କାମରେ ଲାଗୁନି ରାତ୍ର ଆଶ୍ରୟସ୍ଥଳ

କେନ୍ଦ୍ରାପଡ଼ା,୧୮ା୧(ଜଗନ୍ନାଥ ଧଳ)ଜାନୁଆରୀ ମାସ ରାତି ସମୟରେ ବାହାରେ ପ୍ରବଳ ଥଣ୍ଡା। ଚାରିଆଡେ କୁହୁଡି ବର୍ଷୁଛି। କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକର ଏକ ଔଷଧ ଦୋକାନ ପିଣ୍ଡାରେ ଜଣେ ମହିଳା ମୁଣ୍ଡ ତଳେ କିଛି କପଡା ଦେଇ ଶୋଇଛନ୍ତି। ଖଡିଅଙ୍ଗସ୍ଥିତ ମେଡିକାଲ ଛକରେ ମଧ୍ୟ ଏହି ଦୃଶ୍ୟ। ବାଘା ନାମକ ଜଣେ ନିରାଶ୍ରୟ ବ୍ୟକ୍ତି ସାରା ରାତି ରାସ୍ତା କଡରେ ଶୋଇଥିବା ଦେଖିବାକୁ ମିଳୁଛି। ଏପରି ଘଟଣା ଗୋଟିଏ ଅଥବା ଦୁଇଟି ଦୃଶ୍ୟ ମଧ୍ୟରେ ଏହା ସୀମିତ ନୁହେଁ। ସହରର ପ୍ରତ୍ୟେକ ସ୍ଥାନରେ ଏପରି ନିରାଶ୍ରୟଙ୍କୁ ରାତ୍ରୀଯାପନ କରୁଥିବା ଦେଖିବାକୁ ମିଳୁଛି। ତେବେ ପୌରଞ୍ଚଳରେ ରାତ୍ର ଆଶ୍ରୟ ସ୍ଥଳ ରହିଥିବା କାଗଜପତ୍ର ଓ ବିଜ୍ଞାପନରେ ଦେଖିବାକୁ ମିଳୁଛି। ମାତ୍ର ଏହି ନିରାଶ୍ରୟଙ୍କୁ ରାତ୍ର ଆଶ୍ରୟ ସ୍ଥଳ ସ୍ଥାନକୁ ନେବା ପାଇଁ କୌଣସି ବନ୍ଦୋବସ୍ତ ନାହିଁ। ସହରାଞ୍ଚଳ ୱାର୍ଡ କଲ୍ୟାଣ କମିଟି ଅଥବା ପୌର ପ୍ରଶାସନର ଏଥିପ୍ରତି ନଜର ନାହିଁ। ସ୍ବେଚ୍ଛାସେବୀ ସଙ୍ଗଠନଙ୍କ ଆତ୍ମିୟତା ନ ଥିବା ଯୋଗୁ ଗତ ୫ ବର୍ଷ ପୂର୍ବେ କୋଟିଏ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ରାତ୍ର ଆଶ୍ରୟସ୍ଥଳ କାମରେ ଲାଗୁ ନ ଥିବା ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି।
ପୌର ସଂସ୍ଥା ପକ୍ଷରୁ ଗତ ୨୦୧୮ରେ ହଜାରିବଗଚା ଠାରେ ଏକ ରାତ୍ର ଆଶ୍ରୟସ୍ଥଳ ନିର୍ମାଣ ହୋଇଛି। ଏଥିରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟ ହୋଇଛି। ଆଶ୍ରୟ ସ୍ଥଳରେ ୨୦ ପୁରୁଷ ଓ ୧୦ ମହିଳା ରହିବା ପାଇଁ ବ୍ୟବସ୍ଥା ଅଛି। ଏଥିସହିତ ରହଣୀ ସମୟରେ ସମ୍ୟକ ଖାଦ୍ୟ ବ୍ୟବସ୍ଥା ରଖାଯାଇଛି। ଏପରିକି ଏହି ଆଶୟସ୍ଥଳରେ ବାହାରୁ ବଦଳି ହୋଇ ଆସିଥିବା କର୍ମଚାରୀଙ୍କ ସ୍ବଳ୍ପକାଳୀନ ରହଣୀ ପାଇଁ ସୁଦୃଶ୍ୟ କୋଠରୀ ଅଛି। ଏହା ସତ୍ୱେ ଆଶ୍ରୟ ସ୍ଥଳରେ ରାତ୍ର ରହଣୀ ସଂଖ୍ୟା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଏସମ୍ପର୍କରେ ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା, ଖଡିଅଙ୍ଗର ମନୋଜ କୁମାର ସିଂହ, ଫକିରାବାଦର ଓବେଦା ପ୍ରମୁଖ କହିଛନ୍ତିଯେ, ପୌର ସଂସ୍ଥାର ପରିକଳ୍ପନା ଅନୁଯାୟୀ ରାତ୍ର ଆଶ୍ରୟସ୍ଥଳର ଉପଯୋଗ ନାହିଁ। ୨୦୧୮ରେ ଏହି ଆଶ୍ରୟସ୍ଥଳ ନିର୍ମାଣ ଅସହାୟ ବ୍ୟକ୍ତିଙ୍କ ରହିବା ପାଇଁ ଉଦ୍ଦିଷ୍ଟ ହୋଇଥିଲା। ନିକଟରେ ଜିଲା ମୁଖ୍ୟ ଚିକିତ୍ସାଳୟ ଥିବାରୁ ରୋଗୀଙ୍କ ଆତ୍ମୀୟମାନେ ନିକଟସ୍ଥ ପିଣ୍ଡାରେ ଶୋଉଥିବା ଦୃଶ୍ୟକୁ ବନ୍ଦ ପାଇଁ ଏହା ନିର୍ମାଣ ହୋଇଥିଲା। ଏତିସହିତ ସହର ମଧ୍ୟରେ ବହୁ ଲୋକ ବାହାର ସ୍ଥାନରେ ରହୁଥିବାରୁ ଯୋଜନା ଫଳ ପ୍ରଦ ହେବ ବୋଲି ଆଶା କରା ଯାଉଥିଲା। ପ୍ରଥମ ବର୍ଷ ଏପରି ନିରାଶ୍ରୟ ବ୍ୟକ୍ତିଙ୍କୁ ଖୋଜି ଆଶ୍ରୟସ୍ଥଳକୁ ନେବା ପାଇଁ ଏକ ସେଚ୍ଛାସେବୀ ସଂଗଠନକୁ ନିଯୁକ୍ତ କରା ଯାଇଥିଲା। ତେବେ କୌଣସି କାରଣରୁ ଏହି ସ୍ବେଚ୍ଛାସେବୀ ସଂଘଠନ ଓହରି ଯାଇଥିବାରୁ ରାତ୍ର ଆଶ୍ରୟସ୍ଥଳ ଫାଙ୍କା ପଡୁଛି। ଏତିପ୍ରତି ସଚେତନତା ନ ଥିବାରୁ ଏହାର ଉପଯୋଗ ହୋଇ ପାରୁନାହିଁ। ସହରାଞ୍ଚଳରେ ବହୁ ସ୍ବେଚ୍ଛାସେବୀ ସଙ୍ଗଠନ ଅଛି। ସେହିପରି ୱାର୍ଡ କଲ୍ୟାଣ କମିଟି ଗଠନ ହୋଇଛି। ପୌର କର୍ମଚାରୀ ଏଥିପ୍ରତି ଦୃଷ୍ଟି ଦେଲେ ରାତ୍ର ଆଶ୍ରୟସ୍ଥଳର ଲକ୍ଷ୍ୟ ପୂରଣ ହୋଇପାରିବ। ଅନ୍ୟଥା ବେଡ୍‌ ପାଇଁ କିଣା ଯାଇଥିବା ଖଟ, ତକିଆ ଆଗାମୀ ଦିନରେ ନଷ୍ଟ ହେବ ବୋଲି ସେମାନେ ମତ ଦେଇଛନ୍ତି। ଏସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ ବିଶ୍ୱାଳ କହିଛନ୍ତିଯେ, ରାତ୍ର ଆଶ୍ରୟସ୍ଥଳ ଅସହାୟ ବ୍ୟକ୍ତିଙ୍କ ପାଇଁ ଏକ ବରଦାନ। ଏହାକୁ ସୁପରିଚାଳନା ଓ ସୁବ୍ୟବସ୍ଥିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଆଶ୍ରୟସ୍ଥଳର ପରିଚାଳନା ପାଇଁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ ରକ୍ଷଣାବେକ୍ଷଣ ପାଇଁ ପୌର ସଂସ୍ଥା ପକ୍ଷରୁ ଅର୍ଥ ବ୍ୟୟ କରାଯାଉଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri