Categories: ଜାତୀୟ

ସଞ୍ଜୟ ସିଂଙ୍କ ଘରୁ ଟଙ୍କାଟିଏ ମିଳିଲା ନାହିଁ: କେଜ୍‌ରିୱାଲ

ନୂଆଦିଲ୍ଲୀ,୪।୧୦: ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କ ବାସଭବନରେ ହୋଇଥିବା ଚଢାଉରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ଗତ ଏକ ବର୍ଷ ଧରି ମଦ ଦୁର୍ନୀତି ଦେଖୁଛୁ। କୌଣସି ଜାଗାରେ କିଛି ମିଳି ନାହିଁ। ଏହି ଲୋକମାନେ ବହୁତ ଚଢାଉ କରିଛନ୍ତି। ମଦ ଦୁର୍ନୀତିରେ ଏପର୍ଯ୍ୟନ୍ତ କିଛି ମିଳିନାହିଁ।
ସେ କହିଛନ୍ତି ଯେ, ସଞ୍ଜୟ ସିଂଙ୍କ ଘରେ କିଛି ମିଳିନାହିଁ। ଆଗାମୀ ନିର୍ବାଚନରେ ତାଙ୍କର ପରାଜୟ ଦେଖିବା ପରେ ଏହି ସବୁ ଘଟୁଛି। ନିର୍ବାଚନ ପାଖେଇ ଆସୁଥିବାରୁ ଏହି ସମସ୍ତ ଏଜେନ୍ସି ସକ୍ରିୟ ହୋଇପଡିଛି।
ଏହାପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି) ଅଭିଯୋଗ କରିଛି ଯେ ସଂସଦରେ ଆଦାନୀ ଗୋଷ୍ଠୀ ସହ ଜଡିତ ପ୍ରସଙ୍ଗ ଉଠାଇଥିବାରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏହାର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କୁ ଟାର୍ଗେଟ କରିଛି।

Share