ଏଣିକି ବଲାଙ୍ଗୀରରେ କାମ କରିବା ମନା, କାହିଁକି ଏମିତି ନିଷ୍ପତ୍ତି ନେଲେ ଠିକାଦାର ସଂଘ, ଜାଣନ୍ତୁ…

ବଲାଙ୍ଗୀର,୧୯।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଠିକାଦାର ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଖବରଦାତା ଭବନଠାରେ ଖବରଦାତା ସମ୍ମିଳନୀ କରାଯାଇଥିଲା। ବଲାଙ୍ଗୀର ଜିଲା ଭିତରେ ଅନ୍ୟ ଜିଲାର କୌଣସି ଠିକାଦାର ଯେଭଳି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ଠିକା କାମ କରିବେ ନାହିଁ ସେନେଇ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରାଯାଇଛି। ବଲାଙ୍ଗୀର ଜିଲା ଠିକାଦାର ସଂଘ ପକ୍ଷରୁ କୁହାଯାଇଛି, ଅନ୍ୟ ଜିଲାର ଠିକାଦାରମାନେ ବଲାଙ୍ଗୀର ଜିଲା ଅନ୍ତର୍ଗତ କୌଣସି ବି ବିଭାଗର ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବେ ନାହିଁ । କେବଳ ବଲାଙ୍ଗୀର ଜିଲାର ଠିକା କାମରେ ଏହି ଜିଲାର ଠିକାଦାର ଭାଗ ନେଇପାରିବେ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି l ବଲାଙ୍ଗୀର ଜିଲାରେ ବାହାରୁଥିବା ସମସ୍ତ ବିଭାଗର ଟେଣ୍ଡର ପ୍ରକ୍ରିୟାରେ ସରକାରୀ ନିର୍ଦ୍ଧାରିତ (ସିଡ୍ୟୁଲ୍ଡ ରେଟର ଟେଣ୍ଡର) ଦଖଲ କରିବେ । ଜିଲାରେ ଠିକା କାମ କମ୍‌ ବାହାରୁଛି କିନ୍ତୁ ଠିକାଦାର ସଂଖ୍ୟା ଅଧିକ ଥିବାରୁ ଠିକାଦାର ସଂଘ ପକ୍ଷରୁ ଏଭଳି ନିଷ୍ପଭି ନିଆଯାଇଥିବା କୁହାଯାଇଛି। ଏଭଳି ନିଷ୍ପତ୍ତି ଦ୍ବାରା ବଲାଙ୍ଗୀର ଜିଲାର ଠିକାଦାରମାନେ କାମ ପାଇବେ ଏବଂ ସେହି କାମରେ ଜିଲାର ଶ୍ରମିକମାନେ ନିୟୋଜିତ ହୋଇପାରିବେ। ବାହାର ଜିଲାର ଠିକାଦାର ବଲାଙ୍ଗୀର ଜିଲାରେ ଯେଭଳି ଠିକା କାମ ହାତେଇବେ ନାହିଁ । ସେନେଇ ନିଷ୍ପତ୍ତି ନେଇଥିବାରୁ ସଂଘ ସଦସ୍ୟମାନେ ଖୁସି ବ୍ୟକ୍ତ କରିଛନ୍ତି। ଏହାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ସେମାନେ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହି ଖବରଦାତା ସମ୍ମିଳନୀରେ ଠିକାଦାର ସଂଘର ଅକ୍ଷୟ କୁମାର ତ୍ରିପାଠୀ, ପ୍ରତାପ ନନ୍ଦ, ଗୋପାଳ ଦାନୀ, ପ୍ରଫୁଲ୍ଲ ମିଶ୍ର, ଅରୁଣ ବେହେରା, ଦେବାଶିଷ ପୁରୋହିତ, ପ୍ରଭାତ ମାହାନା, ବିଶ୍ବନାଥ ନାୟକ, ଅଭିଷେକ ପାଣିଗ୍ରାହୀ, ଅପ୍ରମିତ ପରିଚ୍ଛା, ପ୍ରଦୀପ ଦାଶ, ରାଧାରମଣ ବଗର୍ତ୍ତି, ଭବାନୀ ଶଙ୍କର ଦୀପ, ଗୋପାଳ ମିଶ୍ର, ଦିଲୀପ ମେହେର, ରାଜ ପାଢୀ, ଟୁଲୁ ପଟ୍ଟନାୟକ, ଅରୁଣ ନାଥ, ସାଗର ସଙ୍ଗମ ଶତପଥୀ, ଗୁଞ୍ଜ ଖାନ, ପ୍ରଦୀପ ତ୍ରିପାଠୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବଲାଙ୍ଗୀର ଜିଲା ଠିକାଦାର ସଂଘର ଏଭଳି ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି l

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା ହତ୍ୟାକାଣ୍ଡ, ସ୍ପଷ୍ଟ ଦିବାଲୋକରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୯।୧: ସୋମବାର ଅପରାହ୍ନରେ ଉତ୍ତରପ୍ରଦେଶର ଏଟା ଜିଲାରେ ଏକ ଭୟଙ୍କର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ନଗର କୋତୱାଲି ଅଞ୍ଚଳର ଅଧିକାର କ୍ଷେତ୍ର ଅନ୍ତର୍ଗତ ନାଗଲା...

ଅନୁଷ୍କାଙ୍କୁ ‘ମ୍ୟାଡାମ୍‌’ ଡାକିଦେଲେ ଏହି କ୍ରିକେଟର୍‌: ଶୁଣିକି ଏମିତି କହିଦେଲେ କୋହଲି

ନୂଆଦିଲ୍ଲୀ,୧୯।୧: ଭାରତୀୟ କ୍ରିକେଟ ଦଳରେ ବିରାଟ କୋହଲି ପ୍ରାୟତଃ ପଡ଼ିଆରେ ତାଙ୍କର ଆକ୍ରମଣାତ୍ମକ ଶୈଳୀ ପାଇଁ ଜଣାଶୁଣା। ଡ୍ରେସିଂ ରୁମ ଭିତରେ ସେ ସମ୍ପୂର୍ଣ୍ଣ ନିଆରା।...

ମାନବିକତା ଦେଖାଇଲେ ବିଧାୟକ: ଦୁର୍ଘଟଣାରେ ଗୁରୁତରଙ୍କୁ ନିଜ ଗାଡ଼ିରେ ନେଇ…

ଗଞ୍ଜାମ/ ଦିଗପହଣ୍ଡି,୧୯।୦୧(ଅନାଥ ତରାଇ/ ବିଦ୍ୟାଧର ସାହୁ/ ଅଶେଷ ନାଥ ମିଶ୍ର): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ।  ସୋମବାର ହୁମ୍ମା ଗସ୍ତ ସମୟରେ...

ଖୁସି ଖବର! ଆବଶ୍ୟକ ବେଳେ ଆକାଉଣ୍ଟକୁ ଆସିଯିବ ଟଙ୍କା, ୧ ଏପ୍ରିଲରୁ EPFO…

ନୂଆଦିଲ୍ଲୀ,୧୯।୧: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସଦସ୍ୟମାନଙ୍କ ପାଇଁ ଏକ ଖୁସି ଖବର ଅଛି । ୧ ଏପ୍ରିଲ, ୨୦୨୬ ଠାରୁ, EPFO ​​ସଦସ୍ୟମାନେ...

୧୪ ଦିନ ପର୍ଯ୍ୟନ୍ତ ଚିନି ନ ଖାଇଲେ ଶରୀରରେ ଦେଖିବାକୁ ପାଇବେ ଏସବୁ ପରିବର୍ତ୍ତନ

ସ୍ବାସ୍ଥ୍ୟଗତ କାରଣରୁ, ସାଧାରଣତଃ ଚିନିମୁକ୍ତ ଖାଦ୍ୟ ଅନୁସରଣ କରିବାକୁ ପରାମର୍ଶ ଦିଆଯାଏ, ଅର୍ଥାତ୍‌ ଖାଦ୍ୟରୁ ଚିନିକୁ ଦୂରେଇ ରଖିବା ଉଚିତ୍‌। ତଥାପି, ଏହା ପ୍ରାୟତଃ ଅତ୍ୟନ୍ତ...

ଯେଉଁ ଖେଳାଳିଙ୍କ ପାଇଁ ହାରିଲା ଭାରତ, ତାଙ୍କୁ ଗିଫ୍ଟ ଦେଇ ଚର୍ଚ୍ଚାରେ ବିରାଟ କୋହଲି

ଇନ୍ଦୋର,୧୯।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆର ଷ୍ଟାର...

ଯଦି T20 ବିଶ୍ୱକପରୁ ବାଂଲାଦେଶ ବାଦ ପଡେ, ଏହି ଟିମ୍‌କୁ ମିଳିବ ଏଣ୍ଟ୍ରି

ନୂଆଦିଲ୍ଲୀ,୧୯।୧: ଟି-୨୦ ବିଶ୍ୱକପ ବିବାଦ ଘନୀଭୂତ ହେଉଛି। ଗୋଟିଏ ପଟେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଜାନୁଆରୀ ୨୧ ସୁଦ୍ଧା ବାଂଲାଦେଶକୁ ତାର ସ୍ଥିତି ସ୍ପଷ୍ଟ...

ଶିକ୍ଷୟିତ୍ରୀଙ୍କ ପାଇଁ ଗେଟ୍‌ରେ ପଡ଼ିଲା ତାଲା: ବାହାରେ ରହିଗଲେ…

ସାକ୍ଷୀଗୋପାଳ,୧୩।୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଜେନାଙ୍କ ବଦଳି ବାତିଲ ଦାବିକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri