ନା, ଆଉ ନୁହେଁ

ନିବିଡ଼ ସମ୍ପର୍କ ପାଇଁ ବୁଝାମଣା
କରୁ କରୁ କେବେ ନାରୀଟିଏ ନିଜ ଆତ୍ମସମ୍ମାନକୁ
ବଳିଦିଏ ଜାଣି ପାରେନା। ପରିବାରର ଭଲ ପାଇଁ ବେଳେବେଳେ ଭୁଲ୍‌କୁ ମଧ୍ୟ ସ୍ବୀକାର କରିନିଏ, ଯାହା ଭବିଷ୍ୟତ ପାଇଁ ଡାକିଆଣେ ବଡ଼ ବିପଦ। ତେଣୁ ସହିବାର ସୀମା ଡେଇଁବା ଆଗରୁ କହିବାକୁ ହେବ ନା, ଆଉ ନୁହେଁ…

ସମ୍ପର୍କର ଆଧାର ବୁଝାମଣା। ପରସ୍ପର ମଧ୍ୟରେ ଭଲ ବୁଝାମଣା ହିଁ ସମ୍ପର୍କକୁ ନିବିଡ଼ କରିଥାଏ। ପରିବାର ପାଇଁ ଅଧିକାଂଶ ସମୟରେ ନାରୀଟିଏ ବାଛି ନିଏ ଏହି ବାଟ। କିନ୍ତୁ ବୁଝାମଣା ଆଉ ସାଲିସ୍‌ ଭିତରେ ଢେର୍‌ ଫରକ। ଯେଉଁଠି ବୁଝାମଣା ଲାଗି ଆତ୍ମସମ୍ମାନ ଉପରେ ଆଞ୍ଚ ଆସେ ନାରୀର ଅନ୍ତର୍ମନ କରି ଉଠେ ବିଦ୍ରୋହ। କୁହୁଳେ ଅସନ୍ତୋଷ। ଏହା ବିସ୍ଫୋରଣର ରୂପ ନେବା ଆଗରୁ ଜାଣିବାକୁ ହେବ କେଉଁଠି କହିବେ ନା।
ସହନଶୀଳତା ଦୁର୍ବଳତା ନ ହେଉ: ତ୍ୟାଗ ଓ ସାହସ ଭିତରେ ଅନେକ ଫରକ। ସମ୍ପର୍କରେ ସବୁ ସମୟରେ ନିଜେ ଆଗୁଆ ବୁଝାମଣା କରିବାକୁ ଆଗେଇ ଆସିବା ଫଳରେ ପରିବାରରେ ଓ ଦାମ୍ପତ୍ୟ ଜୀବନରେ ବହୁ ସମସ୍ୟା ସହଜରେ ସମାଧାନ ହୋଇଯାଏ। ସହିବା ଏକ ମହାନ୍‌ ଗୁଣ। କିନ୍ତୁ ସବୁ ସମୟରେ ସବୁକିଛି ସହିଯିବା ବେଳେବେଳେ ବହୁ ଅସୁବିଧା ସୃଷ୍ଟି କରିଥାଏ। ଗୃହିଣୀମାନଙ୍କର ସହିବା ଗୁଣକୁ ଅନ୍ୟମାନେ ସେମାନଙ୍କର ଦୁର୍ବଳତା ଭାବି ଅନ୍ୟାୟ କରିଥାନ୍ତି। ତେଣୁ ନିଜର ସହନଶୀଳ ଗୁଣକୁ ଅନ୍ୟମାନେ ଯେପରି ଦୁର୍ବଳତା ନ ଭାବନ୍ତୁ ସେଥିପ୍ରତି ସଚେତନ ରହିବା ଆବଶ୍ୟକ।
ଆତ୍ମସମ୍ମାନ ହରାନ୍ତୁ ନାହିଁ: କୌଣସି ମହିଳା କେବେ ହେଲେ ନିଜ ଆତ୍ମ ସମ୍ମାନକୁ ବଳି ଦେବା ଉଚିତ ନୁହେଁ। କେତେଜଣ ଏପରି ଭାବିଥାନ୍ତି କି ମହିଳାମାନେ ଯଦି ରୋଜଗାର କରୁ ନାହାନ୍ତି ତେବେ ସେମାନଙ୍କ ସହିତ ଯେକୌଣସି ପ୍ରକାରର ବ୍ୟବହାର କରାଯାଇପାରେ। ଏଥିପାଇଁ ଘର ଲୋକଙ୍କ ଆଗରେ କିମ୍ବା ବନ୍ଧୁବାନ୍ଧବଙ୍କ ଆଗରେ ସେମାନଙ୍କୁ ଅପମାନିତ କରିଥାନ୍ତି। କିନ୍ତୁ ଏପରି ବ୍ୟବହାରକୁ ସହିବା ଆଦୌ ଠିକ୍‌ ନୁହେଁ।
ହିଂସା କେବେ ନୁହେଁ: ନିଜ ପ୍ରତି କୌଣସି ପ୍ରକାରର ହିଂସାକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ। ଏହା ଶାରୀରିକ ଓ ଭାବନାତ୍ମକ ରୂପେ ଖୁବ୍‌ ଆଘାତ ଦେଇଥାଏ। ବେଳେବେଳେ ଗୃହିଣୀମାନେ ଭାବିଥାନ୍ତି କି ତାଙ୍କ ଜୀବନସାଥୀଙ୍କୁ ଶୀଘ୍ର କ୍ରୋଧ ଆସିଥାଏ, ନଚେତ୍‌ ସେ ଭଲ ମଣିଷ। କିନ୍ତୁ ହିଂସା ସହିବା ଦ୍ୱାରା ସ୍ବଭାବ ଆଦୌ ବଦଳି ନ ଥାଏ।
ବଡ଼ ନିଷ୍ପତ୍ତି: ବେଳେବେଳେ ଶାଶୁଘରର ଲୋକେ ବୋହୂ ଉପରେ ସେମାନଙ୍କ ନିଷ୍ପତ୍ତି ବାଧ୍ୟ କରି ଲଦି ଦିଅନ୍ତି। କିନ୍ତୁ ନିଜ ସହିତ ଜଡ଼ିତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଜୀବନସାଥୀଙ୍କୁ ନିଜ ମନର ଅବସ୍ଥା ବୁଝାନ୍ତୁ। ଉଭୟଙ୍କ ସହମତିରେ ଭବିଷ୍ୟତର ନିଷ୍ପତ୍ତି ନିଅନ୍ତୁ। ବାଧ୍ୟ ହୋଇ କୌଣସି ନିଷ୍ପତ୍ତି ଗ୍ରହଣ କରିବା ଠିକ୍‌ ନୁହେଁ।
ସ୍ବାସ୍ଥ୍ୟ ବୁଝାମଣା: ଗୃହିଣୀମାନେ ସବୁବେଳେ ଅନ୍ୟମାନଙ୍କ ଖୁସି ପାଇଁ ବେଶି ଚିନ୍ତା କରିଥାନ୍ତି। ତେଣୁ ନିଜ ପ୍ରତି ସେମାନେ ବାରମ୍ବାର ଅବହେଳା କରନ୍ତି। ଏମିତି କି ନିଜର ସ୍ବାସ୍ଥ୍ୟ ଖରାପ ଥିଲେ ବି ଚିକିତ୍ସା ନିମନ୍ତେ କହିବାକୁ କୁଣ୍ଠାପ୍ରକାଶ କରନ୍ତି। କିନ୍ତୁ ସ୍ବାସ୍ଥ୍ୟ କ୍ଷେତ୍ରରେ କୌଣସି ପ୍ରକାରର ଅବହେଳା ଆଦୌ ଠିକ୍‌ ନୁହେଁ।

 

ଏମାନେ କ’ଣ କୁହନ୍ତି

ଖୁସି ପାଇଁ ବାହାରକୁ ଯାଏ: ଶିକ୍ଷୟିତ୍ରୀ ହୋଇଥିବାରୁ ସ୍ଲୁଲରେ କାମ ସରିଲା ମାତ୍ରେ ମୋତେ ଯେମିତି ବି ହେଉ ଘରକୁ ଆସିବାକୁ ପଡ଼େ। କିନ୍ତୁ ମୋର ଇଚ୍ଛା ଥାଏ କାମ ସରିଲା ପରେ ବାହାରେ କିଛି ସମୟ ରହି ଟିକେ କିଣାକିଣି କରନ୍ତି, ହେଲେ ସବୁବେଳେ ଏହା ସମ୍ଭବ ହୋଇ ନ ଥାଏ। କିନ୍ତୁ ମଝିରେ ମଝିରେ ମୁଁ ଘର କାମକୁ ଛାଡି ନିଜ ଖୁସି ପାଇଁ ବାହାରକୁ ଯାଏ, ମାର୍କେଟିଂ କରେ ଆଉ ସାଙ୍ଗମାନଙ୍କୁ ଦେଖା କରେ।
-ଅନୁପମା ପରିଡ଼ା
ଶିକ୍ଷୟିତ୍ରୀ, ସାକ୍ଷୀଗୋପାଳ, ପୁରୀ
ଅର୍ଥ ଯୋଗାଡ କରୁଛି: ଅନାଥ ଆଶ୍ରମଟିଏ କରି କିଛି ଅନାଥ ପିଲାଙ୍କୁ ରଖି ପାଠ ପଢ଼ାଇବାକୁ ମୋର ବହୁତ ଇଚ୍ଛା ଅଛି। ଘର ଲୋକ ଯାହା କହିଲେ ବି ମୁଁ ଏ କାମ ନିଶ୍ଚୟ ପୁରା କରିବା ପାଇଁ ଲକ୍ଷ୍ୟ ରଖିଛି। ହେଲେ ଏବେ ମୋ ପାଖରେ ଯଥେଷ୍ଟ ଅର୍ଥ ନ ଥିବାରୁ ପ୍ରଥମେ ଅର୍ଥ ଯୋଗାଡ଼ କରୁଛି। ଘରର ଅନ୍ୟମାନେ ଏଥିପାଇଁ ସମର୍ଥନ ଦେବେ କି ନାହିଁ ଜାଣିନି ହେଲେ ମୋ ସ୍ବାମୀ ମତେ ଏହି କାମ ପାଇଁ କେବେ ଆକଟ କରି ନାହାନ୍ତି।
-କୁସୁମ ସାମନ୍ତ ସିଂହାର
ଅଙ୍ଗନଓ୍ବାଡି କର୍ମୀ, ତାଳଚେର
ନିଜ ପାଇଁ ସମୟ ବାହାରୁନି: ଘର କାମ ସିନା ସବୁ କରୁଛି, ହେଲେ ମନ ଲେଖାଲେଖିରେ। ପୂର୍ବରୁ ଛୋଟ ଛୋଟ ଗୀତ, ଗପସବୁ ଲେଖୁଥିଲି, ହେଲେ ବାହାଘର ପରେ ଆଉ ଟିକେ ବି ସମୟ ମିଳୁନି ଲେଖିବାକୁ। ଘରର ସବୁ ସଦସ୍ୟଙ୍କ କଥା ବୁଝୁ ବୁଝୁ ମୁଁ ଏ ସବୁକୁ ଛାଡ଼ି ସାରିଲିଣି। ନିଜ କଥା ବୁଝିବାକୁ ବି ସମୟ ମିଳୁନି। ମୋ ସ୍ବାସ୍ଥ୍ୟର ଯତ୍ନ ବି ମୁଁ ଠିକ୍‌ ଭାବେ ନେଇପାରୁନି। ହେଲେ, ଏ ସବୁ ଭିତରେ ଆଗକୁ ସମୟ ମିଳିଲେ ପୁଣି ଲେଖା ଆରମ୍ଭ କରିବି ବୋଲି ଭାବିଛି।
-ରୁନୁ ରାଣୀ ପଟ୍ଟନାୟକ, ୟୁନିଟ୍‌-୩ ଖାରବେଳ ନଗର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri