ଏଣିକି ସାମ୍ସରେ ଦାଖଲ ହେବନି ୟୁଜି, ପିଜି ନାମଲେଖା ଫି

ଭୁବନେଶ୍ୱର,୫।୬(ବ୍ୟୁରୋ): ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ନାମଲେଖାରେ ସାମ୍ସରେ ଏଣିକି ଆଉ ନାମଲେଖା ଫି ଦାଖଲ ହେବନି । ଯେଉଁ କଲେଜରେ ଛାତ୍ରଛାତ୍ରୀଙ୍କ ଚୟନ ହେବ ସେଠାରେ ନାମଲେଖା ସରିବା ପରେ ହିଁ ନାମଲେଖା ଫି’ ଦାଖଲ କରିବେ ଛାତ୍ରୀଛାତ୍ର। ପୂର୍ବବର୍ଷ ଭଳି ଇ-ଆଡମିଶନରେ ଫି ଦାଖଲ କରାଯିବନି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୂଳପତି ଓ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।