ନୂଆଦିଲ୍ଲୀ,୧୬।୧୧: ଦିଲ୍ଲୀରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଦିନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଏଥିପାଇଁ ଲକ୍ଡାଉନ୍ ଲାଗୁ କରିବାର ଆବଶ୍ୟକତା ନାହିଁ। ମାସ୍କ୍ ପିନ୍ଧିବାକୁ ବାଧ୍ୟତା ମୂଳକ କରିବା ଦ୍ୱାରା ସହଜରେ ସଂକ୍ରମଣରୁ ଦୂରେଇ ରହିହେବ ବୋଲି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ଇତିମଧ୍ୟରେ ରାଜ୍ୟରେ ତୃତୀୟ ପ୍ରର୍ଯ୍ୟାୟ ସଂକ୍ରମଣ ଶୀର୍ଷରେ ପହଞ୍ଚି ସାରି ଧୀରେଧୀରେ କମିବାରେ ଲାଗିଛି। ସମ୍ପ୍ରତି ଦିଲ୍ଲୀରେ ୩୯ ହଜାର ୯୯୦ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ସେଥିମଧ୍ୟରୁ ୨୭ ହଜାର ୮୯ ଜଣଙ୍କୁ ସେମାନଙ୍କ ଘରେ ଆଇସୋଲେଶନରେ ରଖାଯାଇଛି। ସେହିପରି ୪୩୫୮ କଣ୍ଟେନମେଣ୍ଟ୍ ଜୋନ୍ରେ ସୁରକ୍ଷା ବ୍ୟବସ୍ତାକୁ କଡ଼ାକଡ଼ି କରାଯାଇଥିବା ସେ କହିଛନ୍ତି।


