ଆଉ ରକ୍ଷା ନାହିଁ, ଏବେ ଏଭଳି ବ୍ୟାପୁଛି କରୋନା…

ଓ୍ବାଶିଂଟନ/ଲଣ୍ଡନ,୧୭।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ୨୦୧୯ରେ ଚାଇନାର ଉହାନ ସହରରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା। ପୂର୍ବରୁ କରୋନା ଭୁତାଣୁ ସଂକ୍ରମଣ ବାୟୁରେ ହୋଇ ନ ଥାଏ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଥିଲେ। ତେବେ ଏବେ ଆମେରିକା, ବ୍ରିଟେନ୍‌ ଏବଂ କାନାଡ଼ର ୬ ଜଣ ବିଶେଷଜ୍ଞଙ୍କ ଦ୍ୱାରା ପ୍ରକାଶିତ ହୋଇଥିବା ରିପୋର୍ଟ ବେଶ୍‌ ଚିନ୍ତା ଜନକ ରହିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କରୋନା ବାୟୁରେ ବ୍ୟାପୁ ନାହିଁ ବୋଲି କୌଣସି ବଳିଷ୍ଠ ପ୍ରମାଣ ନାହିଁ। କରୋନାର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହା ଜଣାପଡୁଛି ଯେ, ଭୁତାଣୁ ବାୟୁରେ ହିଁ ବ୍ୟାପୁଛି। ଏହି ରିପୋର୍ଟ ଲାସେଣ୍ଟ୍‌ ପତ୍ରିକାରେ ପ୍ରକାଶିତ ହୋଇଛି। ପ୍ରତିକାରେ କରୋନା ଭୁତାଣୁ ବାୟୁରେ ବ୍ୟାପୁଥିବାର ୧୦ ଟି କାରଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଭୁତାଣୁର ସୁପର ସ୍ପ୍ରେଡର ଗୁଣ ଏହା ବାୟୁରେ ବ୍ୟାପୁଥିବାକୁ ପ୍ରମାଣିତ କରୁଛି। ସେହିପରି ଆକ୍ରାନ୍ତଙ୍କୁ ହୋଟେଲରେ କ୍ୱାରାଣ୍ଟାଇନ୍‌ରେ ରଖାଯାଉଥିବା ରୁମ୍‌ର ପାଖ ରୁମ୍‌ରେ ଥିବା ସୁସ୍ଥ ଲୋକଙ୍କଠାରେ ମଧ୍ୟ କରୋନା ଭୁତାଣୁ ଦେଖିବାକୁ ମିଳିବା ବିଷେଶଷଜ୍ଞଙ୍କୁ ଚିନ୍ତାରେ ପକାଇଛି। ସେହିପରି ପିଞ୍ଜରାରେ ବନ୍ଦ ଥିବା ପ୍ରାଣୀଙ୍କଠାରେ ମଧ୍ୟ କରୋନା ଭୁତାଣୁ ଚିହ୍ନଟ ହୋଇଛି। କରୋନା ଯେ ବାୟୁ ବାହିତ ଏହା ସ୍ବତଃ ସୂଚିତ କରୁଛି ବୋଲି ବିଶେଷଜ୍ଞ କହିଛନ୍ତି।

Share