Categories: ଜାତୀୟ

ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ: ଷ୍ଟାଲିନ୍‌

ଚେନ୍ନାଇ,୨୨।୧୨: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌ କରୋନା ସ୍ଥିତିକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଉପରେ ନଜର ରଖାଯାଉଛି। ତେବେ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମ୍‌ ଥିଲେ ମଧ୍ୟ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣରେ ଶର୍ଯ୍ୟା ପ୍ରସ୍ତୁତ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଥଣ୍ଡା,ଜ୍ୱରରେ ଆକ୍ରାନ୍ତ ଥିବା ରୋଗୀଙ୍କ ଉପରେ ସ୍ବାସ୍ଥ୍ୟବିଭାଗ ନଜର ରଖିଛି। ଏଥିସହ ସାର୍ବଜନୀନ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଲକ୍ଷଣ ଥିବା ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ କରି ଚିକିତ୍ସା କରିବା ଉଚିତ୍‌। ତେବେ ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି, ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ କହିଛନ୍ତି।

Share