ଚିକିତ୍ସା ପାଇଁ ଅର୍ଥ ନାହିଁ, ଚିନ୍ତାରେ ବାପା

ବାଲେଶ୍ୱର ଅଫିସ, ୭ା୫ ବାଲେଶ୍ୱର ସହର ଅଙ୍ଗାରଗଡ଼ିଆଠାରେ ରହୁଥିବା ଦିନମଜୁରିଆ ସପନ ବିନ୍ଧାଣିଙ୍କ ୫ବର୍ଷର ଝିଅ ଶୁଭଲକ୍ଷ୍ମୀ। ହସିଖେଳି ସାଙ୍ଗମାନଙ୍କ ସହ ଦିନ କଟାଇବା ସମୟରେ ଦୁଇଟି ଟ୍ୟୁମରରେ ସେ ଆକ୍ରାନ୍ତ। ତାଙ୍କ ବ୍ରେନରେ ଏକ ଟ୍ୟୁମର ହୋଇଥିବା ବେଳେ କାନ୍ଧ ପାଖରେ ମଧ୍ୟ ଏକ ଟ୍ୟୁମର ହୋଇଛି। ବ୍ରେନ୍‌ ପାଖରେ ହୋଇଥିବା ଟ୍ୟୁମର ଶିର ସହ ଯୋଡ଼ି ହୋଇଯାଇଥିବା ଡାକ୍ତରଙ୍କ ପକ୍ଷରୁ ଜଣାପଡ଼ିଛି।
ଅସ୍ତ୍ରୋପଚାର ପାଇଁ ବାଲେଶ୍ୱରରେ ସୁବିଧା ନ ଥିବାରୁ ସେମାନେ କଟକ ବଡ଼ ଡାକ୍ତରଖାନାକୁ ରେଫର କରିଦେଇଥିଲେ। ଶୁଭଲକ୍ଷ୍ମୀଙ୍କ ପରିବାର କଟକ ବଡ଼ ଡାକ୍ତରଖାନାକୁ ବାରମ୍ବାର ଯିବା ପରେ ବି ସେଠାରେ ଅସ୍ତ୍ରୋପଚାର କରାଯାଇ ନ ଥିଲା। ତେଣୁ ବାପା ସପନ ନିଜ ଝିଅର ଅସ୍ତ୍ରୋପଚାର ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ଘରୋଇ ହସ୍ପିଟାଲ ଯାଇଥିଲେ। ମାତ୍ର ଝିଅର ବୟସ ଏବେ ୫ବର୍ଷ ହୋଇଥିବାରୁ ଝିଅ ଶୁଭଲକ୍ଷ୍ମୀଙ୍କ ନାମ ରାଶନ କାର୍ଡ଼ରେ ନ ଥିଲା। ତେଣୁ ବିଜୁ ସ୍ବାସ୍ଥ୍ୟକାର୍ଡ଼ରେ ଅପରେଶନ ସମ୍ଭବ ହୋଇପାରି ନ ଥିଲା। ସପନଙ୍କ ନିକଟରେ ଅର୍ଥ ନ ଥିବାରୁ କୁନି ଝିଅର ଅସ୍ତ୍ରୋପଚାର କରିବା ଅସମ୍ଭବ ହୋଇପଡ଼ିଛି। ଆଶା ହରାଇ ସେ ଘରେ ବସି ରହିଛନ୍ତି। ଏସ୍‌ଆର୍‌ବି ସ୍ବସ୍ତିକ ପଭର୍ଟି ଫାଉଣ୍ଡେଶନ ଅଧ୍ୟକ୍ଷା ସଂଯୁକ୍ତାରାଣୀ ବେହେରା ଏବଂ ଆଚ୍ଛା ସଙ୍ଗଠନ ସଭାପତି ବିସ୍ମିତ ରଞ୍ଜନ ଦାସ ଖବରପାଇ ସପନଙ୍କ ଘରେ ପହଞ୍ଚିଥିଲେ। ସମସ୍ତ ଘଟଣା ବୁଝିବା ପରେ ସପନଙ୍କ ପରିବାରରେ ଥିବା ରାଶନକାର୍ଡ଼ରେ ଝିଅର ନାମ ଉଠାଇବା ପାଇଁ ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି ନିରାଶ ହୋଇଥିଲେ। ପରେ ଜିଲା ଜରୁରୀକାଳୀନ ଅଫିସ୍‌କୁ ଯାଇ ସହାୟତା ପାଇଁ ଆଲୋଚନା କରି ବିଫଳ ହେବାରୁ ଶୁଭଲକ୍ଷ୍ମୀଙ୍କ ଅସ୍ତ୍ରୋପଚାରର ଆଶା ମଉଳିଯାଇଛି।
ଜିଲା ଜରୁରୀକାଳୀନ ଅଧିକାରିଣୀ ରିଜୱାନା କୱକବ କହିଛନ୍ତି, ଉକ୍ତ ନାମଧାରୀ କୌଣସି ବ୍ୟକ୍ତି ଶିଶୁକନ୍ୟାର ସମସ୍ୟା ନେଇ ଆସିନାହାନ୍ତି। ତାଙ୍କୁ ରାଷ୍ଟ୍ରୀୟ ବାଲ୍‌ ସୁରକ୍ଷା କାର୍ଯ୍ୟକ୍ରମ (ଆର୍‌ବିଏସ୍‌) ଯୋଜନାରେ ଭଲ କରି ଚିକିତ୍ସା କରାଯାଇପାରିବ। ଏହାପରେ ମଧ୍ୟ ତାଙ୍କୁ ରେଡ଼କ୍ରସ୍‌ ଭଳି ବିଭିନ୍ନ ସଂସ୍ଥାରୁ ଆର୍ଥିକ ସହାୟତା ଯୋଗାଇ ଦିଆଗଲେ ଚିକିତ୍ସା ହୋଇପାରିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri