Categories: ଜାତୀୟ

ଶିବାଜୀ ପାର୍କ ଦଶହରା ରାଲି ପାଇଁ କାହାକୁ ମିଳିଲାନି ଅନୁମତି…

ମୁମ୍ବାଇ, ୨୨।୯ : ମହାରାଷ୍ଟ୍ରରେ ଶିବାଜୀ ପାର୍କ ଦଶହରା ରାଲି ପାଇଁ ଉଦ୍ଧବ ଠାକରେ ଅବା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକ କାହାକୁ ମଧ୍ୟ ଅନୁମତି ମିଳିନାହିଁ। ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ(ବିଏମ୍‌ସି) ଏନେଇ ଗୁରୁବାର ସୂଚନା ପ୍ରଦାନ କରିଛି। ଅକ୍ଟୋବର ୫ରେ ଶିବାଜୀ ପାର୍କରେ ରାଲିର ଆୟୋଜନ କରିବା ପାଇଁ ଉଦ୍ଧବଙ୍କ ସମର୍ଥକ ବମ୍ବେ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ଏହାର ଶୁଣାଣି କରିବାକୁ ରାଜି ହୋଇଛନ୍ତି।

 

୧୯୬୬ଠାରୁ ଶିବସେନା ପକ୍ଷରୁ ପ୍ରତିବର୍ଷ ଶିବାଜୀ ପାର୍କରେ ଦଶହରା ରାଲିର ଆୟୋଜନ କରାଯାଉଥିଲା। ତେବେ ଚଳିତ ବର୍ଷ ଏଥିରେ ବାଧା ସୃଷ୍ଟି ହୋଇଛି। ଉଦ୍ଧବଙ୍କ ଦଳ ଏବଂ ଶିନ୍ଦେଙ୍କ ଗୋଷ୍ଠୀ ନିଜ ନିଜକୁ ଅସଲି ଶିବସେନା ବୋଲି ଦାବି କରୁଥିବାବେଳେ ଏହାର ବିଚାର ମଧ୍ୟ ସୁପ୍ରିମ୍‌ କୋର୍ଟରେ ଜାରି ରହିଛି।

Share