ଜୁଲାଇରୁ ମିଳିବନି ବର୍ଦ୍ଧିତ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀ ଏବଂ ଫେନ୍‌ସନଭୋଗୀଙ୍କୁ ଅର୍ଥ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ ନିରାଶ କରିବ। ଚଳିତବର୍ଷ ଜୁଲାଇରୁ କେନ୍ଦ୍ର କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା (ଡିଏ) ଏବଂ ପେନ୍‌ସନଭୋଗୀଙ୍କୁ ଡିୟରନେସ ରିଲିଫ(ଡିଆର୍‌) ମିଳିବନି ବୋଲି ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ କରିଛି। ଏ ନେଇ କୌଣସି ଅଫିିସିଆଲ ମେମୋରାଣ୍ଡମ ଜାରି କରାଯାଇ ନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଗତବର୍ଷ ଏପ୍ରିଲରେ ବଢିଥିବା ମହଙ୍ଗା ଭତ୍ତା ଏବଂ ଡିଆର୍‌ ପ୍ରଦାନକୁ ଅର୍ଥ ମନ୍ତ୍ରଣାଳୟ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ରୋକ୍‌ ଲଗାଇଥିଲା।
ଜୁଲାଇରୁ ସରକାର ଡିଏ ଏବଂ ଡିଆର୍‌ ଜାରି କରିବେ ବୋଲି ସୋସିଆଲ ମିଡିଆରେ ଏକ ମିଥ୍ୟା ନୋଟିଫିକେଶନ ଘୂରି ବୁଲୁଛି। ଡିଏ ଏବଂ ଡିଆର୍‌ ପୁଣି ଥରେ ଜାରି କରାଯିବ ବୋଲି ଏଥିରେ କୁହାଯାଇଛି। ମାତ୍ର ଏହି ବିଜ୍ଞପ୍ତି ମିଥ୍ୟା ବୋଲି ମନ୍ତ୍ରଣାଳୟ କହିଛି। କେନ୍ଦ୍ର ସରକାର ଏପ୍ରିଲ ୨୩ରେ ଏକ ନୋଟିଫିକେସନ ଜାରି କରି କହିଥିଲେ, ୧ ଜାନୁୟାରୀ ୨୦୨୦ରୁ ୩୦ ଜୁନ ୨୦୨୧ ଅବଧିରେ କୌଣସି ପ୍ରକାରର ଏରିୟର ବା ବକେୟା ଜାରି କରାଯିବ ନାହିଁ। ଜୁଲାଇ ପହିଲାରୁ ଡିଏ-ଡିଆର୍‌ ଲାଗୁ କରିବା ଏବଂ ଏରିୟର ପ୍ରଦାନ ନେଇ ଅର୍ଥ ମନ୍ତ୍ରଣାଳୟ, ନ୍ୟାଶନାଲ କାଉନସିଲ ଫର ଜଏଣ୍ଟକନସଲଟେଟିଭ ମେଶିନାରୀ(ଜେସିଏମ), ଡିପାର୍ଟମେଣ୍ଟ ଅଫ୍‌ ପର୍ସୋନେଲ ଆଣ୍ଡ ଟ୍ରେନିଂ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମାତ୍ର ଏହି ବୈଠକରେ କ’ଣ ନିଷ୍ପତ୍ତି ହେଲା ସେ ନେଇ ଅର୍ଥ ମନ୍ତ୍ରଣାଳୟ କିମ୍ବା ଜେସିଏମ୍‌ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।
୧୮ ମାସରୁ ମିଳିନି ଡିଏ-ଡିଆର୍‌
କୋଭିଡ୍‌-୧୯ ଯୋଗୁ ୧ ଜାନୁୟାରୀ ୨୦୨୦ରୁ ଡିଏ ଏବଂ ଡିଆର୍‌ ପ୍ରଦାନ ଉପରେ ରୋକ୍‌ ଲାଗିଛି। ଏହି କାରଣରୁ କେନ୍ଦ୍ର କର୍ମଚାରୀ ଏବଂ ପେନ୍‌ସନଭୋଗୀଙ୍କୁ ୨୦୨୦ ଜାନୁୟାରୀ ପହିଲାରୁ ୨୦୨୧ ଜୁନ ୩୦ ମଧ୍ୟରେ (୧୮ ମାସ) ଡିଏ-ଡିଆର୍‌ ମିଳିନାହିଁ। କେନ୍ଦ୍ର କର୍ମଚାରୀ ଏବଂ ପେନ୍‌ସନଭୋଗୀଙ୍କ ଡିଏ ପ୍ରତି ୬ ମାସରେ ବୃଦ୍ଧି ହୋଇଥାଏ। ୨୦୨୦ ଜାନୁୟାରୀରେ ଡିଏ ୪%, ଜୁନ ୨୦୨୦ରେ ୩% ଏବଂ ଜାନୁୟାରୀ ୨୦୨୧ରେ ୪% ବୃଦ୍ଧି ହୋଇଥିଲା।
୨୮%ରେ ପହଞ୍ଚିଯିବ ଡିଏ
ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କୁ ୧୭% ମହଙ୍ଗା ଭତ୍ତା ମିଳୁଛି। ଗତ ୩ଟି କିସ୍ତିରେ ବଢିଥିବା ଭତ୍ତାର ହାରକୁ ଦେଖିଲେ ଏହା ୨୮%ରେ ପହଞ୍ଚିବ। କେନ୍ଦ୍ର ସରକାର ଯଦି ଚଳିତ ବର୍ଷ ଜୁଲାଇରୁ ମହଙ୍ଗା ଭତ୍ତା ପ୍ରଦାନ ନେଇ ନିଷ୍ପତ୍ତି ନିଅନ୍ତି ତେବେ ୨୮% ହାରରେ ଭତ୍ତା ଦେବାକୁ ପଡିବ। ଏହାର ଲାଭ ପେନ୍‌ସନଭୋଗୀଙ୍କୁ ମଧ୍ୟ ମିଳିବ। ଉଲ୍ଲେଖଯୋଗ୍ୟ କେନ୍ଦ୍ର ସରକାରଙ୍କ ଅଧୀନରେ ୫୨ ଲକ୍ଷ କର୍ମଚାରୀ ଏବଂ ୬୦ ଲକ୍ଷ ପେନ୍‌ସନଭୋଗୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri