ଆଉ ଯିବାକୁ ପଡ଼ିବନି ଆର୍‌ଟିଓ: ୨୪ ପ୍ରକାର ଇ-ଚାଲାଣକୁ ରିହାତି

କଟକ,୧୪ା୧୦(କାର୍ତ୍ତିକ ସାହୁ):ବକେୟା ଥିବା ଟ୍ରାଫିକ ଇ-ଚାଲାଣର ସମାଧାନ ପାଇଁ ସରକାରଙ୍କ ଦ୍ୱାରା ଏକକାଳୀନ ପୈଠରେ ରିହାତି ଘୋଷଣା କରାଯାଇଛି। ପୂର୍ବରୁ ମୋଟର ଯାନ ଆଇନର ୧୭ଟି ଧାରା ପାଇଁ ରିହାତି ସୁବିଧା ଲାଗୁ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଆଉ ୭ଟି ଧାରା ଏଥିରେ ସାମିଲ ହୋଇ ମୋଟ ୨୪ଟି ଧାରା ପାଇଁ ଏହି ସୁବିଧା ଉପଲବ୍ଧ କରାଯାଇଛି। ୨୦୨୫ ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ସମସ୍ତ ଧାରାରେ ଜାରି ହୋଇଥିବା ଇ-ଚାଲାଣଗୁଡ଼ିକୁ ରିହାତିରେ ପୈଠ କରିହେବ। ପୂର୍ବରୁ ଆର୍‌ଟିଓ କାର୍ଯ୍ୟାଳୟରେ ଅଫ୍‌ଲାଇନ ଜରିଆରେ ରିହାତିରେ ପୈଠ କରାଯାଉଥିଲା। ଏବେ ଜନସାଧାରଣଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଏକକାଳୀନ ସମାଧାନ ଯୋଜନା ବା ଓଟିଏସ୍‌ର ଲାଭ ଅନ୍‌ଲାଇନରେ ମଧ୍ୟ ଉପଲବ୍ଧ କରାଯାଇଛି। ଫଳରେ ରିହାତିରେ ଜରିମାନା ପୈଠ ପାଇଁ ଆଉ ଲୋକଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆସିବାକୁ ପଡ଼ିବ ନାହିଁ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ମନ୍ତ୍ରୀ ଜେନା କହିଛନ୍ତି, ଇ-ଚାଲାଣ ପୈଠ ନ କଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି। ଭବିଷ୍ୟତରେ ମୋଟର ଯାନ ସମ୍ବନ୍ଧୀୟ ବିଭିନ୍ନ ସେବା ସହ ଗାଡ଼ିର ପଞ୍ଜୀକରଣ ରଦ୍ଦ ଭଳି କାର୍ଯ୍ୟାନୁଷ୍ଠାନ କରାଯିବ। ବିଗତ କିଛିବର୍ଷ ଧରି ଲକ୍ଷ ଲକ୍ଷ ସଂଖ୍ୟାରେ ମୋଟରଯାନ ବ୍ୟବହାରକାରୀଙ୍କ ବିରୋଧରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନଜନିତ ଜାରି ହୋଇଥିବା ଇ-ଚାଲାଣ ବକେୟା ରହିଛି। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ବକେୟା ଇ-ଚାଲାଣ ପୈଠ ପାଇଁ ସରକାର ଏକ ସୁଯୋଗ ଦେଇଛନ୍ତି। ଯଦ୍ଦ୍ବାରା ସବୁତକ ବକେୟା ଏକକାଳୀନ ପୈଠ କରି ୫୦% ଯାଏ ରିହାତି ପାଇବେ ବୋଲି ମନ୍ତ୍ରୀ କହିଛନ୍ତି।
ଘରେ ବସି ଏହି ଇ-ଚାଲାଣ ପୈଠ କରିବାକୁ ପରିବହନ ବିଭାଗ ବ୍ୟବସ୍ଥା କରିଛି। ଏଥିପାଇଁ https://echallan.parivahan.gov.in/
ଓ୍ବେବ୍‌ସାଇଟରେ କ୍ଲିକ୍‌ କରି Pay Online ବିକଳ୍ପ କ୍ଲିକ୍‌ କରିବା ପରେ ଚାଲାଣ ସଂଖ୍ୟା କିମ୍ବା ଗାଡ଼ି ନମ୍ବର ଦେଇ ଓଟିପି ଭରିଲେ ଆପଣଙ୍କ ବକେୟା ଚାଲାଣର ବିବରଣୀ ଏବଂ ପୈଠ କରିବାର ବିକଳ୍ପ ଦେଖିପାରିବେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୫।୮ (କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକା ହ୍ରଦରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri