Categories: ଜାତୀୟ

ଏକେ-୪୭ ଗୁଳିକୁ ଆଉ ନାହିଁ ଭୟ: ସେନା ପାଖରେ ‘ଭାବା କବଚ’

ନୂଆଦିଲ୍ଲୀ, ୧୩।୯: ଏଲ୍‌ଓସି ଏବଂ ଏଲ୍‌ଏସିରେ ଭାରତୀୟ ଯବାନ ଶତ୍ରୁର ମୁକାବିଲା କରୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ମିଶ୍ର ଧାତୁ ନିଗମ ଲିମିଟେଡ୍‌ ପକ୍ଷରୁ ଅନ୍ତର୍ଜାତୀୟ ମାନର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ ତିଆରି କରାଯାଇଛି। ଏହି ଜ୍ୟାକେଟକୁ ଏକେ-୪୭ ଗୁଳିମଧ୍ୟ ଭେଦ କରି ପାରିବ ନାହିଁ ବୋଲି କୁହାଯାଉଛି। ହାଇଦ୍ରାବାଦ୍‌ କାଞ୍ଚନବାଗ୍‌ ଅଞ୍ଚଳରେ ଥିବା ମିଶ୍ର ଧାତୁ ନିଗମ ଲିମିଟେଡ୍‌ ଏହାର ନିର୍ମାଣ କରିଛି। ଭାବା ଆଣବିକ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ଜ୍ଞାନକୌଶଳ ବିକଶିତ କରାଯାଇଛି। ତେଣୁ ଗବେଷଣା କେନ୍ଦ୍ର ନାମ ଅନୁସାରେ ଜ୍ୟାକେଟର ନାମକରଣ କରାଯାଇଛି। ଇତିମଧ୍ୟରେ କେତେକ ଜ୍ୟାକେଟ ସେନାକୁ ଯୋଗାଇ ଦିଆଯାଇଛି। ଜ୍ୟାକେଟରେ ଅଗାମୀ ଦିନରେ କେତେକ ପରିବର୍ତ୍ତନ କରାଯିବ ବୋଲି ମିଶ୍ର ଧାତୁ ନିଗମ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ଝା ସୂଚନା ଦେଇଛନ୍ତି।

 

Share