ଜୁଲାଇରୁ ମିଳିବନି ବର୍ଦ୍ଧିତ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀ ଏବଂ ଫେନ୍‌ସନଭୋଗୀଙ୍କୁ ଅର୍ଥ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ ନିରାଶ କରିବ। ଚଳିତବର୍ଷ ଜୁଲାଇରୁ କେନ୍ଦ୍ର କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା (ଡିଏ) ଏବଂ ପେନ୍‌ସନଭୋଗୀଙ୍କୁ ଡିୟରନେସ ରିଲିଫ(ଡିଆର୍‌) ମିଳିବନି ବୋଲି ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ କରିଛି। ଏ ନେଇ କୌଣସି ଅଫିିସିଆଲ ମେମୋରାଣ୍ଡମ ଜାରି କରାଯାଇ ନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଗତବର୍ଷ ଏପ୍ରିଲରେ ବଢିଥିବା ମହଙ୍ଗା ଭତ୍ତା ଏବଂ ଡିଆର୍‌ ପ୍ରଦାନକୁ ଅର୍ଥ ମନ୍ତ୍ରଣାଳୟ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ରୋକ୍‌ ଲଗାଇଥିଲା।
ଜୁଲାଇରୁ ସରକାର ଡିଏ ଏବଂ ଡିଆର୍‌ ଜାରି କରିବେ ବୋଲି ସୋସିଆଲ ମିଡିଆରେ ଏକ ମିଥ୍ୟା ନୋଟିଫିକେଶନ ଘୂରି ବୁଲୁଛି। ଡିଏ ଏବଂ ଡିଆର୍‌ ପୁଣି ଥରେ ଜାରି କରାଯିବ ବୋଲି ଏଥିରେ କୁହାଯାଇଛି। ମାତ୍ର ଏହି ବିଜ୍ଞପ୍ତି ମିଥ୍ୟା ବୋଲି ମନ୍ତ୍ରଣାଳୟ କହିଛି। କେନ୍ଦ୍ର ସରକାର ଏପ୍ରିଲ ୨୩ରେ ଏକ ନୋଟିଫିକେସନ ଜାରି କରି କହିଥିଲେ, ୧ ଜାନୁୟାରୀ ୨୦୨୦ରୁ ୩୦ ଜୁନ ୨୦୨୧ ଅବଧିରେ କୌଣସି ପ୍ରକାରର ଏରିୟର ବା ବକେୟା ଜାରି କରାଯିବ ନାହିଁ। ଜୁଲାଇ ପହିଲାରୁ ଡିଏ-ଡିଆର୍‌ ଲାଗୁ କରିବା ଏବଂ ଏରିୟର ପ୍ରଦାନ ନେଇ ଅର୍ଥ ମନ୍ତ୍ରଣାଳୟ, ନ୍ୟାଶନାଲ କାଉନସିଲ ଫର ଜଏଣ୍ଟକନସଲଟେଟିଭ ମେଶିନାରୀ(ଜେସିଏମ), ଡିପାର୍ଟମେଣ୍ଟ ଅଫ୍‌ ପର୍ସୋନେଲ ଆଣ୍ଡ ଟ୍ରେନିଂ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମାତ୍ର ଏହି ବୈଠକରେ କ’ଣ ନିଷ୍ପତ୍ତି ହେଲା ସେ ନେଇ ଅର୍ଥ ମନ୍ତ୍ରଣାଳୟ କିମ୍ବା ଜେସିଏମ୍‌ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।
୧୮ ମାସରୁ ମିଳିନି ଡିଏ-ଡିଆର୍‌
କୋଭିଡ୍‌-୧୯ ଯୋଗୁ ୧ ଜାନୁୟାରୀ ୨୦୨୦ରୁ ଡିଏ ଏବଂ ଡିଆର୍‌ ପ୍ରଦାନ ଉପରେ ରୋକ୍‌ ଲାଗିଛି। ଏହି କାରଣରୁ କେନ୍ଦ୍ର କର୍ମଚାରୀ ଏବଂ ପେନ୍‌ସନଭୋଗୀଙ୍କୁ ୨୦୨୦ ଜାନୁୟାରୀ ପହିଲାରୁ ୨୦୨୧ ଜୁନ ୩୦ ମଧ୍ୟରେ (୧୮ ମାସ) ଡିଏ-ଡିଆର୍‌ ମିଳିନାହିଁ। କେନ୍ଦ୍ର କର୍ମଚାରୀ ଏବଂ ପେନ୍‌ସନଭୋଗୀଙ୍କ ଡିଏ ପ୍ରତି ୬ ମାସରେ ବୃଦ୍ଧି ହୋଇଥାଏ। ୨୦୨୦ ଜାନୁୟାରୀରେ ଡିଏ ୪%, ଜୁନ ୨୦୨୦ରେ ୩% ଏବଂ ଜାନୁୟାରୀ ୨୦୨୧ରେ ୪% ବୃଦ୍ଧି ହୋଇଥିଲା।
୨୮%ରେ ପହଞ୍ଚିଯିବ ଡିଏ
ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କୁ ୧୭% ମହଙ୍ଗା ଭତ୍ତା ମିଳୁଛି। ଗତ ୩ଟି କିସ୍ତିରେ ବଢିଥିବା ଭତ୍ତାର ହାରକୁ ଦେଖିଲେ ଏହା ୨୮%ରେ ପହଞ୍ଚିବ। କେନ୍ଦ୍ର ସରକାର ଯଦି ଚଳିତ ବର୍ଷ ଜୁଲାଇରୁ ମହଙ୍ଗା ଭତ୍ତା ପ୍ରଦାନ ନେଇ ନିଷ୍ପତ୍ତି ନିଅନ୍ତି ତେବେ ୨୮% ହାରରେ ଭତ୍ତା ଦେବାକୁ ପଡିବ। ଏହାର ଲାଭ ପେନ୍‌ସନଭୋଗୀଙ୍କୁ ମଧ୍ୟ ମିଳିବ। ଉଲ୍ଲେଖଯୋଗ୍ୟ କେନ୍ଦ୍ର ସରକାରଙ୍କ ଅଧୀନରେ ୫୨ ଲକ୍ଷ କର୍ମଚାରୀ ଏବଂ ୬୦ ଲକ୍ଷ ପେନ୍‌ସନଭୋଗୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri