ନା, ଆଉ ନୁହେଁ

ନିବିଡ଼ ସମ୍ପର୍କ ପାଇଁ ବୁଝାମଣା
କରୁ କରୁ କେବେ ନାରୀଟିଏ ନିଜ ଆତ୍ମସମ୍ମାନକୁ
ବଳିଦିଏ ଜାଣି ପାରେନା। ପରିବାରର ଭଲ ପାଇଁ ବେଳେବେଳେ ଭୁଲ୍‌କୁ ମଧ୍ୟ ସ୍ବୀକାର କରିନିଏ, ଯାହା ଭବିଷ୍ୟତ ପାଇଁ ଡାକିଆଣେ ବଡ଼ ବିପଦ। ତେଣୁ ସହିବାର ସୀମା ଡେଇଁବା ଆଗରୁ କହିବାକୁ ହେବ ନା, ଆଉ ନୁହେଁ…

ସମ୍ପର୍କର ଆଧାର ବୁଝାମଣା। ପରସ୍ପର ମଧ୍ୟରେ ଭଲ ବୁଝାମଣା ହିଁ ସମ୍ପର୍କକୁ ନିବିଡ଼ କରିଥାଏ। ପରିବାର ପାଇଁ ଅଧିକାଂଶ ସମୟରେ ନାରୀଟିଏ ବାଛି ନିଏ ଏହି ବାଟ। କିନ୍ତୁ ବୁଝାମଣା ଆଉ ସାଲିସ୍‌ ଭିତରେ ଢେର୍‌ ଫରକ। ଯେଉଁଠି ବୁଝାମଣା ଲାଗି ଆତ୍ମସମ୍ମାନ ଉପରେ ଆଞ୍ଚ ଆସେ ନାରୀର ଅନ୍ତର୍ମନ କରି ଉଠେ ବିଦ୍ରୋହ। କୁହୁଳେ ଅସନ୍ତୋଷ। ଏହା ବିସ୍ଫୋରଣର ରୂପ ନେବା ଆଗରୁ ଜାଣିବାକୁ ହେବ କେଉଁଠି କହିବେ ନା।
ସହନଶୀଳତା ଦୁର୍ବଳତା ନ ହେଉ: ତ୍ୟାଗ ଓ ସାହସ ଭିତରେ ଅନେକ ଫରକ। ସମ୍ପର୍କରେ ସବୁ ସମୟରେ ନିଜେ ଆଗୁଆ ବୁଝାମଣା କରିବାକୁ ଆଗେଇ ଆସିବା ଫଳରେ ପରିବାରରେ ଓ ଦାମ୍ପତ୍ୟ ଜୀବନରେ ବହୁ ସମସ୍ୟା ସହଜରେ ସମାଧାନ ହୋଇଯାଏ। ସହିବା ଏକ ମହାନ୍‌ ଗୁଣ। କିନ୍ତୁ ସବୁ ସମୟରେ ସବୁକିଛି ସହିଯିବା ବେଳେବେଳେ ବହୁ ଅସୁବିଧା ସୃଷ୍ଟି କରିଥାଏ। ଗୃହିଣୀମାନଙ୍କର ସହିବା ଗୁଣକୁ ଅନ୍ୟମାନେ ସେମାନଙ୍କର ଦୁର୍ବଳତା ଭାବି ଅନ୍ୟାୟ କରିଥାନ୍ତି। ତେଣୁ ନିଜର ସହନଶୀଳ ଗୁଣକୁ ଅନ୍ୟମାନେ ଯେପରି ଦୁର୍ବଳତା ନ ଭାବନ୍ତୁ ସେଥିପ୍ରତି ସଚେତନ ରହିବା ଆବଶ୍ୟକ।
ଆତ୍ମସମ୍ମାନ ହରାନ୍ତୁ ନାହିଁ: କୌଣସି ମହିଳା କେବେ ହେଲେ ନିଜ ଆତ୍ମ ସମ୍ମାନକୁ ବଳି ଦେବା ଉଚିତ ନୁହେଁ। କେତେଜଣ ଏପରି ଭାବିଥାନ୍ତି କି ମହିଳାମାନେ ଯଦି ରୋଜଗାର କରୁ ନାହାନ୍ତି ତେବେ ସେମାନଙ୍କ ସହିତ ଯେକୌଣସି ପ୍ରକାରର ବ୍ୟବହାର କରାଯାଇପାରେ। ଏଥିପାଇଁ ଘର ଲୋକଙ୍କ ଆଗରେ କିମ୍ବା ବନ୍ଧୁବାନ୍ଧବଙ୍କ ଆଗରେ ସେମାନଙ୍କୁ ଅପମାନିତ କରିଥାନ୍ତି। କିନ୍ତୁ ଏପରି ବ୍ୟବହାରକୁ ସହିବା ଆଦୌ ଠିକ୍‌ ନୁହେଁ।
ହିଂସା କେବେ ନୁହେଁ: ନିଜ ପ୍ରତି କୌଣସି ପ୍ରକାରର ହିଂସାକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ। ଏହା ଶାରୀରିକ ଓ ଭାବନାତ୍ମକ ରୂପେ ଖୁବ୍‌ ଆଘାତ ଦେଇଥାଏ। ବେଳେବେଳେ ଗୃହିଣୀମାନେ ଭାବିଥାନ୍ତି କି ତାଙ୍କ ଜୀବନସାଥୀଙ୍କୁ ଶୀଘ୍ର କ୍ରୋଧ ଆସିଥାଏ, ନଚେତ୍‌ ସେ ଭଲ ମଣିଷ। କିନ୍ତୁ ହିଂସା ସହିବା ଦ୍ୱାରା ସ୍ବଭାବ ଆଦୌ ବଦଳି ନ ଥାଏ।
ବଡ଼ ନିଷ୍ପତ୍ତି: ବେଳେବେଳେ ଶାଶୁଘରର ଲୋକେ ବୋହୂ ଉପରେ ସେମାନଙ୍କ ନିଷ୍ପତ୍ତି ବାଧ୍ୟ କରି ଲଦି ଦିଅନ୍ତି। କିନ୍ତୁ ନିଜ ସହିତ ଜଡ଼ିତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଜୀବନସାଥୀଙ୍କୁ ନିଜ ମନର ଅବସ୍ଥା ବୁଝାନ୍ତୁ। ଉଭୟଙ୍କ ସହମତିରେ ଭବିଷ୍ୟତର ନିଷ୍ପତ୍ତି ନିଅନ୍ତୁ। ବାଧ୍ୟ ହୋଇ କୌଣସି ନିଷ୍ପତ୍ତି ଗ୍ରହଣ କରିବା ଠିକ୍‌ ନୁହେଁ।
ସ୍ବାସ୍ଥ୍ୟ ବୁଝାମଣା: ଗୃହିଣୀମାନେ ସବୁବେଳେ ଅନ୍ୟମାନଙ୍କ ଖୁସି ପାଇଁ ବେଶି ଚିନ୍ତା କରିଥାନ୍ତି। ତେଣୁ ନିଜ ପ୍ରତି ସେମାନେ ବାରମ୍ବାର ଅବହେଳା କରନ୍ତି। ଏମିତି କି ନିଜର ସ୍ବାସ୍ଥ୍ୟ ଖରାପ ଥିଲେ ବି ଚିକିତ୍ସା ନିମନ୍ତେ କହିବାକୁ କୁଣ୍ଠାପ୍ରକାଶ କରନ୍ତି। କିନ୍ତୁ ସ୍ବାସ୍ଥ୍ୟ କ୍ଷେତ୍ରରେ କୌଣସି ପ୍ରକାରର ଅବହେଳା ଆଦୌ ଠିକ୍‌ ନୁହେଁ।

 

ଏମାନେ କ’ଣ କୁହନ୍ତି

ଖୁସି ପାଇଁ ବାହାରକୁ ଯାଏ: ଶିକ୍ଷୟିତ୍ରୀ ହୋଇଥିବାରୁ ସ୍ଲୁଲରେ କାମ ସରିଲା ମାତ୍ରେ ମୋତେ ଯେମିତି ବି ହେଉ ଘରକୁ ଆସିବାକୁ ପଡ଼େ। କିନ୍ତୁ ମୋର ଇଚ୍ଛା ଥାଏ କାମ ସରିଲା ପରେ ବାହାରେ କିଛି ସମୟ ରହି ଟିକେ କିଣାକିଣି କରନ୍ତି, ହେଲେ ସବୁବେଳେ ଏହା ସମ୍ଭବ ହୋଇ ନ ଥାଏ। କିନ୍ତୁ ମଝିରେ ମଝିରେ ମୁଁ ଘର କାମକୁ ଛାଡି ନିଜ ଖୁସି ପାଇଁ ବାହାରକୁ ଯାଏ, ମାର୍କେଟିଂ କରେ ଆଉ ସାଙ୍ଗମାନଙ୍କୁ ଦେଖା କରେ।
-ଅନୁପମା ପରିଡ଼ା
ଶିକ୍ଷୟିତ୍ରୀ, ସାକ୍ଷୀଗୋପାଳ, ପୁରୀ
ଅର୍ଥ ଯୋଗାଡ କରୁଛି: ଅନାଥ ଆଶ୍ରମଟିଏ କରି କିଛି ଅନାଥ ପିଲାଙ୍କୁ ରଖି ପାଠ ପଢ଼ାଇବାକୁ ମୋର ବହୁତ ଇଚ୍ଛା ଅଛି। ଘର ଲୋକ ଯାହା କହିଲେ ବି ମୁଁ ଏ କାମ ନିଶ୍ଚୟ ପୁରା କରିବା ପାଇଁ ଲକ୍ଷ୍ୟ ରଖିଛି। ହେଲେ ଏବେ ମୋ ପାଖରେ ଯଥେଷ୍ଟ ଅର୍ଥ ନ ଥିବାରୁ ପ୍ରଥମେ ଅର୍ଥ ଯୋଗାଡ଼ କରୁଛି। ଘରର ଅନ୍ୟମାନେ ଏଥିପାଇଁ ସମର୍ଥନ ଦେବେ କି ନାହିଁ ଜାଣିନି ହେଲେ ମୋ ସ୍ବାମୀ ମତେ ଏହି କାମ ପାଇଁ କେବେ ଆକଟ କରି ନାହାନ୍ତି।
-କୁସୁମ ସାମନ୍ତ ସିଂହାର
ଅଙ୍ଗନଓ୍ବାଡି କର୍ମୀ, ତାଳଚେର
ନିଜ ପାଇଁ ସମୟ ବାହାରୁନି: ଘର କାମ ସିନା ସବୁ କରୁଛି, ହେଲେ ମନ ଲେଖାଲେଖିରେ। ପୂର୍ବରୁ ଛୋଟ ଛୋଟ ଗୀତ, ଗପସବୁ ଲେଖୁଥିଲି, ହେଲେ ବାହାଘର ପରେ ଆଉ ଟିକେ ବି ସମୟ ମିଳୁନି ଲେଖିବାକୁ। ଘରର ସବୁ ସଦସ୍ୟଙ୍କ କଥା ବୁଝୁ ବୁଝୁ ମୁଁ ଏ ସବୁକୁ ଛାଡ଼ି ସାରିଲିଣି। ନିଜ କଥା ବୁଝିବାକୁ ବି ସମୟ ମିଳୁନି। ମୋ ସ୍ବାସ୍ଥ୍ୟର ଯତ୍ନ ବି ମୁଁ ଠିକ୍‌ ଭାବେ ନେଇପାରୁନି। ହେଲେ, ଏ ସବୁ ଭିତରେ ଆଗକୁ ସମୟ ମିଳିଲେ ପୁଣି ଲେଖା ଆରମ୍ଭ କରିବି ବୋଲି ଭାବିଛି।
-ରୁନୁ ରାଣୀ ପଟ୍ଟନାୟକ, ୟୁନିଟ୍‌-୩ ଖାରବେଳ ନଗର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri