Categories: ଜାତୀୟ

‘ପରୀକ୍ଷା ଏବଂ ହିଜାବ ମଧ୍ୟରେ କୌଣସି ଲିଙ୍କ୍‌ ନାହିଁ’

ନୂଆଦିଲ୍ଲୀ,୨୫।୩: “ପରୀକ୍ଷା ସହିତ ହିଜାବର କୌଣସି ଲିଙ୍କ୍‌ ନାହିଁ। ହିଜାବ ପ୍ରସଙ୍ଗକୁ ଅଧିକ ସମ୍ବେଦନଶୀଳ କର ନାହିଁ” ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ୍‌ ଭି ରମଣା କହିଛନ୍ତି। କର୍ନାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନର ଶୁଣାଣି କରି ସିଜେଆଇ ଉପରୋକ୍ତ ଟିପ୍ପଣି ଦେଇଛନ୍ତି।

କୋର୍ଟରେ ଆବେଦନକାରୀ ଏଶାତ ଶିଫାଙ୍କ ପକ୍ଷ ରଖିଥିଲେ ବରିଷ୍ଠ ଓକିଲ ଦେବଦତ୍ତ କାମାତ। ସିଜେଆଇ ରମଣା ଓ ଜଷ୍ଟିସ କ୍ରିଷ୍ଣା ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠକୁ ଆଦେବନକାରୀଙ୍କ ଓକିଲ ଜଣାଇଥିଲେ ଯେ, ତାଙ୍କ ମହକିଲଙ୍କ ପ୍ରଥମ ବର୍ଷର ପ୍ରି-ୟୁନିଭର୍ସିଟି ଫାଇନାଲ ପରୀକ୍ଷା ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ହିଜାବ ଉପରେ ବ୍ୟାନ ଲାଗିଥିବାରୁ ସେ କଲେଜରେ ପ୍ରବେଶ କରିପାରୁ ନାହାନ୍ତି। ଏଣୁ ସେ କଲେଜ ୟୁନିଫର୍ମ ରଙ୍ଗର ହିଜାବ ପିନ୍ଧିବା ପାଇଁ ଅନୁମତି ମାଗୁଛନ୍ତି।

Share