ଚନ୍ଦାହାଣ୍ଡି, ୧୫।୬ (ଦିଲୀପ ଦାସ ) ଭୂମିହୀନ ଚାଷୀଙ୍କୁ ଚାଷ କାର୍ଯ୍ୟ ପ୍ରତି ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଯେଉଁ ଚାଷୀମାନଙ୍କ ଜମିପଟ୍ଟା ଓ ଆନୁସାଙ୍ଗିକ କାଗଜପତ୍ର ନ ଥିବ ଏବଂ ଅନ୍ୟ ଚାଷୀଙ୍କ ଜମିକୁ ଭାଗଚାଷ କରୁଥିବେ ସେମାନେ ୫ ଜଣିଆ ଗୋଷ୍ଠୀ ଗଠନ କରି କୃଷି ବିଭାଗ ସହଯୋଗରେ ବ୍ୟାଙ୍କଠାରୁ କମ୍ ସୁଧରେ ଏବଂ ଅତି ସହଜରେ କୃଷି ଋଣ ନେଇ ପାରିବେ । ହେଲେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ କୃଷି ବିଭାଗ ତରଫରୁ ଭୂମିହୀନ ଚାଷୀଙ୍କୁ ନେଇ ଗୋଷ୍ଠୀ ଗଠନ କରାଯାଇଛି। ଚାଷୀଙ୍କୁ ଋଣ ପ୍ରଦାନ ପାଇଁ ବ୍ୟାଙ୍କକୁ ଗୋଷ୍ଠୀମାନଙ୍କର ଆବଶକୀୟ କାଗଜପତ୍ର ସହ ତାଲିକା ଦୀର୍ଘ ମାସ ଧରି ପଠାଇଥିଲେ ମଧ୍ୟ ଭାଗଚାଷୀଙ୍କୁ ଚାଷ ଋଣ ଦେବାକୁ ବ୍ୟାଙ୍କମାନେ ଅମଙ୍ଗ ହେଉଥିବା ଅଭିଯୋଗ ହେଉଛି। ବ୍ଲକର ୮୨ ଟି ଗୋଷ୍ଠୀ ମଧ୍ୟରୁ ଗୋଟିଏ ମଧ୍ୟ ଗୋଷ୍ଠୀକୁ ଏ ପର୍ଯ୍ୟନ୍ତ ଋଣ ମିଳିନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ନାବାର୍ଡ ସହାୟତାରେ ଆରମ୍ଭ ହୋଇଥିବା ଏହି ଯୋଜନାର ମୂଳଲକ୍ଷ୍ୟ ଥିଲା ଗୋଷ୍ଠୀ ମାଧ୍ୟମରେ ଚାଷ ଋଣ ପ୍ରଦାନ କରି ଭୂମିହୀନ ଚାଷୀ ମାନଙ୍କ ଦକ୍ଷତା ବୃଦ୍ଧି କରିବା କାରଣ ଅନେକ ଭୂମିହୀନ ଚାଷୀ ନିଜର ଚାଷ ଜମି ନ ଥାଇ ଅନ୍ୟ ଚାଷୀଙ୍କ ଜମିକୁ ଭାଗଚାଷ କରି ସେମାନଙ୍କ ଜୀବିକା ନିର୍ବାହ କରୁଛନ୍ତି । ବଳରାମ ଯୋଜନାରେ ଗୋଟିଏ ଗୋଷ୍ଠୀକୁ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ଓ ସର୍ବନିମ୍ନ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ମିଳିପାରିବ । ହେଲେ ଦୁର୍ଭାଗ୍ୟର କଥା ବଳରାମ ଯୋଜନା କାର୍ଯକାରୀ ହେବା ଦିନଠାରୁ ଚନ୍ଦାହାଣ୍ଡି ବ୍ଲକର ୧୪ ଟି ପଞ୍ଚାୟତର ଗୋଟିଏ ମଧ୍ୟ ଗୋଷ୍ଠୀକୁ ଋଣ ମିଳିପାରି ନାହିଁ । ଏହି ଯୋଜନାରେ ଚାଷ ଋଣ ନ ମିଳିବା ବଳରାମ ଯୋଜନାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବ୍ଲକର ୪୧୦ ଚାଷୀଙ୍କୁ ନେଇ ୮୨ ଟି ଗ୍ରୁପ ଗଠନ କରି ବ୍ଲକରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା, ବ୍ୟାଙ୍କ ଅଫ ବରୋଦା ଶାଖା, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା, ଲ୍ୟାମ୍ପ ଶାଖାକୁ ଚାଷୀଙ୍କ କାଗଜପତ୍ର ପଠାଇ ଥିବା ବ୍ଲକ ସହକାରୀ କୃଷି ଅଧିକାରୀ ଗଜାନନ ସାହୁ ପ୍ରକାଶ କରିଛନ୍ତି l ଏ ସମ୍ପର୍କରେ ବ୍ୟାଙ୍କ ଶାଖା ମ୍ୟାନେଜରମାନଙ୍କୁ ପଚାରିବାରୁ ଚାଷୀଙ୍କ କାଗଜପତ୍ର ଯାଞ୍ଚ ଚାଲିଥିବା, ସିଭିଲ ଖରାପ ଥିବା, ତାଙ୍କ ସମ୍ପର୍କୀୟମାନଙ୍କ ନାମରେ ଋଣ ଥିବା ଆଳ ଦେଖାଇ ଋଣ ପ୍ରଦାନ କରୁ ନ ଥିବା ଜଣାପଡିଛି। ବର୍ତ୍ତମାନ ଖରିଫ ଚାଷ କାର୍ଯ୍ୟ ଆରମ୍ଭ ହୋଇ ସାରିଥିବା ବେଳେ ଚନ୍ଦାହାଣ୍ଡି ବ୍ଲକରେ ବଳରାମ ଯୋଜନାରେ ଅଧିକରୁ ଅଧିକ ଚାଷୀ ଋଣ ନେଇ ଚାଷ କାର୍ଯ୍ୟ କରିପାରିବେ ସେ ନେଇ ଜିଲାପାଳ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହୋଇଛି ।
Posted inHome, Home Left, ଆମ ଜିଲା ଖବର, ନବରଙ୍ଗପୁର View All
ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍
ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ
ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…
ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ
ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ
କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

