୍ ମଇଦାନକୁ ଓହ୍ଲାଇଛନ୍ତି।
ଏହି ଅବସରରେ ଓଡ଼ିଶାପୋଷ୍ଟ ଏବଂ ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀ ଅଜୟ ପୁନିଆଙ୍କ ଚମତ୍କାର ପ୍ରଶ୍ନ କରିବାର ଶୈଳୀକୁୁ ପ୍ରଶଂସା କରିଛନ୍ତି। ଏଥିସହ ଅଂଶଗ୍ରହଣକାରୀଙ୍କର ଉତ୍ତର ଦେବାର ବୁଦ୍ଧିମତା ପାଇଁ ମଧ୍ୟ ପ୍ରଶଂସା କରିଛନ୍ତି। ସେ ଆହୁରି କହିଛନ୍ତି, କେହି ହାରି ନ ଥାନ୍ତି; ସମସ୍ତେ ବିଜୟ ହାସଲ କରିବା ପଥରେ ଥାଆନ୍ତି।


