ବିନା ସୂଚନା ଫଳକରେ ଚାଲିଛି ବୁରୁଜ ନିର୍ମାଣ

ନାଉଗଁା,୭ା୧(ସ୍ବ.ପ୍ର): ବନ୍ୟା ସମୟରେ ଦେବୀ ନଦୀ କୂଳ ଖାଇବା ଯୋଗୁ ପ୍ରତି ବର୍ଷ ନାଉଗଁା ବ୍ଳକ ଅନ୍ତର୍ଗତ ପାରିଶିଖର ଗ୍ରାମର ଅନେକ ଚାଷ ଜମି ନଦୀ ଗର୍ଭରେ ଲୀନ ହୋଇଯାଉଛି। ଚାଷ ଜମିକୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଶସାନିକ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ନଦୀରେ ବୁରୁଜ ନିର୍ମାଣ ସହ ପଥର ପ୍ୟାକିଂ କାର୍ଯ୍ୟ ଚାଲୁ ରହିଛି। ଓଡିଶା ସରକାରଙ୍କ ଜଳ ସେଚନ ବିଭାଗ ଦ୍ୱାରା ଉକ୍ତ କାର୍ଯ୍ୟ କରାଯାଉଥିବାବେଳେ ଜଳ ସେଚନ ବିଭାଗ ନିମାପଡା ଡିଭିଜନର କାକଟପୁର ଉପଖଣ୍ଡ ଏହାର ତଦାରଖ ଦାୟିତ୍ୱରେ ରହିଛନ୍ତି। ଉକ୍ତ ନିର୍ମାଣ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ। ସରକାରଙ୍କ ନିୟମାନୁସାରେ କୌଣସି ନିର୍ମାଣ କାର୍ଯ୍ୟ ପୂର୍ବରୁ ଜନ ସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଯିବା କଥା। କିନ୍ତୁ ଏଠାରେ ନିୟମକୁ ଉଲ୍ଲଂଘନ କରାଯାଇଥିବା ନେଇ ସାଧାରଣ ଅଭିଯୋଗ ହୋଇଛି। ଜଳସେଚନ ବିଭାଗ ଉପଖଣ୍ଡର ଯନ୍ତ୍ରୀ ତପନ ନାୟକଙ୍କ ସୂଚନାନୁସାରେ ଏହି କାର୍ଯ୍ୟ ଡିସେମ୍ବର ୨୦୨୨ରୁ ଆରମ୍ଭ କରାଯାଇଛି। ମାର୍ଚ୍ଚ ୨୦୨୪ରେ ଶେଷ ହେବ। ଏନେଇ ନଦୀ କୂଳଠାରୁ ଭିତରକୁ ୨୦ ମିଟର ପର୍ଯ୍ୟନ୍ତ ୬ଟି ବୁରୁଜ ନିର୍ମାଣ କରଯିବା ସହ ୭୪୦ ମିଟର ପଥର ପ୍ୟାକିଂ କରାଯିବ। ଏହି କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ୯ କୋଟି ୮୫ ଲକ୍ଷ ୮ହଜାର ୨୭୦ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏବେ ଠିକାଦାରଙ୍କ ଦ୍ୱାରା ନଦୀ ପାର୍ଶ୍ୱରେ ବୁରୁଜ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। କିନ୍ତୁ ନିର୍ମାଣ କରାଯାଉଥିବା ବୁରୁଜରେ ନିମ୍ନମାନର ପଥର ବ୍ୟବହାର କରାଯାଉଥିବା ବେଳେ ଛୋଟ ପଥର ବ୍ୟବହାର କରାଯାଉଛି। ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷବ୍ୟକ୍ତ କରିଛନ୍ତି। ପଥର ପ୍ୟାକିଂ କାର୍ଯ୍ୟ କିମ୍ବା ବୁରୁଜ କାର୍ଯ୍ୟ ଠିକ୍‌ ନ ହେଲେ ନଦୀରେ ବନ୍ୟା ଆସିଲେ ଉକ୍ତ ପଥର ଖସି ପାଣିକୁ ଚାଲିଯିବାର ସମ୍ଭାବନା ରହିଛି ବୋଲି ସେମାନେ କହିଛନ୍ତି। ଏନେଇ କାର୍ଯ୍ୟର ସ୍ଥାୟିତ୍ୱ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକୁ ଠିକ୍‌ ଭାବେ କରିବା ପାଇଁ ଚିତ୍ତରଞ୍ଜନ କାଣ୍ଡି, ପ୍ରସନ୍ନ ସ୍ବାଇଁ,ପ୍ରଶାନ୍ତ ବାରିକ,ସିଲୁ ପରିଡା
ପ୍ରମୁଖ ଦାବି କରିଛନ୍ତି। ଏନେଇ ସ୍ଥାନୀୟ ବାସିନ୍ଦା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଗତ ୩ ଜାନୁୟାରୀ ୨୦୨୩ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ପହଞ୍ଚତ୍ ବୁରୁଜ କାର୍ଯ୍ୟ ବୁଲି ଦେଖିବା ସହ ଠିକ୍‌ ଭାବେ କାର୍ଯ କରିବାକୁ ଠିକାଦାର ଓ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଫଳକ ବିଷୟରେ ଜଳସେଚନ ବିଭାଗର କାକାଟପୁର ଉପଖଣ୍ଡ ଯନ୍ତ୍ରୀ ତପନ ନାୟକ କୁହନ୍ତି, ଏବେ କାର୍ଯ୍ୟ ଚାଲୁ ରହିଛି। ଠିକାଦାରଙ୍କୁ କହି ସୂଚନା ଫଳକ ଲଗାଯିବାର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri