ଗ୍ୟାସ୍‌ ପାଇଁ ଟଙ୍କା ନାହିଁ: ଜଙ୍ଗଲ କାଠକୁ ଭରସା

ମହାକାଳପଡ଼ା,୨୪ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦାରିଦ୍ର୍ୟ ଓ ଅଭାବରେ ଶଢୁଛନ୍ତି ଜନଜାତି ପରିବାର। ଏମାନଙ୍କ ଆର୍ଥିକ ରୋଜଗାର ନ ଥିବାରୁ ବାଧ୍ୟ ହୋଇ ନଦୀ, ସମୁଦ୍ର ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି। ନଦୀ ସମୁଦ୍ରରୁ ମାଛ, କଙ୍କଡ଼ା ଧରି ନିକଟସ୍ଥ ହାଟ ବଜାରରେ ବିକ୍ରି କରି ପରିବାର ପୋଷଣ କରନ୍ତି। ଅପରପକ୍ଷରେ ଏମାନଙ୍କ ଆର୍ଥିକ ଅଭାବ ଯୋଗୁ ଘରେ ଗ୍ୟାସ ସିଲିଣ୍ଡର କିଣି ପାରୁ ନ ଥିବାରୁ ଜଙ୍ଗଲରୁ ଶୁଖିଲା କାଠ ଓ ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟକୁ ସଂଗ୍ରହ କରିବା ଦୈନନ୍ଦିନ କାମ ହୋଇଛି।
ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜଙ୍ଗଲ ଘେରି ଶବରପଲ୍ଲୀରେ। ଗଁାର ସହଚରୀ ଅହାଡ଼ି, ଚେପି ଭକ୍ତା, ଝଡ଼ୁ ଭକ୍ତା, ରାମ ପାତ୍ର, ସୁଦନ ଭକ୍ତା, ପଇଡ଼ ଭକ୍ତା, ସଚି ଆହାଡ଼ି, ହରି ଆହାଡି, ଗୌରାଙ୍ଗ ମଲ୍ଲିକ, ସପନ ଭକ୍ତା, ୱାର୍ଡ ସଭ୍ୟ ରୂପାଲି ଭକ୍ତା ପ୍ରମୁଖ କହିଛନ୍ତି, ଗଁାରେ ମୋଟ ୩୫ ଘର ମଧ୍ୟରେ ୨ଶହରୁ ଅଧିକ ଲୋକ ବସବାସ କରୁଛୁ। ପୁରୁଷମାନେ ସକାଳୁ ସା ପର୍ଯ୍ୟନ୍ତ ନଦୀ, ସମୁଦ୍ରରୁ ମାଛ, କଙ୍କଡ଼ା ଧରନ୍ତି। ମହିଳାମାନେ ବାଲି ଢିପ ଜଙ୍ଗଲରୁ କାଠ ସଂଗ୍ରହ କରି ସାରେ ଘରକୁ ଫେରିଥାନ୍ତି। ଅପରପକ୍ଷରେ ଛୋଟ ଛୋଟ ଶିଶୁମାନେ ମା’ଙ୍କ ସହ ଜଙ୍ଗଲକୁ ଯାଇଥାନ୍ତି। ମୁଣ୍ଡରେ ବିଡା ବିଡା କାଠି, କୁଟା, କାଠ ସଂଗ୍ରହ କରି ଘରକୁ ଫେରନ୍ତି। ତେବେ ଏହି ଜନଜାତି ପରିବାରଗୁଡ଼ିକର ରୋଜଗାର ନ ଥିବାରୁ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି ବୋଲି ସେମାନେ କହିଛନ୍ତି। ସେମାନେ କହିବା କଥା ଆମେମାନେ ଯେଉଁଠୁ ବସବାସ କରିଆସୁଛି ସେ ଜଙ୍ଗଲ କିସମ ଜମି ରହିଛି। ଆମେ ଉକ୍ତ ଜମିରେ ସ୍ଥାୟୀ ଭାବେ କୁଡ଼ିଆ କରି ଜୀବନ ଅତିବାହିତ କରୁଛୁ।
ଆମମାନେ ସକାଳ ହେଲେ ନଦୀ ସମୁଦ୍ର ଓ ଜଙ୍ଗଲ ଉପରେ ନିର୍ଭର କରିଥାଉ। ପ୍ରାୟ ଲୋକ ନିରକ୍ଷର। ଗଁାରେ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ନାହିଁ। ପିଲାଙ୍କ ପାଠ ପଢ଼ିବା ପାଇଁ ସୁବିଧା ନ ଥିବାବେଳେ ୨ କିମିରୁ ଅଧିକ ଦୂରରେ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ରହିଛି। ଗଁାକୁ କାଦୁଅ ରାସ୍ତାରେ ବର୍ଷା ଦିନରେ ଗର୍ଭବତୀ ଓ ରୋଗୀମାନଙ୍କୁ ଦୋଳି ଭାରରେ କାନ୍ଧେଇ ୨ କିମି ଦୂର ମୁଖ୍ୟ ରାସ୍ତାକୁ ନେଇ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟକୁ ନେଉଛୁ ବୋଲି ସେମାନେ କହିଛନ୍ତି। ତୁରନ୍ତ ଏହି ଜଙ୍ଗଲ ଘେରି ଗ୍ରାମକୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି। ଏ ସଂକ୍ରାନ୍ତରେ ବ୍ଲକ ବିଡିଓ ସାଗର କୁମାର ନନ୍ଦଙ୍କୁ ପଚାରିବାରେ ଏହି ଗ୍ରାମର ସମସ୍ୟା ନଜରକୁ ଆସିଛି। ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri