ହଂକଂରେ ମୃତଦେହ ପୋତିବାକୁ ଭରିବାକୁ ପଡ଼ୁଛି କୋଟି କୋଟି ଟଙ୍କା

ହଂକଂ,୨୯।୪: ହଂକଂ ସହରରେ ସ୍ଥାନାଭାବ ଚିନ୍ତାର କାରଣ ହୋଇଛି। ଦର ବୃଦ୍ଧି ଯୋଗୁ ଲୋକଙ୍କ ମୃତଦେହକୁ ପୋତିବା ପାଇଁ ଜମି ମିଳୁନାହିଁ। ତେଣୁ ମୃତଦେହକୁ ପୋତିବା ପାଇଁ ସେମାନଙ୍କୁ ଜମି କିଣିବାକୁ ପଡ଼ୁଛି। ଆଉ ଏହା  ପାଇଁ ପ୍ରାୟ ୧କୋଟି ୬୨ଲକ୍ଷ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଜମି ମହଙ୍ଗା ହେବାରୁ ଲୋକେ ମୃତଦେହର ଅନ୍ତିମ ସଂସ୍କାର କରୁଥିବା ଜଣାପଡ଼ିଛି। ହେଲେ ଏଥିରେ ବି ସମସ୍ୟା ଦେଖାଦେଇଛି। କାରଣ ଲୋକମାନେ ଅନ୍ତିମ ସଂସ୍କାର ପରେ ଚିତା ଭଷ୍ମକୁ ପୋତିବାକୁ ଚାହୁଁଛନ୍ତି। ଏଥିପାଇଁ ସେମାନେ ଚିତା ଭଷ୍ମକୁ ସରକାରୀ ଲକରକୁ ବାଛିଛନ୍ତି। ସୂଚନାଯୋଗ୍ୟ, ସରକାରୀ ଲକରରେ ଭଷ୍ମ ରଖିବା ପାଇଁ ବର୍ଷକୁ ୨୨ହଜାର ଟଙ୍କା ଦେବାକୁ ପଡ଼ିଥାଏ।  ହେଲେ ଏହି ଲକର ପାଇଁ ଲୋକଙ୍କୁ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ୁଛି। କାରଣ ହଂକଂର ଅଧିକ ସରକାରୀ ଲକର ଭଷ୍ମରେ ଭର୍ତ୍ତି ହୋଇଥିବା ବେଳେ ଲୋକେ ନିଜ ନିଜର ଲକର ସମ୍ମୁଖରେ ମୃତକଙ୍କ ଫଟୋ ଲଗାଇଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଲୋକେ ବେସରକାରୀ ଲକର ଉପରେ ବେଶୀ ନିର୍ଭର କରୁଥିବା ସୂଚନା ମିଳିଛି।

Share