ପ୍ରଥମ ‘ସୁପର ହିରୋ’ ହେବେ ଏହି ଲୋକପ୍ରିୟ ଅଭିନେତ୍ରୀ: ଫିଲ୍ମରେ ନାହାନ୍ତି କେହି ହିରୋ

ବଲିଉଡ୍‌ ଇଣ୍ଡଷ୍ଟ୍ରିର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ କ୍ୟାଟ୍ରିନା କୈଫ୍‌ । ନିଜର ସୌନ୍ଦର୍ଯ୍ୟ ଏବଂ ସୁନ୍ଦର ଅଭିନୟ ପାଇଁ କ୍ୟାଟ୍‌ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ କ୍ୟାଟ୍‌ ବଲିଉଡ୍‌ ନିର୍ମାତା ଅଲୀ ଅବ୍‌ବାସ ଜଫରଙ୍କ ସହ ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି। ଏହାକୁ ମିଶାଇ କ୍ୟାଟ୍‌ ଅଲୀଙ୍କ ସହ ୪ର୍ଥ ଥର କାମ କଲେଣି। ଅଲୀଙ୍କ ଏହି ଆଗାମୀ ଫିଲ୍ମରେ କ୍ୟାଟ୍‌ଙ୍କୁ ମହିଳା ସୁପରହିରୋ ଭୂମିକାରେ ଦେଖିବାକୁ ମିଳିବ।
ଏକ ରିପୋର୍ଟ ଅନୁଯାୟୀ, ଫିଲ୍ମରେ କ୍ୟାଟ୍‌ଙ୍କ ବିପକ୍ଷରେ କେହି ଅଭିନେତା ରହିବେ ନାହିଁ। ଏହା ଏକ ନୂଆ ଏବଂ ଭିନ୍ନ ଧରଣର ସିନେମା ହେବ। ତେବେ ଫିଲ୍ମରେ କ୍ୟାଟ୍‌ଙ୍କ କୌଣସି ରୋମାଣ୍ଟିକ୍‌ ଦୃଶ୍ୟ ଦେଖିବାକୁ ମିଳିବ ନାହିଁ ବୋଲି ଜଣାପଡ଼ିଛି।

Share