ସୁଶାନ୍ତ ଆତ୍ମହତ୍ୟା କରିଥିବା ଫ୍ଲାଟ୍‌ରେ ରହିବାକୁ କେହି ରାଜି ନାହାନ୍ତି, ୨.୫ ବର୍ଷ ପରେ ବି ପଡିଛି ଖାଲି

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆମ ଗହଣରେ ନ ଥାଇ ପାରନ୍ତି, କିନ୍ତୁ ତାଙ୍କ ସ୍ମୃତି ପ୍ରଶଂସକଙ୍କ ହୃଦୟରେ ସର୍ବଦା ରହିଆସିଛି। ଜୁନ ୧୪, ୨୦୨୦ରେ ସେ ଆତ୍ମହତ୍ୟା କରିଥିଲେ। ତାଙ୍କ ଆକସ୍ମିକ ମୃତ୍ୟୁ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ ଝଟକା ଥିଲା। ଖୁବ କମ ସମୟ ମଧ୍ୟରେ ସୁଶାନ୍ତ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସବୁକିଛି ଠିକ ଚାଲିଥିଲା, ତାଙ୍କ ଚଳଚ୍ଚିତ୍ର ବକ୍ସ ଅଫିସରେ ମଧ୍ୟ ସଫଳ ହୋଇଥିଲା, କିନ୍ତୁ ସେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ଆଜି ମଧ୍ୟ ରହସ୍ୟ ହୋଇ ରହିଛି।
ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ୱେଷ୍ଟରେ ଅବସ୍ଥିତ ଏକ ଫ୍ଲାଟରେ ଭଡା ଘରେ ରହୁଥିଲେ ଏବଂ ଏହି ଫ୍ଲାଟରେ ସେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁର ୨.୫ ବର୍ଷ ପରେ ମଧ୍ୟ ସେହି ଫ୍ଲାଟ ଖାଲି ପଡିଛି ଏବଂ ଏହି ଫ୍ଲାଟକୁ କେହି ଭଡା ନେଉ ନାହାନ୍ତି। ଏହି ଫ୍ଲାଟ ମାସକୁ ୫ ଲକ୍ଷ ଟଙ୍କା ଭଡାରେ ଦିିଆଯାଏ। କିନ୍ତୁ ଏବେ କେହି ଏଠାରେ ରହିବାକୁ ରାଜି ନାହାନ୍ତି। ଫଳରେ ଘର ଖାଲି ପଡିଛି।

Share