ଟଙ୍କା ନ ଦେଲେ ମାଟ୍ରିକ ସାର୍ଟିଫିକେଟ ନାହିଁ

ଆଳି,୨୪ା୮(ଡି.ଏନ.ଏ.): ଚଳିତବର୍ଷ ମାଟ୍ରିକ ପାସ କରିଥିବା ଛାତ୍ରୀଛାତ୍ରମାନଙ୍କୁ ସାର୍ଟିଫିକେଟ ଦେବା ନିମନ୍ତେ ଜୋରଜବରଦସ୍ତ ବିଦ୍ୟାଳୟର ଶିକ୍ଷୟତ୍ରୀଶିକ୍ଷକ ୨୦୦ରୁ ୪୦୦ଟଙ୍କା ମାଗୁଛନ୍ତି। ଯେଉଁ ଛାତ୍ରୀଛାତ୍ର ଟଙ୍କା ଦେଉଛନ୍ତି ତାଙ୍କୁ ସାର୍ଟିଫିକେଟ ମିଳୁଛି। ଯିଏ ଟଙ୍କା ଦେଉନି ତାକୁ ସାର୍ଟିଫିକେଟ ଦିଆଯାଉନି। ଏପରିକି ସେମାନଙ୍କୁ ଟଙ୍କା ପାଇଁ ଦୁର୍ବ୍ୟବହାର କରା ଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ପାସ୍‌ କରିଥିବା ଛାତ୍ରୀଛାତ୍ର। ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରପଡ଼ା ଜିଲା ଆଳି ବ୍ଲକ ଶେଷ ସୀମା ପାଳିମୀ ପଞ୍ଚାୟତରେ ଥିବା ଜନତା ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରୁ। ଚଳିତଥର ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିବା କିରଣ କୁମାର ସେଠୀ, ଅବିନାଶ ଧଳ, ରୋମାଲି ବେହେରା, ସାଗର ସାହୁ, ଜ୍ଞାନ ରଞ୍ଜନ ସାହୁ, ସରୋଜ ବେହେରା, ସୁବ୍ରତ ବେହେରା, ଦୁର୍ଗା ପ୍ରସାଦ ପଣ୍ଡା ଓ ଅବିନାଶ ଦାସ ପ୍ରମୁଖ ଛାତ୍ରୀଛାତ୍ରମାନେ ଏଭଳି ଅଭିଯୋଗ କରିଛନ୍ତି। ସେମାନେ ଚଳିତ ଥର ମାଟ୍ରିକ ପାସ କରିଛନ୍ତି। କଲେଜରେ ଆଡ଼ମିଶନ ନିମନ୍ତେ ମାଟ୍ରିକ ସାର୍ଟିଫିକେଟ ଦରକାର। ସ୍କୁଲକୁ ସାର୍ଟିଫିକେଟ ଆସିବା ପରେ ସେମାନେ ନେବାକୁ ଯାଇଥିଲେ। ହେଲେ ବିଦ୍ୟାଳୟ ପକ୍ଷରୁ ସାର୍ଟିଫକେଟ ବାବଦକୁ ୨୦୦ ଟଙ୍କା ଆଣିବାକୁ କୁହାଯାଇଥିଲା। ମାତ୍ର ସେମାନେ ସାର୍ଟିଫିକେଟ ବାବଦରେ କୌଣସି ଦେୟ ଦେବାକୁ ପଡ଼େନାହିଁ ବୋଲି କହିବା ସହ ୨୦୦ ଟଙ୍କା ଦେବାକୁ ମନା କରିବାରୁ ବିଦ୍ୟାଳୟର କେତେଜଣ ଶିକ୍ଷୟିତ୍ରୀଶିକ୍ଷକ ଦୁର୍ବ୍ୟବହାର କରିଛନ୍ତି ବୋଲି ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। କେତେଜଣ ଛାତ୍ରୀଛାତ୍ର କଲେଜରେ ଆଡମିଶନ କରିବା ଲାଗି ବାଧ୍ୟ ହୋଇ ଧାରକରଜ କରି ୨୦୦ ଟଙ୍କା ଦେଇ ସାର୍ଟିଫିକେଟ ନେଇଛନ୍ତି। ଯେଉଁମାନେ ଟଙ୍କା ଦେଲେ ନାହିଁ ସେମାନଙ୍କୁ ସାର୍ଟିଫିକେଟ ନ ଦେଇ ଫେରାଇ ଦିଆଯାଇଛି। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅବିଭାବକ ସେବତୀ ବେହେରାଙ୍କୁ ପଚାରିବାରେ ମୋ ଝିଅ ରିଆଶ୍ରୀ ଚଳିତ ବର୍ଷ ମାଟ୍ରିକ ପାସ୍‌ କରିଛି। କଲେଜରେ ଆଡମିଶନ କରିବା ପାଇଁ ସେ ସ୍କୁଲ ମଙ୍ଗଳବାର ସାର୍ଟିଫିକେଟ ଆଣିବାକୁ ଯାଇଥିଲା। ହେଲେ ସ୍କୁଲରେ ୨ଶହ ଯଙ୍କା ନ ଦେଲେ ସାର୍ଟିଫିକେଟ ଦେବେ ନାହିଁ କହି ଫେରାଇ ଦେଲେ। ମୋର ଅଭାବୀ ସଂସାର, ବହୁ କଷ୍ଟରେ ୨ ଶହ ଟଙ୍କା ଯୋଗାଡ କରି ସାର୍ଟିଫିକେଟ ଆଣିଲି। ଏହା ଶିକ୍ଷକମାନଙ୍କ ଠିକ୍‌ କାର୍ଯ୍ୟ ନୁହେଁ। ଏ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷକ ମନ୍ମଥ କୁମାର ଶିଅଳଙ୍କୁ ମୋବାଇଲ ଫୋନ ନଂ. ୭୯୭୮୭୬୨୬୫୬କୁ ବାରମ୍ବାର କଲ କରିବା ସତ୍ତ୍ୱେ ସେ ଉଠାଇ ନ ଥିଲେ। ଏ ସମ୍ପର୍କରେ ଆଳି ଶିକ୍ଷା ମଣ୍ଡଳ ଅଧିକାରୀ ସରୋଜକାନ୍ତ ବିହାରୀଙ୍କୁ ପଚାରିବାରୁ ସେ ଏ ନେଇ ଜିଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କହି ଫୋନ କାଟି ଦେଇଥିଲେ। ସରକାର ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କୁ ଉତ୍ତମ ଶିକ୍ଷା ଦେବାକୁ ବିଦ୍ୟାଳୟକୁ ୫-ଟିରେ ଅନ୍ତର୍ଭୁକ୍ତ କରି ରୂପାନ୍ତୀକରଣ କରୁଛନ୍ତି। ହେଲେ ଛାତ୍ରୀଛାତ୍ରଙ୍କ ନିକଟରୁ ଜୋର ଜବରଦସ୍ତ ମାଟ୍ରିକ ସାର୍ଟିଫିକେଟ ବାବଦରେ ଟଙ୍କା ଆଦାୟ କରିବା କେତେ ଯୁକ୍ତିଯୁକ୍ତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଶୁକ୍ର ନକ୍ଷତ୍ର ଗୋଚର: ମାଲାମାଲ ହେବେ ଏହି ୩ ରାଶି

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସୋମବାର, ଏପ୍ରିଲ ୬, ୨୦୨୬ ରାତି ୧:୦୪ ସମୟରେ, ସୁଖ ଏବଂ ସମୃଦ୍ଧିର ଦାତା ଶୁକ୍ର ଅଶ୍ୱିନୀରୁ ଭରଣୀ ନକ୍ଷତ୍ରକୁ ଗମନ କରିଛନ୍ତି।…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri