Posted inଖେଳ

ଆଇସିସି ଟି୨୦ ଦଳରେ ନାହାନ୍ତି ଭାରତୀୟ

ଦୁବାଇ,୧୯।୧: ଗତ(୨୦୨୧)ବର୍ଷ ଲାଗି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଶ୍ରେଷ୍ଠ ଟି୨୦ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଗୋଟିଏ ହେଲେ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମଙ୍କୁ ଏହି ଦଳର ନେତୃତ୍ୱ ଭାର ଦିଆଯାଇଛି।

ପାକିସ୍ତାନ ଅଧିନାୟକ ଗତବର୍ଷ ଟି୨୦ ଫର୍ମାଟରେ ଜବରଦସ୍ତ ଫର୍ମରେ ଥିଲେ। ମୋଟ ଉପରେ ସେ ୧୯ ମ୍ୟାଚ୍‌ ଖେଳି ୩୭.୫୬ ହାରରେ ଏକ ଶତକ ଓ ୯ ଅର୍ଦ୍ଧଶତକ ସହ ୯୩୯ ରନ୍‌ କରିଥିଲେ। ତାଙ୍କ ନେତୃତ୍ୱରେ ପାକିସ୍ତାନ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପହଞ୍ଚିଥିଲା। ଏହା ବ୍ୟତୀତ ୨୦୨୧ ବର୍ଷର ଆଇସିସି ଟି୨୦ ଦଳରେ ଅଷ୍ଟ୍ରେଲିଆ ଦୁଇ (ମିଚେଲ ମାର୍ଶ ଓ ଜୋଶ୍‌ ହାଜେଲଉଡ୍‌) ଓ ପାକିସ୍ତାନ (ବାବର, ମହମ୍ମଦ ରିଜଓ୍ବାନ ଓ ଶାହୀନ ଆଫ୍ରିଦୀ) ଏବଂ ଦକ୍ଷିଣ ଆଫ୍ରିକାର (ଏଡେନ ମାରକ୍ରାମ, ଡେଭିଡ୍‌ ମିଲର, ତାବ୍ରେଜ ଶାମସି) ୩ ଲେଖାଏ ଖେଳାଳି ସ୍ଥାନ ପାଇଛନ୍ତି।

୨୦୨୧ର ଆଇସିସି ପୁରୁଷ ଟି୨୦ ଦଳ: ମହମ୍ମଦ ରିଜଓ୍ବାନ, ବାବର ଆଜାମ, ଏଡେନ ମାରକ୍ରାମ, ମିଚେଲ ମାର୍ଶ, ଡେଭିଡ୍‌ ମିଲର, ତାବ୍ରେଜ ଶାମସି, ଜୋଶ୍‌ ହାଜେଲଉଡ୍‌, ଓ୍ବାନିନ୍ଦୁ ହାସରଙ୍ଗା, ମୁସ୍ତାଫିଜୁର ରେହମାନ, ଶାହୀନ ଶାହା ଆଫ୍ରିଦୀ।


Enter your email to get our daily news in your inbox.

All Right Reserved By Dharitri.Com

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri