ଦିଗପହଣ୍ଡି,୧୦|୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଶ୍ରୀ ପାତାଳେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ସଂଘର ବରିଷ୍ଠ ସଦସ୍ୟ ତଥା ଶୈବପୀଠ ପ୍ରତିଷ୍ଠାତା ପ୍ରମୋଦ କୁମାର ମିଶ୍ର ଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଡ. ଯୁଧିଷ୍ଠିର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ।ଆଇନଜୀବୀ ଅଶେଷ ନାଥ ମିଶ୍ର ନିମନ୍ତ୍ରିତ ଅତିଥିଭାବେ ଉପସ୍ଥିତ ଥିଲେ।ସଂଘର ସମ୍ପାଦକ କେ. ନାଗେଶ୍ଵର ରାଓ ପୂର୍ବ ବୈଠକର ବିବରଣୀ ଉପସ୍ଥାପନ କରିଥିଲେ। କୋଷାଧ୍ୟକ୍ଷ ନରହରୀ ସାହୁ ସଂଘର ଆୟ ବ୍ୟୟ ରିପୋର୍ଟ ଉପସ୍ଥାପନ କରିଥିଲେ। ଗତ ୨୦୨୫ ମାର୍ଚ୍ଚ ୨୫ ତାରିଖରେ କେନ୍ଦ୍ରସରକାର ସଂସଦରେ ଅର୍ଥ ବିଲ ପାରିତ ସମୟରେ ତରବରିଆ ଭାବେ ଭେଲିଡେସନ୍ ଆକ୍ଟ ପାରିତ କରାଇଥିଲେ । ଦେଶର କୋଟି କୋଟି ପେନସନ ଭୋଗୀଙ୍କ ପେନସନ ବ୍ୟବସ୍ଥାକୁ ସଙ୍କୁଚିତ କରାଯିବା ସହ ସେମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବା ପାଇଁ ଏହି ଆକ୍ଟ୍ ପ୍ରଣୟନ ର ଅସଲ ଉଦ୍ଦେଶ୍ୟ ବୋଲି ସଂଘ ର କର୍ମକର୍ତ୍ତା ବୃନ୍ଦ କହିଥିଲେ।ସମ୍ବିଧାନରର ୧୪ ଧାରା ପ୍ରକାରେ ପେନସନ ଭୋଗୀ ସମ୍ମାନର ସହ ବଞ୍ଚିବାର ଅଧିକାର ବୋଲି ଉଚ୍ଚତମ ନ୍ୟାୟାଳୟ ପୂର୍ବରୁ ଆଦେଶ ଦେଇଥିବା ନେଇ ସଭାରେ ମତ ପ୍ରକାଶ ପାଇଥିଲା। ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ସୀଥାରମଣ ଏକ ବିବୃତି ଦେଇ ପେନସନ ଗ୍ରହୀତା ଙ୍କ ପାଇଁ କୌଣସି ନୂତନ ନିୟମ କାର୍ଯ୍ୟକାରୀ ହେବ ନାହିଁ। ପୂର୍ବରୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଙ୍କ ନେତୃତ୍ଵାଧୀନ କେନ୍ଦ୍ର ର ୟୁପିଏ ସରକାରଙ୍କ ସମୟରେ ପାରିତ ହୋଇଥିବା ସମସ୍ତ ନିୟମାବଳୀ ଅନୁସାରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିବାରୁ ସଂଘ ପକ୍ଷରୁ ତାଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା।ସଂଘର ଉପସଭାପତି ସୁବାଷ ଚନ୍ଦ୍ର ପାଢୀ, ସହ ସମ୍ପାଦକ ଭବାନୀ ପ୍ରସାଦ ପାଢ଼ୀ,ସହ ସମ୍ପାଦକ ଭବାନୀ ପାଢୀ, ହିସାବ ନିରୀକ୍ଷକ ଗଣେଷ ମହାରଣା, କାର୍ଯ୍ୟକାରୀ କମିଟିସଭ୍ୟ ଭୀମସେନ ପଣ୍ଡା,ସୁଷମା ପାଠୀ, ଦଣ୍ଡପାଣି ସାହୁ, ରାଜକିଶୋର ଚୌଧୁରୀ, ବିମ୍ବାଧର ବେହେରା, କୃଷ୍ଣଚନ୍ଦ୍ର ବ୍ରହ୍ମା,ସୁବାଷ ଚୌଧୁରୀ ପ୍ରମୁଖ ୫୦ ରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ପଦ୍ମଚରଣ ମେକାପ ଧନ୍ୟବାଦ ଅର୍ପଣ କରିଥିଲେ ।