Categories: ଜାତୀୟ

କେବଳ ଘରେ ତ୍ରିରଙ୍ଗା ଲଗାଇଲେ କେହି ହୋଇପାରିବେନି ଦେଶଭକ୍ତ, ମୋଦିଙ୍କୁ ଟାର୍ଗେଟ କଲେ ଉଦ୍ଧବ…

ମୁମ୍ବାଇ, ୧୩।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହାକୁ ନେଇ ଶିବସେନା ନେତା ଉଦ୍ଧବ ଠାକରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତିି। ସେ ମୋଦିଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, କେବଳ ଘରେ ତ୍ରିରଙ୍ଗା ଲଗାଇଲେ କେହି ଦେଶଭକ୍ତ ହୋଇପାରିବେନି । ସେ ଏକ ଫଟୋ ଶେୟାର କରି କହିଛନ୍ତି ଘର ନଥିବା ଜଣେ ଲୋକ କହୁଛନ୍ତିି ଯେ, ମୋର ନିଜର ଘର ନାହିଁ, ମୁଁ ତ୍ରିରଙ୍ଗା ଲଗାଇବି କେଉଁଠି।

ହୃଦୟରେ ଦେଶପ୍ରେମ ରହିବା ଜରୁରୀ ବୋଲି ସେ କହିଛନ୍ତି। ସେହିପରି ମୋଦି ସମସ୍ତଙ୍କର ଡିପିରେ ତ୍ରିରଙ୍ଗା ରଖିବାକୁ କହୁଛନ୍ତି। କିନ୍ତୁ ସୀମାରେ ଶତ୍ରୁ ସହିତ ଲଢୁଥିବା ଯବାନମାନଙ୍କ ବଜେଟରେ କମାଇବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଉଦ୍ଧବ କହିଛନ୍ତି। ସେହିପରି ଯଦି ସୀମାରେ ଯବାନଙ୍କ ସଂଖ୍ୟା କମ୍‌ କରାଯିବ ତେବେ ଅସ୍ତ୍ରଶସ୍ତ୍ର କାହାକୁ ଦିଆଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଭାଜପା ସରକାରଙ୍କ ପାଖରେ ସେନାରେ ନିଯୁକ୍ତି ହେଉଥିବା ଯୁବବର୍ଗଙ୍କୁ ଦରମା ଦେବାକୁ ଟଙ୍କା ନାହିଁ। କିନ୍ତୁ ବିଭିନ୍ନ ରାଜ୍ୟର ସରକାରଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ଟଙ୍କା ଅଛି ବୋଲି ଉଦ୍ଧବ କଟାକ୍ଷ କରିଛନ୍ତି।

Share